ଭାରତୀୟ ସାର ସଂଘ (ଏଫ୍‌ଏଆଇ)ର ବାର୍ଷିକ ସେମିନାର ୨୦୨୩

ସାର ଓ କୃଷି କ୍ଷେତ୍ରରେ ନବସୃଜନ
ଭୁବନେଶ୍ୱର: ଭାରତୀୟ ସାର ସଂଘ (ଏଫ୍‌ଏଆଇ) ପକ୍ଷରୁ ଚଳିତ ମାସ ୬-୮ ପର୍ଯ୍ୟନ୍ତ ନୂଆଦିଲ୍ଲୀର ହୋଟେଲ ପୁଲମ୍ୟାନ୍‌ରେ “ସାର ଓ କୃଷି କ୍ଷେତ୍ରରେ ନବସୃଜନ’ ବିଷୟବସ୍ତୁ ଉପରେ ୫୯ତମ ବାର୍ଷିକ ସେମିନାର ଆୟୋଜନ କରାଯାଉଛି । ଏ ସଂକ୍ରାନ୍ତରେ ଘୋଷଣା କରିବା ଲାଗି ଆୟୋଜନ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସଂଘର ଅଧ୍ୟକ୍ଷ ଶ୍ରୀ ଏନ୍ ସୁରେଶ କ୍ରିଷ୍ଣନ, ସହ ଅଧ୍ୟକ୍ଷ ଏସ୍ ସି ମେହତା, ମହାନିର୍ଦ୍ଦେଶକ ଅରବିନ୍ଦ ଚୌଧୁରୀ ଉପସ୍ଥିତ ଥିଲେ ।
୨୦୨୩ ଡିସେମ୍ବର ୬ ତାରିଖରେ ଭାରତ ସରକାରଙ୍କ ରସାୟନ, ସାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଏହି ସେମିନାରକୁ ଉଦ୍‌ଘାଟନ କରିବେ । ଉଦଘାଟନୀ ସମାରୋହରେ ସମ୍ମାନିତ ଅତିଥି ଭାବେ ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଭଗବତ ଖୁବା, ସାର ସଚିବ ରଜତ କୁମାର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେବେ ଉତ୍ପାଦନ, ପରିବେଶ ପ୍ରଦର୍ଶନ, ସୁରକ୍ଷା, ମାର୍କେଟିଂ ଓ ଲଘୁପୋଷକତତ୍ୱ, ଜୈବ-ସାର ଆଦିର ପ୍ରସାର ଦିଗରେ ଉତ୍କର୍ଷତା ପାଇଁ ସଂଘ ପକ୍ଷରୁ ବିଭିନ୍ନ ପୁରସ୍କାର ସ୍ଥାପନ କରାଯାଇଛି ।
ଖାଦ୍ୟଶସ୍ୟ ଉତ୍ପାଦନ ବଢ଼ାଇବା ଓ ଜନସଂଖ୍ୟାର ସ୍ଥାୟିତ୍ୱରେ ସାରର ପ୍ରମୁଖ ଭୂମିକା ରହିଛି ବୋଲି ବିଶ୍ୱବ୍ୟାପୀ କୃଷି ବିଜ୍ଞାନୀମାନେ ସହମତ ହୋଇଛନ୍ତି । ସାର ବ୍ୟବହାରକୁ ନେଇ ରହିଥିବା ଭ୍ରାନ୍ତଧାରଣା ଦୂର ହେବା ଦରକାର । ସେଥିପାଇଁ ଶିଳ୍ପ ପ୍ରତିନିଧିମାନଙ୍କୁ ନେଇ ଏକ ଅଧିବେଶନ ରଖାଯାଇଛି ଯେଉଁମାନେ ଚାଷୀ, ଗଣମାଧ୍ୟମ ଓ ଜନ ସାଧାରଣଙ୍କ ମନରେ ରହିଥିବା ଭ୍ରାନ୍ତଧାରଣା ଦୂର କରିବେ । ସେହି ଅଧିବେଶନରେ ନିତି ଆୟୋଗ ସଦସ୍ୟ ପ୍ରଫେସର ରମେଶ ଚାନ୍ଦ ଅଧ୍ୟକ୍ଷତା କରିବେ । ସାର ଓ କୃଷି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ସେଥିରେ ଯୋଗଦେବେ ।
ଏହି ସେମିନାରରେ ସରକାରୀ ନୀତି, କୃଷି ବିକାଶ, ମାର୍କେଟିଂ ଓ ଉତ୍ପାଦନ ପ୍ରଯୁକ୍ତି ଆଦି ଉପରେ ସ୍ୱତନ୍ତ୍ର ଅଧିବେଶନ ରହିଛି । ସେଥିରେ ମୋଟ ୧୮ଟି ଉପସ୍ଥାପନା ପ୍ରଦର୍ଶନ କରାଯିବ । ବିଶ୍ୱ ବଜାରରେ ସାର ମୂଲ୍ୟ, ଭୂରାଜନୈତିକ ସ୍ଥିତି, ସାର ଯୋଗାଣ ଓ ଚାହିଦା, କଂଚାମାଲ ଉପଲବ୍ଧତା, କୃଷି ପ୍ରକ୍ରିୟାରେ ନବସୃଜନ, ଖାଦ୍ୟ ସୁରକ୍ଷାରେ ମିଲେଟ୍‌ର ଭୂମିକା, ସାର ଉତ୍ପାଦନରେ ସବୁଜ ଶକ୍ତିର ବ୍ୟବହାର, ଉତ୍ପାଦନ ଓ ଦକ୍ଷତାରେ ଉନ୍ନତି ଆଣିବା, ସଲଫର କୋଟେଡ୍ ସାର ଉତ୍ପାଦନ, ମାର୍କେଟିଂ ଓ ବିତରଣରେ ଡିଜିଟାଲ ଓ ଉନ୍ନତ ପ୍ରଯୁକ୍ତି ଏବଂ ଚାଷୀଙ୍କୁ ସଶକ୍ତ କରିବା ଲାଗି ସରକାରଙ୍କ ବିଭିନ୍ନ ଅଭିଯାନ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

Share

Leave a Reply

Your email address will not be published. Required fields are marked *

four × 1 =