ବିଶ୍ୱର ସର୍ବବୃହତ ନୋଟ୍‌ବୁକ୍ ବାକ୍ୟ ପ୍ରସ୍ତୁତି ପାଇଁ ଗିନିଜ ବିଶ୍ୱ ରେକର୍ଡରେ ୱି

ଭୁବନେଶ୍ୱର: ଅଗ୍ରଣୀ ଟେଲିକମ୍ କଂପାନି ୱି ୨୩୦୭୧ ନୋଟବୁକ୍‌କୁ ବ୍ୟବହାର କରି ବିଶ୍ୱର ସର୍ବବୃହତ ନୋଟବୁକ୍ ବାକ୍ୟ ସୃଷ୍ଟି କରିବାରେ ବିଶ୍ୱ ରେକର୍ଡ କରିଛି । ଉତରପ୍ରଦେଶର ଲକ୍ଷ୍ନୌସ୍ଥିତ ଜ୍ଞାନେଶ୍ୱର ମିଶ୍ର ପାର୍କରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯେଉଁଠାରେ ୱିର କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ, ଉମିଦ ଫାଉଣ୍ଡେସନ, କେୟାର ଏଜୁକେସନ ଟ୍ରଷ୍ଟ, ଆଦିଜ୍ୟୋତି ସେବା ସମିତି, ବାଳ ଶାଶ୍ୱତ ଫାଉଣ୍ଡେସନର ୫୦୦ରୁ ଅଧିକ ଅନଗ୍ରସର ପିଲା ମିଳିତ ଭାବେ ଏକାଠି ହୋଇ ବିଶ୍ୱର ସର୍ବବୃହତ ନୋଟବୁକ୍ ବାକ୍ୟ “ବି ସମୱାନ୍‌ସ ୱି’କୁ ସୃଷ୍ଟି କରିଛନ୍ତି ।
ଏହି ବିଶ୍ୱ ରେକର୍ଡ ସୃଷ୍ଟିରେ ବ୍ୟବହାର ହୋଇଥିବା ନୋଟବୁକ୍‌ଗୁଡ଼ିକୁ ୱି ପକ୍ଷରୁ ଉତରପ୍ରଦେଶର ଶିକ୍ଷା ମନ୍ତ୍ରଣାଳୟକୁ ପ୍ରଦାନ କରାଯିବ । ଏହି ଗିନିଜ ବିଶ୍ୱ ରେକର୍ଡ ସୃଷ୍ଟି କରିବା ପଛର ଉଦ୍ଦେଶ୍ୟ ହେଉଛି ନିତିଦିନିଆ ପରିସ୍ଥିତିକୁ ନେଇ କିଭଳି ଏକ ନେଟୱର୍କ ସାରା ସମାଜକୁ ଏକଜୁଟ କରିପାରୁଛି ତାହା ଜଣାଇବା । ୱିର ଏହି କାର୍ଯ୍ୟକ୍ରମକୁ ସମର୍ଥନ ଜଣାଇବା ଲାଗି ଉତରପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ବ୍ରିଜେଶ ପାଠକ ଉପସ୍ଥିତ ଥିଲେ । ଅଂଶଗ୍ରହଣକାରୀମାନଙ୍କୁ ଉତ୍ସାହିତ କରିବା ଲାଗି ସେ ସେମାନଙ୍କ ସହିତ ସମୟ ବିତାଇଥିଲେ । ଉତରପ୍ରଦେଶର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ବେବି ରାଣୀ ମୌର୍ଯ୍ୟ ଓ ଲକ୍ଷ୍ନୌର ମେୟରର ଶ୍ରୀମତୀ ସୁଷମା ଖରକୱାଲ ମଧ୍ୟ ଉପସ୍ଥିତ ଥିଲେ ।
ଏହି ଅବସରରେ ଭୋଡାଫୋନ୍ ଆଇଡିଆର ଅପସେନ୍ସ ଡାଇରେକ୍ଟର ପ୍ରବୀର କୁମାର କହିଛନ୍ତି ଯେ, “ସର୍ବବୃହତ ନୋଟବୁକ ବାକ୍ୟ ପାଇଁ ଗିନିଜ ବିଶ୍ୱ ରେକର୍ଡ ଟାଇଟଲ ହାସଲ କରିଥିବାରୁ ଆମେ ବହୁତ ରୋମାଂଚିତ । ଏକଲାପଣ ଭାରତରେ ଏକ ବଡ଼ ସମସ୍ୟା ଭାବେ ବଢ଼ୁଛି ଏବଂ ଏହି ବିଶ୍ୱ ରେକର୍ଡ ଜରିଆରେ ଆମେ ଜଣାଇବାକୁ ଚାହୁଛୁ ଯେ ଛୋଟ ଛୋଟ ପଦକ୍ଷେପ କାହାକୁ ନିଜକୁ ଏକଲା ଭାବିବାକୁ ଦେବନାହିଁ । ଏହି ବିଶ୍ୱ ରେକର୍ଡ ହେଉଛି ଏକଜୁଟତା ଓ ଅନ୍ତର୍ଭୁକ୍ତୀକରଣ ଜରିଆରେ ଲୋକମାନଙ୍କୁ ଏକଜୁଟ କରିବା ଦିଗରେ ଆଉ ଏକ ପଦକ୍ଷେପ । ଏହି ଉପଲବ୍ଧିକୁ ସମ୍ଭବ କରିଥିବା ଲକ୍ଷ୍ନୌର ସବୁ ପିଲା ଓ ବାସିନ୍ଦାଙ୍କୁ ମୁଁ କୃତଜ୍ଞତା ଜଣାଉଛି । ଆଜି ଆମେ ପିଲାମାନଙ୍କ ଲାଗି ଓ ଆଗାମୀ ଦିନରେ ଅନ୍ୟମାନଙ୍କ ଲାଗି ଏକଜୁଟତାର ଏହି ଯାତ୍ରା ଜାରି ରଖିବାକୁ ଅଭିଳାଷ ରଖିଛୁ ।’’
ଗିନିସ୍ ୱାର୍ଲଡ୍ ରେକର୍ଡସ୍‌ର ଅଫିସିଆଲ ଆଡଜୁଡିକେଟର ସ୍ୱପ୍ନିଲ୍ ଡଙ୍ଗାରିକର କହିଛନ୍ତି ଯେ, “ସର୍ବବୃହତ ନୋଟବୁକ ବାକ୍ୟ ଲାଗି ଏହା ଥିଲା ପ୍ରଥମ ପ୍ରୟାସ । ପୂର୍ବରୁ ୨୦୧୯ରେ ୭୬୭୪ ନୋଟବୁକ୍‌କୁ ଏହି ରେକର୍ଡ ହୋଇଥିଲା । ମୁଁ ସେହି କାର୍ଯ୍ୟକ୍ରମକୁ ସ୍ୱୀକୃତି ଦେଇଥିଲି ଏବଂ ଏଠାରେ ମଧ୍ୟ ଏହି କାର୍ଯ୍ୟକ୍ରମକୁ ଯାଂଚ କରିବା ଲାଗି ଉପସ୍ଥିତ ରହିଛି । ଭୋଡାଫୋନ୍ ଆଇଡିଆ କଣ କରୁଛି ଏବଂ କେତେ ନୋଟବୁକ ବ୍ୟବହାର ହୋଇଛି ତାହା ଦେଖିଥିଲି । ଡିଜାଇନ ଓ ନୋଟବୁକ ଆଗରୁ ମଞ୍ଜୁର ହୋଇଥିଲା । ଚୂଡ଼ାନ୍ତ ଯାଂଚ ପରେ ମୁଁ ସ୍ପଷ୍ଟ କରୁଛି ଯେ ୨୩୦୭୧ ନୋବୁକ୍ ସହ ଭୋଡାଫୋନ୍ ଆଇଡିଆ ପୂର୍ବରୁ ଥିବା ରେକର୍ଡକୁ ଭାଙ୍ଗିଛି ଏବଂ ନୂଆ ଗିନିସ ୱାର୍ଲଡ ରେକର୍ଡ ସୃଷ୍ଟି କରିଛି । ଏହି ସଫଳତା ପାଇଁ ମୁଁ ଭୋଡାଫୋନ୍ ଆଇଡିଆକୁ ଅଭିନନ୍ଦନ ଜଣାଉଛି ।’’

Share

Leave a Reply

Your email address will not be published. Required fields are marked *

1 × two =