ଖାଇଲା ପରେ ମିଠା  ପାଠନ ପ୍ରକ୍ରିୟାକୁ ସହଜ କରେ

ଖାଇବା ପରେ ମିଠା ଖାଇବା ସମସ୍ତଙ୍କ ସଉକ ଅଟେ । ଖାଇବା ପରେ ମିଠା ଖାଇବା ବହୁତ ଲୋକଙ୍କର ଅଭ୍ୟାସ ମଧ୍ୟ ରହିଥାଏ । କିନ୍ତୁ ଆମେ କେବେ ମଧ୍ୟ ଏହାର କାରଣ ଖୋଜିବାକୁ ଚେଷ୍ଟା କରିନାହୁଁ । ଆମେ ଏହାକୁ କେବଳ ଗୋଟିଏ ପରମ୍ପରା ଭାବି ମିଠା ଖାଇଥାଉ । କିନ୍ତୁ ଏହା ପଛରେ ବୈଜ୍ଞାନିକ କାରଣ ମଧ୍ୟ ରହିଛି ।

ଆମେ ଯେତେବେଳେ କିଛି ଖାଇଥାଉ, ତାକୁ ହଜମ କରିବା ପାଇଁ କିଛି ଉପାୟ କରିବାକୁ ପଡିଥାଏ । କିନ୍ତୁ ଆମେ ଯେତେବେଳେ କିଛି ମସଲାଯୁକ୍ତ ଖାଦ୍ୟ ଖାଇଥାଉ ଏହା ଶରୀର ମଧ୍ୟରେ ଏସିଡ୍ ପରିମାଣକୁ ବୃଦ୍ଧି କରିଥାଏ, ଯାହାଦ୍ବାରା ପାଚନ ପ୍ରକ୍ରିୟା ମଧ୍ୟ ବୃଦ୍ଧି ପାଇଥାଏ । କିନ୍ତୁ ମିଠାରେ କାର୍ବୋହାଇଡ୍ରେଟର ପରିମାଣ ଅଧିକ ଥିବାରୁ ଏହା ପାଚନ ପ୍ରକ୍ରିୟାକୁ ଧିମା କରିଦେଇଥାଏ । ଏହାପାଇଁ ଖାଦ୍ୟ ଖାଇସାରିଲା ପରେ ତୁରନ୍ତ ମିଠା ଖାଇଲେ ଏହା ପାଚନ ପ୍ରକ୍ରିୟାକୁ ଠିକ୍ ରଖିଥାଏ । ଏହାବ୍ୟତିତ ମିଠା ଖାଇବା ଦ୍ବାରା ସେରାଟୋନିନ୍ ନାମକ ହରମୋନର ସ୍ତର ଶରୀର ମଧ୍ୟରେ ବଢିଯାଇଥାଏ । ମିଠା ଖାଇବା ନ୍ୟୁରୋ ଟ୍ରାନ୍ସମିଟରର କାମମଧ୍ୟ କରିଥାଏ, ଯାହାଦ୍ବାରା ଆମେ ସବୁବେଳେ ମିଠା ଖାଇବା ପରେ ଖୁସି ଅନୁଭବ କରିଥାଉ ।

ଯେଉଁଲୋକ ମାନେ ଅଧିକ ପରିମାଣରେ ଖାଦ୍ୟ ଖାଇଥାନ୍ତି ସେମାନଙ୍କୁ ହାଇପୋଗଲାଇସିମିଆର ସ୍ଥିତି ସାମ୍ନା କରିବାକୁ ପଡିଥାଏ । ଏହାପାଇଁ ଉଚ୍ଚ ରକ୍ତଚାପର ସ୍ତର ମଧ୍ୟ ଶରୀର ମଧ୍ୟରେ କମିଯାଇଥାଏ, ଯାହାଦ୍ବାରା ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଏହି ସମସ୍ୟାକୁ ଏଡେଇବା ପାଇଁ ଖାଇବା ପରେ ମିଠା ଖିଆଯାଇଥାଏ ।

Share

Leave a Reply

Your email address will not be published. Required fields are marked *

one × 2 =