ପ୍ଲାଷ୍ଟିକ ଗ୍ଲାସରେ ରହିଛି ମହମ

କୁହାଯାଏ ଜଳ ହିଁ ଜୀବନ । ଏହି ପାଣି ହିଁ ଅନେକ ସମୟରେ ଆମ ପାଇଁ ଘାତକ ହୋଇଥାଏ  । ବିଶେଷ କରି ପ୍ଲାଷ୍ଟିକ ଗ୍ଲାସ କି ବୋତଲରେ ଥିବା ପାଣି  ।

ଅନେକ ଥର ଆମର ସ୍ବାସ୍ଥ୍ୟ ଖରାପ ହେଲେ ଆମକୁ ଲାଗେ କି ବାହାରର ଖାଦ୍ୟ ଖାଇବା ଯୋଗୁଁ ଏପରି ହୋଇଛି । କିନ୍ତୁ ଅସଲ କଥା ଯେ, କେବଳ ଖାଦ୍ୟରେ ନୁହେଁ ଖାଉଥିବା ବାସନ ଯୋଗୁଁ ବି ହୋଇପାରେ । ଆପଣ ଯେବେ ବି ଡିସ୍ପୋଜଲ ଗ୍ଲାସ୍ ରେ ପିଉଛନ୍ତି , ଦେଖିବେ ସେ ସହଜରେ ପରସ୍ପର ଠାରୁ ଅଲଗା ହୋଇଯାନ୍ତି । ଏଥିରେ ମେସିନ ଦ୍ବାରା ପତଳାର ମହମ ପରସ୍ତ ଲଗାଯାଇଥାଏ । ଏଥିପାଇଁ ଯେ, ସେ ସହଜରେ ପରସ୍ପର ଠାରୁ ଅଲଗା ହୋଇଯିବ । ଯେବେ ବି ଆମେ ସେଥିରେ ପାଣି ବା ଚା’ ଢାଳି ପିଉଛେ , ସେ ମହମ ତରଳି ସେଥିରେ ମିଶିଯାଏ । ଏବଂ ଡିସ୍ପୋଜଲର କେମିକାଲ ଆମର ଶରୀରରେ ପହଁଚି ଘାତକ ସାବ୍ୟସ୍ତ ହୋଇଥାଏ । ଏହା କେତେ ମାରାତ୍ମକ ଏଥିରୁ ଅନୁମାନ କରନ୍ତୁ । କିନ୍ତୁ ଆମେ ଏହାକୁ ଜାଣି ବି ଅଜଣା ହେଉଛେ ।

ଆପଣ ପିଉଥିବା ପ୍ଲାଷ୍ଟିକ ଗ୍ଲାସରେ ମହମ ଅଛି ନା ନାହିଁ ଜାଣିବାକୁ ଚେଷ୍ଟା କରନ୍ତୁ । ଗ୍ଲାସରେ ଯେମିତି ଆପଣ ଆଙ୍ଗୁଠି ଘୁରାଇବେ , ସେମିତି ଆପଣଙ୍କର ଆଙ୍ଗୁଠି ଚିକ୍କଣ ହୋଇଯିବା ଏହି ଚିକ୍କଣ ପଦାର୍ଥ ମହମ ହୋଇଥାଏ । ଏଥିରୁ ଅନୁମାନ କରନ୍ତୁ ଆମେ କେତେ ଘାତକ ଜିନିଷରେ ନିତ୍ୟ ଦରକାରୀ ଜଳକୁ ପିଉଛେ । ଆଉ ଯାହା ଆମର ଶରୀରର ସବୁ ଅଙ୍ଗରେ ମିଶୁଛି । ସେହି ଜଳ ବିଷାକ୍ତ ହୋଇ ଯାଉଛି ।

Share

Leave a Reply

Your email address will not be published. Required fields are marked *

18 + 16 =