ମ୍ୟାରେଜ ପରେ ବି ରିଲେସନସିପରେ ଥିଲେ ଏହି ଅଭିନେତା

ମୁମ୍ବାଇ()  ଆଜି ଅନୀଲ କପୁରଙ୍କ ଜନ୍ମଦିନ। ୬୩ ବର୍ଷ ବୟସର ଏଭରଗ୍ରୀନ ଅଭିନେତା ଅନୀଲ ଏବେବି ଖୁବ ୟଙ୍ଗ ଲାଗନ୍ତି। ବଲିଉଡ୍ରେ ଯଦି ସବୁଠୁ ଫିଟ୍ ଆକ୍ଟରଙ୍କ ତାଲିକା ପ୍ରସ୍ତୁତ କରାଯିବ, ତା’ହେଲେ ସେଥିରେ ଅନୀଲ କପୁର୍ ରହିବେ। ୧୯୭୯ରେ ସେ ବଲିଉଡ୍ରେ ଡେବ୍ୟୁ କରିଥିଲେ।

ଶ୍ରୀଦେବୀଙ୍କଠାରୁ ଆରମ୍ଭ କରି ମାଧୁରୀ ଦିକ୍ଷିତ ଯାଏଁ ସମସ୍ତଙ୍କ ସହ ତାଙ୍କ ଯୋଡିକୁ ଦର୍ଶକ ବେଶ୍ ପସନ୍ଦ କରୁଥିଲେ। ଗୋଟେ ସମୟ ଥିଲା ଯେବେ ମାଧୁରୀ ଓ ଅନୀଲଙ୍କ ରୋମାନ୍ସ ପରଦାରେ ନଦେଖାଇଥିବାରୁ ଫିଲ୍ମ ଭଲ ଆୟ କରୁନଥିଲା।

ଅନୀଲ ବିବାହ କରିବା ପରେ ଦିନେ ଶୁଟିଂ ସେଟରେ ମାଧୁରୀ ତାଙ୍କ ପରିବାରକୁ ଦେଖିଥିଲେ। ଏବଂ ତାପରଠୁ ମାଧୁରୀ ତାଙ୍କଠାରୁ ଦୂରେଇ ଯାଇଥିଲେ ବୋଲି କୁହାଯାଏ। ଏହାପରେ ମାଧୁରୀଙ୍କ ନାଁ ସଞ୍ଜୟ ଦତ୍ତଙ୍କ ସହ ଯୋଡା ଯାଇଥିଲା।

ଏକ ସାକ୍ଷାତ୍କାରରେ ଅନୀଲ କହିଥିଲେ ଯେ, ଫିଲ୍ମ ହିଟ୍ କରିବା ପାଇଁ ମାଧୁରୀଙ୍କ ନାଁ ତାଙ୍କ ସହ ଯୋଡା ଯାଇଥିଲା। ଖୁବ୍ ହସି ହସି ସେ ଏଭଳି କଥା କହିଥିଲେ। ଉଭୟଙ୍କ ରିଲେଶନସିପ୍ ଚର୍ଚ୍ଚାରେ ଥିଲା ବୋଲି ଲୋକେ ଅଧିକ ଆଗ୍ରହ ସହ ସେମାନଙ୍କ ଫିଲ୍ମ ଏନ୍ଜଏ କରୁଥିଲେ।

Share

Leave a Reply

Your email address will not be published. Required fields are marked *

eighteen − 1 =