କେଉଁ ପର୍ଯ୍ୟାୟରେ କେଉଁଠି ହେବ ଭୋଟ, ଜାଣନ୍ତୁ

ଭୁବନେଶ୍ବର () ଓଡିଶାରେ ଚାରୋଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ । ପ୍ରଥମ ପର୍ଯ୍ୟାୟ ଅପ୍ରେଲ 11, ଦ୍ବିତୀୟ ପର୍ଯ୍ୟାୟ ଅପ୍ରେଲ 18, ତୃତୀୟ ପର୍ଯ୍ୟାୟ 23 ଅପ୍ରେଲ ଏବଂ ଚତୁର୍ଥ ପର୍ଯ୍ୟାୟ ଅପ୍ରେଲ 29 ତାରିଖରେ ଅନୁଷ୍ଠିତ ହେବ ।

ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା କ୍ଷେତ୍ର ଏବଂ ଏହା ଅନ୍ତର୍ଗତ ସମସ୍ତ ବିଧାନସଭାରେ ଭୋଟ ଗ୍ରହଣ କରାଯିବ  । କଳାହାଣ୍ଡି ଲୋକସଭା ଅନ୍ତର୍ଗତ ନୂଆପଡା, ଖରିଆର, ଲାଂଜିଗଡ, ଜୁନାଗଡ, ଧର୍ମଗଡ, ଭବାନିପାଟଣା ଓ ନର୍ଲାରେ ଭୋଟ ହେବ ।

ନବରଙ୍ଗପୁର ଲୋକସଭା ଆସନ ଅନ୍ତର୍ଗତ ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, କୋଟପାଡ, ମାଲକାନଗିରି ଓ ଚିତ୍ରକୋଣ୍ଡା ବିଧାନସଭା କ୍ଷେତ୍ରରେ ଭୋଟ ହେବ ।

ବ୍ରହ୍ମପୁର ଲୋକସଭା ଆସନ ଅନ୍ତର୍ଗତ ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା ଓ ପାରଳାଖେମୁଣ୍ଡି ବିଧାନସଭା ଆସନରେ ଭୋଟ ଗ୍ରହମ ହେବ ।

ସେହିଭଳି କୋରାପୁଟ ଲୋକସଭା କ୍ଷେତ୍ର ଅନ୍ତର୍ଗତ ଗୁଣୁପୁର, ବିଷମ କଟକ, ରାୟଗଡା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ ଓ ପଟାଙ୍ଗୀ ବିଧାନସଭା ଆସନରେ ପ୍ରଥମ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ ।

ଦ୍ବିତୀୟ ପର୍ଯ୍ୟାୟରେ ଅର୍ଥାତ ଅପ୍ରେଲ 18 ତାରିଖରେ ବରଗଡ, ସୁନ୍ଦରଗଡ, ବଲାଙ୍ଗିର, କନ୍ଧମାଳ ଓ ଆସିକା ଏହି 5ଟ ଲୋକସଭା ନିର୍ବାଚନମଣ୍ଡଳି ଏବଂ ଏହା ଅନ୍ତର୍ଗତ ସମସ୍ତ ବିଧାନସଭା କ୍ଷେତ୍ରରେ ଭୋଟ ଗ୍ରହଣ କରାଯିବ । ବରଗଡ ଲୋକସଭା ଆସନ ଅନ୍ତର୍ଗତ ପଦ୍ମପୁର, ବିଜେପୁର, ବରଗଡ, ଅତାବିରା, ଭଟଲି, ବ୍ରଜରାଜନଗର ଓ ଝାରସୁଗୁଡା ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ ।

ସୁନ୍ଦରଗଡ ଲୋକସଭା ଆସନ ଅନ୍ତର୍ଗତ ତଳସରା, ସୁନ୍ଦରଗଡ, ବିରମିତ୍ରପୁର, ରଘୁନାଥପଲ୍ଲୀ, ରାଉଲକେଲା, ରାଜଗାଙ୍ଗପୁର ଓ ବଣେଇରେ ଏକାସାଙ୍ଗରେ ଭୋଟ ହେବ ।

ବଲାଙ୍ଗିର ଲୋକସଭା ଆସନ ଅନ୍ତର୍ଗତ ବିରମହାରାଜପୁର, ସୋନପୁର, ଲୋଇସିଙ୍ଗା, ପାଟଣାଗଡ, ବଲାଙ୍ଗିର, ଟିଟଲାଗଡ ଓ କଣ୍ଟାବାଞ୍ଝୀ ବିଧାନସଭା ଆସନରେ ଏକାସଙ୍ଗେ ଭୋଟ ଗ୍ରହଣ ହେବ ।

କନ୍ଧମାଳ ଲୋକସଭା କ୍ଷେତ୍ର ଅନ୍ତର୍ଗତ ବାଲିଗୁଡା, ଜି.ଉଦୟଗିରି, ଫୁଲବାଣୀ, କଣ୍ଟାମାଳ, ବୌଦ୍ଧ, ଦଶପଲ୍ଲା ଓ ଭଂଜନଗର ଏହିସବୁ ବିଧାନସଭା କ୍ଷେତ୍ରରେ ଏକ ସମୟରେ ଭୋଟ ଗ୍ରହଣ ହେବ ।

ସେହିଭଳି ଆସିକା ଲୋକସଭା ଆସନ ଅନ୍ତର୍ଗତ ପୋଲସରା, କବିସୂର୍ଯ୍ୟନଗର, ଖଲିକୋଟ, ଆସ୍କା, ସୋରଡା, ସାନଖେମୁଣ୍ଡି ଓ ହିଂଜିଳି ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ ।

ତୃତୀୟ ପର୍ଯ୍ୟାୟ ଅର୍ଥାତ ଅପ୍ରେଲ 23 ତାରିଖରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ବର ଲୋକସଭା ନିର୍ବାଚନମଣ୍ଡଳି ଏବଂ ଏହା ଅନ୍ତର୍ଗତ ସବୁ ବିଧାନସଭା କ୍ଷେତ୍ରରେ ଭୋଟ ଗ୍ରହଣ ହେବ । ସମ୍ବଲପୁର ଲୋସଭା ଆସନ ଅନ୍ତର୍ଗତ କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁର, ରେଢାଖୋଲ, ଦେବଗଡ, ଛେଣ୍ଡିପଡା ଓ ଆଠମଲ୍ଲିକ ଏହିସବୁ ଆସନରେ ଏକ ସମୟରେ ଭୋଟ ଗ୍ରହଣ ହେବ ।

କେନ୍ଦୁଝର ଲୋକସଭା ଆସନ ଅନ୍ତର୍ଗତ ତେଲକୋଇ, ଘସିପୁରା, ଆନନ୍ଦପୁର, ପାଟଣା, କେନ୍ଦୁଝର, ଚୁମ୍ପୁଆ ଓ କରଂଜିଆ ବିଧାନସଭା କ୍ଷେତ୍ରରେ ଏକ ସମୟରେ ଭୋଟ ଗ୍ରହଣ ହେବ ।

ଢେଙ୍କାନାଳ ଲୋକସଭା ଆସନ ଅନ୍ତର୍ଗତ ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ, ପାଲଲହଡା, ତାଳଚେର ଓ ଅନୁଗୁଳ ଏହିସବୁ ବିଧାନସଭା କ୍ଷେତ୍ରରେ ଏକ ସମୟରେ ଭୋଟ ଗ୍ରହଣ ହେବ ।

କଟକ ଲୋକସଭା ଆସନ ଅନ୍ତର୍ଗତ ବଡମ୍ବା, ବାଙ୍କି, ଆଠଗଡ, ବାରବାଟି-କଟକ, ଚୌଦ୍ବାର-କଟକ, କଟକ ସଦର ଓ ଖଣ୍ଡପଡା ବିଧାନସଭା ଆସନରେ ଏକ ସମୟରେ ଭୋଟ ଗ୍ରହଣ କରାଯିବ ।

ପୁରୀ ଲୋକସଭା କ୍ଷେତ୍ର ଅନ୍ତର୍ଗତ ପୁରୀ, ବ୍ରହ୍ମଗିରି, ସତ୍ୟବାଦି, ପିପିଲି, ଚିଲିକା, ରଣପୁର ଓ ନୟାଗଡ ବିଧାନସଭା ଆସନରେ ଏକ ସମୟରେ ଭୋଟ ହେବ ।

ସେହିପରି ଭୁବନେଶ୍ବର ଲୋକସଭା ଆସନ ଅନ୍ତର୍ଗତ ଜୟଦେବ, ଭୁବନେଶ୍ବର ମଧ୍ୟ, ଭୁବନେଶ୍ବର ଉତ୍ତର, ଏକାମ୍ର ଭୁବନେଶ୍ବର, ଜଟଣୀ, ବେଗୁନିଆ ଓ ଖୋର୍ଦ୍ଧା ବିଧାନସଭା କ୍ଷେତ୍ରରେ ଏକ ସମୟରେ ଭୋଟ ଗ୍ରହଣ ହେବ ।

ସେହିଭଳି ଚତୁର୍ଥ ପର୍ଯ୍ୟାୟ ଅର୍ଥାତ ଅପ୍ରେଲ 29 ତାରିଖରେ ମୟୁରଭଂଜ, ବଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁର ଏହି 6ଟି ଲୋକସଭା କ୍ଷେତ୍ର ଏବଂ ଏହା ଅନ୍ତର୍ଗତ ସମସ୍ତ ବିଧାନସଭା କ୍ଷେତ୍ରରେ ଭୋଟ ଗ୍ରହଣ ହେବ । ମୟୁରଭଂଜ ଲୋକସଭା ଆସନ ଅନ୍ତର୍ଗତ ଜସିପୁର, ସାରସକଣା, ରାଇରଙ୍ଗପୁର, ବାଙ୍ଗିରିପୋଷି, ଉଦଳା, ବାରିପଦା ଓ ମୋରଡା ବିଧାନସଭା କ୍ଷେତ୍ରରେ ଏକ ସମୟରେ ଭୋଟ ହେବ ।

ବାଲେଶ୍ବର ଲୋକସଭା କ୍ଷେତ୍ର ଅନ୍ତର୍ଗତ ବଡସାହି, ଜଳେଶ୍ବର, ଭୋଗରାଇ, ବସ୍ତା, ବାଲେଶ୍ବର, ରେମୁଣା ଓ ନିଳଗିରିରେ ଏକ ସମୟରେ ଭୋଟ ହେବ । ଭଦ୍ରକ ଲୋକସଭା ଆସନ ଅନ୍ତର୍ଗତ ସୋର, ସିମୁଳିଆ, ଭଣ୍ଡାରୀପୋଖରୀ, ଭଦ୍ରକ, ବାସୁଦେବପୁର, ଧାମନଗର ଓ ଚାନ୍ଦବାଲି ବିଧାନସଭା ଆସନରେ ଏକ ସମୟରେ ଭୋଟ ହେବ ।

ଯାଜପୁର ଲୋକସଭା ଆସନ ଅନ୍ତର୍ଗତ ବିଞ୍ଝାରପୁର, ବରି, ବଡଚଣା, ଧର୍ମଶାଳା, ଯାଜପୁର, କୋରେଇ ଓ ସୁକିନ୍ଦା ବିଧାନସଭା ଆସନରେ ଏକ ସମୟରେ ଭୋଟ ହେବ ।

କେନ୍ଦ୍ରାପଡା ଲୋସକଭା ଆସନ ଅନ୍ତର୍ଗତ ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡା, ଆଳି, ରାଜନଗର ଓ ମହାକାଳପଡା ବିଧାନସଭା ଆସନରେ ଏକ ସମୟରେ ଭୋଟ ହେବ । ସେହିଭଳି ଜଗତସିଂହପୁର ଲୋକସଭା ଆସନ ଅନ୍ତର୍ଗତ ନିଆଳି, ପାରାଦ୍ବୀପ, ତିର୍ତ୍ତୋଲ, ବାଲିକୁଦା-ଏରସମା, ଜଗତସିଂହପୁର, କାକଟପୁର ଓ ନିମାପଡା ବିଧାନସଭା ଆସନରେ ଏକ ସମୟରେ ଭୋଟ ଗ୍ରହଣ ହେବ ।

Share

Leave a Reply

Your email address will not be published. Required fields are marked *

eighteen − 3 =