ରାତିରେ ଏପରି କରନ୍ତୁ ମହୁର ବ୍ୟବହାର, ଚମକିବ ତ୍ବଚା

ଆପଣ ଜାଣିଛନ୍ତି ସୁସ୍ଥ ଏବଂ ସୁନ୍ଦର ତ୍ବଚାର ଯତ୍ନ ପାଇଁ ସବୁଠାରୁ ସଠିକ୍ ସମୟ ହେଉଛି ରାତି। କାରଣ ଏହି ସମୟରେ ଆମର ଚର୍ମ ଖରା, ପ୍ରଦୂଷଣ ଏବଂ ଧୂଳିରୁ ଖୁବ ଦୂରରେ ରହିଥାଏ। ଫଳରେ ଏହି ସମୟରେ ଅଧିକ ପରିମାଣର ପୋଷଣ ମିଳିଥାଏ। ଏନେଇ ଆଜି ଆମେ ଆପଣଙ୍କୁ ମହୁ ସହ ଜଡିତ କିଛି ଖାସ ଟିପ୍ସ କହିବାକୁ ଯାଉଛୁ। ଯାହା ଆପଣଙ୍କୁ ତ୍ବଚାରେ ଚମକ ଆଣିବା ସହ ଆପଣଙ୍କୁ ମଧ୍ୟ ତନ୍ଦରୁସ୍ତ ରଖିବ।

-ବ୍ରଣ ଏବଂ ଆକନେ ଥିବା ତ୍ବଚାରେ ମହୁ ଲଗାଇ ବ୍ୟାଣ୍ଡେଡ ଗୁଡାଇ ଦିଅନ୍ତୁ।ଏହାପରେ ସକାଳେ ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। ଏପରି ଦୈନିକ କରିବା ଦ୍ବାରା ଆପଣଙ୍କୁ ବ୍ରଣ ସମସ୍ୟା ଦୂର ହୋଇଯିବ।

-ଚମକଦାର ତ୍ବଚା ପାଇବା ପାଇଁ ମହୁରେ ଏଲୋଭେରା ମିଶାଇ ବ୍ୟବହାର କରନ୍ତୁ। ସକାଳୁ ଉଠି ମୁହଁକୁ ହାଲୁକା ପାଣିରେ ଧୋଇ ଦିଅନ୍ତୁ। କିଛି ଦିନ ମଧ୍ୟରେ ଆପଣ ଦେଖିବେ କପରି ଆପଣଙ୍କ ତ୍ବଚା ଚମକିବ।

-ଯଦି ଆପଣଙ୍କ ଦୁଇ ମୁହାଁ କେଶର ଅସୁବିଧା ରହିଛି ତେବେ ରାତି ସମୟରେ ମହୁ ସହ କେମୋମାଇଲ ଟି ମିଶାଇ କେଶରେ ବ୍ୟବହାର କରନ୍ତୁ। ପରେ ସକାଳେ ଭଳ ଭାବେ ଏହାକୁ ଧୋଇ ସଫା କରିଦିଅନ୍ତୁ। କିଛି ଦିନ ବ୍ୟବହାର ପରେ ଆପଣ ନିଜେ ଫରକ ଜାଣିପାରିବେ।

-ତ୍ବଚାରେ ଥିବା ବ୍ଳାକହେଡ କମ କରିବା ପାଇଁ ମହୁ ସହ ଲେମ୍ବୁ ମିଶାଇ ରାତିରେ ଲଗାନ୍ତୁ। ଏପରି ଦୈନିକ ରାତିରେ କରିବା ପରେ ଆପଣ ଏନେଇ ଫରକ ଜାଣିପାରିବେ।

Share

Leave a Reply

Your email address will not be published. Required fields are marked *

4 + 5 =