୨୦୨୩ ଏସିଆ ରୋଡ୍ ରେସିଂ ଚମ୍ପିଆନ୍‌ସିପ୍ ଫାଇନାଲ୍‌ରେ ଶ୍ରେଷ୍ଠ ୧୦ରେ ଆଇଡେମିସୁ ହୋଣ୍ଡା ରେସିଂ ଇଣ୍ଡିଆର କେଭିନ୍ କ୍ୱଂଟାଲ୍

ଭୁବନେଶ୍ୱର: ଥାଇଲ୍ୟାଣ୍ଡର ବୁରିରାମ ସ୍ଥିତ ଚାଙ୍ଗ ଇଟଂରନ୍ୟାସନାଲ ସର୍କିଟ୍‌ରେ ଅନୁଷ୍ଠିତ ୨୦୨୩ ଏସିଆ ରୋଡ୍ ରେସିଂ ଚମ୍ପିଆନସିପ୍‌ର ଫାଇନାଲ୍ ପର୍ଯ୍ୟାୟରେ ଆଇଡେମିସୁ ହୋଣ୍ଡା ରେସିଂ ଇଣ୍ଡିଆର ଚାଳକ କେଭିନ କ୍ୱିଂଟାଲ ନିଜର ପ୍ରବଳ ନିଷ୍ଠା ପ୍ରଦର୍ଶନ କରି ଏସିଆ ପ୍ରଡକ୍ସନ ୨୫୦ ସିସି ବର୍ଗରେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ରହି ରେସ୍ ଶେଷ କରିଛନ୍ତି । ଏଥି ସହିତ ଚୂଡ଼ାନ୍ତ ପର୍ଯ୍ୟାୟରେ ସେ ମୂଲ୍ୟବାନ ୬ ପଏଂଟ୍ ହାସଲ କରିଛନ୍ତି ।
ଏସିଆ ରୋଡ୍ ରେସିଂ ଚମ୍ପିଆନ୍‌ସିପ୍ ୨୦୨୩ର ଫାଇନାଲ୍ ପର୍ଯ୍ୟାୟର ୧୦ ଲ୍ୟାପ ବିଶିଷ୍ଟ ରେସ୍‌ରେ ଭାରତର ଦୁଇ ଚାଳକ କେଭିନ କ୍ୱିଂଟାଲ ଓ ମୋହସିନ ପରମବାନ ନିଜର ଶକ୍ତି ଓ ସ୍ଥିରତା ପ୍ରଦର୍ଶନ କରି ଲମ୍ବା ପ୍ରଭାବ ବିସ୍ତାର କରିଥିଲେ । ରେସ୍‌-୨ରେ ଗ୍ରିଡ୍ ୧୧ରୁ ରେସ୍ ଆରମ୍ଭ କରିଥିବା କେଭିନ କ୍ୱିଂଟାଲ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ଚୂଡ଼ାନ୍ତ ପର୍ଯ୍ୟାୟରେ ବିଜୟ ଆଡ଼କୁ ଅଗ୍ରସର ହୋଇଥିଲେ । ସେ ରଣନୈତିକ କୌଶଳ ଅବଲମ୍ବନ କରି ନିଜ ସାମର୍ଥ୍ୟକୁ ବଢ଼ାଇବା ସହ ଅନ୍ୟମାନଙ୍କୁ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଦେଇଥିଲେ । ମୋଟ ୧୮:୫୬.୫୯୦ ସମୟ ନେଇ ଦଶମ ସ୍ଥାନରେ ରହି ସେ ରେସ୍ ଶେଷ କରିଥିଲେ । କିନ୍ତୁ ଦୁର୍ଭାଗ୍ୟବସତଃ ତାଙ୍କ ସାଥୀ ଚାଳକ ମାଲାପୁରମର ମୋହସିନ ପରମବାନ ଏପି୨୫୦ସିସିର ରେସ୍‌-୨କୁ ଶେଷ କରିପାରିନଥିଲେ ।
ରେସ୍‌-୧ର ମଧ୍ୟାହ୍ନର ତାତି ସତ୍ୱେ ମୋହସିନ ଦୃଢ଼ ପ୍ରତିବଦ୍ଧତା ପ୍ରଦର୍ଶନ କରିଥିଲେ । ଦୁର୍ଭାଗ୍ୟବସତଃ ଏକ ମେକାନିକାଲ ସମସ୍ୟା ଯୋଗୁଁ ସେ ଶେଷ କିଛି ଲ୍ୟାପର ରେସ୍ ଶେଷ କରିପାରିନଥିଲେ । ସେ ୨୦ତମ ସ୍ଥାନରୁ ନିଜର ରେସ୍ ଆରମ୍ଭ କରିଥିଲେ ଏବଂ ରେସ୍ ଶେଷ ବେଳକୁ ୧୬ତମ ସ୍ଥାନରେ ରହିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଆଇଡେମିସୁ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍ ଅତିରିକ୍ତ ୬ ପଏଂଟ୍ ହାସଲ କରିବାରୁ ଚମ୍ପିଆନ୍‌ସିପ୍‌ରେ ଟିମ୍‌ର ମୋଟ ପଏଂଟ୍ ୩୩କୁ ବୃଦ୍ଧି ପାଇଛି ।
ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ସେଲ୍‌ସ ଓ ମାର୍କେଟିଂ ନିର୍ଦ୍ଦେଶକ ଶ୍ରୀ ଯୋଗେଶ ମାଥୁର କହିଛନ୍ତି ଯେ, “୨୦୨୩ ଏସିଆ ରୋଡ୍ ରେସିଂ ଚମ୍ପିଆନସିପ୍‌ରେ କେଭିନ କ୍ୱିଂଟାଲ ଓ ମୋହସିନ ପରମବାନ ଉଲ୍ଲେଖନୀୟ ଦକ୍ଷତା ଓ ସଂକଳ୍ପ ପ୍ରଦର୍ଶନ କରିଛନ୍ତି । ଆହ୍ୱାନ ସାମ୍ନା କରିବା ସତ୍ୱେ ସେମାନଙ୍କ ପ୍ରଦର୍ଶନ ରେସିଂ ଡିଏନଏର ଭାବକୁ ପ୍ରତିଫଳିତ କରିଛି । କଡ଼ା ପ୍ରତିଦ୍ୱନ୍ଦ୍ୱିତାରେ କେଭିନ କ୍ୱିଂଟାଲ ଆଗକୁ ବଢ଼ି ୧୦ ସ୍ଥାନରେ ରହି ରେସ୍ ଶେଷ କରିଥିଲେ । ଏଚଏମଏସଆଇକୁ ସେମାନେ ପ୍ରତିନିଧିତ୍ୱ କରିଥିବାରୁ ଆମେ ଗର୍ବିତ ଏବଂ ଆଗାମୀ ଭବିଷ୍ୟତରେ ଆହୁରି ରୋମାଂଚକର ରେସ୍ ଲାଗି ଆମେ ଅପେକ୍ଷା କରିଛୁ । ସେମାନେ ଶାନ୍ତ ରହି ସେମାନଙ୍କ ରେସିଂ ଦକ୍ଷତା ଓ ପ୍ରଦର୍ଶନକୁ ଉପସ୍ଥାପନ କରିଥିଲେ । ସେମାନେ ଭଲ ଭାବେ ପ୍ରଶିକ୍ଷିତ ଏବଂ ୨୦୨୩ରେ ଆନ୍ତର୍ଜାତିକ ମାଟିରେ ଦୃଢ଼ ଉପସ୍ଥାପନ ଲାଗି ସେମାନଙ୍କୁ ନେଇ ସମଗ୍ର ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍ ଗର୍ବିତ ମନେ କରୁଛି ।’’
ଆଇଡେମିସୁ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍‌ର ଚାଳକ କେଭିନ କ୍ୱିଂଟାଲ କହିଛନ୍ତି ଯେ,“ଚୂଡ଼ାନ୍ତ ରେସ୍‌ରେ ମୁଁ ମୋର ସବୁ କିଛି ଦେଇ ଦଶମ ସ୍ଥାନ ହାସଲ କରିଥିଲି ଯାହା ମୋର ଓ ମୋ ଦଳର କଠିନ ପରିଶ୍ରମର ପ୍ରମାଣ । ଆଗକୁ ଆହୁରି ବଢ଼ିବା ଲାଗି ଏହି ଅଭିଜ୍ଞତା ମୋତେ ଅନୁପ୍ରାଣିତ କରିବ ଏବଂ ଭବିଷ୍ୟତ ରେସ୍‌ଗୁଡ଼ିକର ଆହୁରି ଭଲ ଫଳ ଲାଗି ଲକ୍ଷ୍ୟ ରଖିଛି । ମୋ ଟିମର ସମର୍ଥନକୁ ମୁଁ ପ୍ରଶଂସା କରୁଛି ଏବଂ ଆଗକୁ ହେବାକୁ ଥିବା ରେସ୍‌ରେ ଦୃଢ଼ ପ୍ରଦର୍ଶନ ଲାଗି ମୁଁ ଅପେକ୍ଷା କରିଛି ।”
ଆଡିଡେମିସୁ ହୋଣ୍ଡା ଇଣ୍ଡିଆ ଟିମର ଚାଳକ ମୋହସିନ ପରମବାନ କହିଛନ୍ତି ଯେ,“ରେସ-୨ରେ ମୁଁ ଦୃଢ଼ ପ୍ରଦର୍ଶନ ଲାଗି ସଂକଳ୍ପ ନେଇଥିଲି ଏବଂ ଆହ୍ୱାନପୂର୍ଣ୍ଣ ସ୍ଥିତି ସତ୍ୱେ ମୁଁ ଲଢ଼େଇ ଜାରି ରଖିଥିଲି, କିନ୍ତୁ ଦୁର୍ଭାଗ୍ୟବସତଃ ରେସ୍ ଶେଷ କରିପାରିନଥିଲି । ପ୍ରତି ରେସ୍‌ରୁ ମୁଁ କିଛି ନୂଆ ଶିକ୍ଷା ଲାଭ କରୁଛି ଏବଂ ମୋର ଦକ୍ଷତାକୁ ଶାଣିତ କରିବା ଉପରେ ମନୋନିବେଶ କରୁଛି । ହୋଣ୍ଡା ଟିମର ସମର୍ଥନକୁ ନେଇ ମୁଁ କୃତଜ୍ଞ ଏବଂ ଭବିଷ୍ୟତରେ ପ୍ରଦର୍ଶନରେ ଉନ୍ନତି ଆଣି ଉତମ ପ୍ରଦର୍ଶନ କରିବାକୁ ମୁଁ ସଂକଳ୍ପ ନେଇଛି ।”

Share

Leave a Reply

Your email address will not be published. Required fields are marked *

20 + 19 =