ଆଦାନି ସିମେଂଟ୍ ପକ୍ଷରୁ ପଶ୍ଚିମବଙ୍ଗ, ଓଡ଼ିଶା ଓ ବିହାରରେ ଉନ୍ନତ ଗ୍ରିନ୍ କଙ୍କ୍ରିଟ୍ ସମାଧାନ “ଏସିସି ଇକୋମ୍ୟାକ୍ସ”ର ଶୁଭାରମ୍ଭ

ଭୁବନେଶ୍ୱର: ଆଦାନି ଗ୍ରୁପ୍‌ର ଅଂଶ ତଥା ଆଦାନି ସିମେଂଟ୍‌ର ସିମେଂଟ୍ ଓ କୋଠା ଉପକରଣ କଂପାନି ଏସିସି ଲିିମିଟେଡ୍ ପକ୍ଷରୁ ପଶ୍ଚିମବଙ୍ଗ, ବିହାର ଓ ଓଡ଼ିଶା ବଜାରରେ ଉନ୍ନତ ଗ୍ରିନ୍ କଙ୍କ୍ରିଟ୍ ସମାଧାନ “ଏସିସି ଇକୋମ୍ୟାକ୍ସ’ର ଶୁଭାରମ୍ଭ କରାଯାଇଛି । ଏହା ହେଉଛି ଗ୍ରିନ୍ କଙ୍କ୍ରିଟ୍ ସମାଧାନର ଏକ ବିଶେଷ ବର୍ଗମାଳା ଯାହାକୁ ବିବେକବାନ ସବୁଜ ନିର୍ମାଣରେ ଜରିଆରେ ଏକ ନିରନ୍ତର ଭବିଷ୍ୟତ ଗଠନ କରିବା ଲାଗି ପ୍ରସ୍ତୁତ କରାଯାଇଛି ।
ଏସିସି ଇକୋମ୍ୟାକ୍ସ ହେଉଛି ଶିଳ୍ପରେ ଗ୍ରିନ କଙ୍କ୍ରିଟ୍ ସମାଧାନର ଏକ ବ୍ୟାପକ ବର୍ଗମାଳା ଯେଉଁଥିରେ ୩୦-୧୦୦% କମ୍ କାର୍ବନ ଉପାଦାନ ରହିଛି । ସ୍ୱତନ୍ତ୍ର ଗ୍ରିନ୍ ରେଡି ମିସ୍କ ପ୍ରଯୁକ୍ତିକୁ ବ୍ୟବହାର କରି ଏହାକୁ ପ୍ରସ୍ତୁତ କରାଯାଇଛି ଯାହା ସିଓ୨ ନିର୍ଗମନ ୧୦୦% ପର୍ଯ୍ୟନ୍ତ କମ୍ କରି ସବୁଜ ପ୍ରଭାବରୁ ସର୍ବାଧିକ ହ୍ରାସ କରୁଛି । ଏହି ଅଭିନବ ଉତ୍ପାଦ ସିଓ୨ ବାଇଣ୍ଡରକୁ ବ୍ୟବହାର କରୁଛି ଏବଂ ଦୀର୍ଘସ୍ଥାୟିତ୍ୱ ପାଇଁ ଏଥିରେ ଉନ୍ନତ ମିସ୍କର ଡିଜାଇନ୍ ପ୍ରସ୍ତୁତ କରାଯାଇଛି । କଂଟ୍ରାକ୍ଟର, ଡେଭେଲପର, ଇଞ୍ଜିନିୟର, ଆର୍କିଟେକ୍ ଓ ଗୃହ ନିର୍ମାଣକାରୀଙ୍କ ନିରନ୍ତର ନିର୍ମାଣ ଆବଶ୍ୟକତା ପୂରଣ କରିବା ଲାଗି ଏସିସି ଇକୋମ୍ୟାକ୍ସ ହେଉଛି ଏକ ଉଚ୍ଚ ପ୍ରଦର୍ଶନକାରୀ ତଥା ବିଶେଷ ଗ୍ରିନ୍ କଙ୍କ୍ରିଟ୍ ସମାଧାନ ।
ଭାରତ ଏକ ସର୍କୁଲାର ନିର୍ମାଣ ଆଡ଼କୁ ଗତି କରୁଥିବାରୁ ଏଭଳି ଉତ୍ପାଦର ବେଶ ଚାହିଦା ରହିଛି । ଗ୍ରିନ୍ କଙ୍କ୍ରିଟ୍ ଜରିଆରେ କଂପାନି ନବସୃଜନ ଓ ପ୍ରଯୁକ୍ତିରେ ଅଗ୍ରଦୂତ ସାଜିଛି ।
ଏହି ଅବସରରେ କଂପାନିର ସିମେଂଟ୍ ବ୍ୟବସାୟର ସିଇଓ ଶ୍ରୀ ଅଜୟ କପୁର କହିଛନ୍ତି ଯେ, “ଆମ ପରିଚାଳନାର ମୂଳରେ ରହିଛି ନିରନ୍ତରତା ଓ ନବସୃଜନ । ଇଏସ୍‌ଜି ଉପରେ ଗୁରୁତ୍ୱାରୋପ କରି ଏସିସି ଇକୋମ୍ୟାକ୍ସ ଏକ ନିରନ୍ତର ଭବିଷ୍ୟତ ଲାଗି ନିର୍ମାଣର ପୁନଃ ସମୀକ୍ଷା ନିମନ୍ତେ ଆମ ଦକ୍ଷତାକୁ ପ୍ରଦର୍ଶିତ କରୁଛି । ଆମର ଗ୍ରିନ କଙ୍କ୍ରିଟ୍ ପ୍ରଯୁକ୍ତି ଆମ ଗ୍ରାହକଙ୍କୁ କାର୍ବନ କମ୍ କରିବାରେ ସହାୟକ ହେବା ସହ ଢାଂଚାର ଦୃଢ଼ତା ଓ ଏକଜୁଟତାକୁ ବଜାୟ ରଖିବ ।’”
ବଜାରରେ ଏସିସି ଇକୋମ୍ୟାକ୍ସ, ଏସିସି ଇକୋମ୍ୟାକ୍ସ ପ୍ଲସ୍‌, ଏସିସି ଇକୋମ୍ୟାକ୍ସ ପ୍ରୋ ଏବଂ ଏସିସି ଇକୋମ୍ୟାକ୍ସ ଜିରୋ ଭଳି ବିଭିନ୍ନ ପ୍ରକାର ଉତ୍ପାଦ ରହିଛି ।

Share

Leave a Reply

Your email address will not be published. Required fields are marked *

13 − 12 =