କରୋନା ପାଇଁ କଠୋର ହେଲେ ଜିଲ୍ଲାପାଳ

ପୁରୀ() ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୨ଲକ୍ଷ ପାର୍ ହୋଇଥିବା ବେଳେ ପୁରୀ ଜିଲ୍ଲାରେ ମଧ୍ୟ ଆକ୍ରନ୍ତ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ନଜରରେ ରଖି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ କରୋନା କଟକଣା ସମୟ ବଢାଇଛନ୍ତି । କରୋନା ପାଇଁ ପୁରୀ ଜିଲ୍ଲାରେ କୌଣସି ବିବାହ, ବ୍ରତ, ସାଂସ୍କୃତିକ ଓ ଧାର୍ମିକ କାର୍ୟ୍ୟକ୍ରମ ଏବଂ ଶୋଭାଯାତ୍ରା କରାଯାଇପାରିବ ନାହିଁ ବୋଲି ପୂର୍ବରୁ କଟକଣା ଲାଗୁ ହୋଇଥିଲା । ତାହାକୁ ଆଗାମୀ ଡିସେମ୍ବର ୧୮ତାରିଖ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି । ପୋଲିସ ଆକ୍ଟର ୩୦ଧାରା ଅନୁସାରେ ଶୋଭାଯାତ୍ରା ପାଇଁ ଅନୁମତି ନେବା ଆଵଶ୍ୟକ । କିନ୍ତୁ କରୋନା ସଂକ୍ରମଣକୁ ନଜରରେ ରଖି କୌଣସି ଅନୁମତି ଦିଆଯାଉନାହିଁ । ସେହି କଟକଣାକୁ ଆଗାମୀ ଡିସେମ୍ବର ୧୮ ତାରିଖ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଏହି ସୂଚନା ଦେଇଛନ୍ତି ।

ତେବେ ଜିଲ୍ଲାରେ ସମୁଦାୟ ୯ହଜାର ୭ଶହ ୪ଜଣ ସଂକ୍ରମିତ ହୋଇଥିବା ବେଳେ ୭ହଜାର ୮ଶହ ୨୪ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୨ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Share

Leave a Reply

Your email address will not be published. Required fields are marked *

1 × 2 =