ସର୍ବୋଚ୍ଚ ସ୍ତରରେ ଏମ୍‌ଏସ୍‌ଏମ୍‌ଇ ଋଣ ଚାହିଦା, ଖିଲାପ ହାର ହ୍ରାସ: ଟ୍ରାନ୍ସୟୁନିୟନ୍ ସିବିଲ୍ ରିପୋର୍ଟ

ଭୁବନେଶ୍ୱର: ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ଅଭିବୃଦ୍ଧି ପଥରେ ରହିଥିବାରୁ ଏମ୍‌ଏସ୍‌ଏମ୍‌ଇ ଋଣ ଚାହିଦା ସର୍ବୋଚ୍ଚ ସ୍ତରରେ ରହିଛି ବୋଲି ଟ୍ରାନ୍ସୟୁନିୟନ୍ ସିବିଲ୍‌-ସିଡ୍‌ବି ଏମ୍‌ଏସ୍‌ଏମ୍‌ଇ ପଲ୍‌ସ ରିପୋର୍ଟରୁ ଜଣାପଡ଼ିଛି । ଲଘୁ କ୍ଷେତ୍ରରେ ଚାହିଦା ବଢ଼ିଥିବାରୁ ଋଣ ପ୍ରଦାନକାରୀମାନଙ୍କ ବିଶ୍ୱାସ ମଧ୍ୟ ବୃଦ୍ଧି ପାଇଛି । ଏମ୍‌ଏସ୍‌ଏମ୍‌ଇଙ୍କ ବ୍ୟବସାୟ ବୃଦ୍ଧି ସହ ଋଣ ବୃଦ୍ଧିର ସିଧାସଳଖ ସମ୍ପର୍କ ରହିଛି । ୨୦୨୨ ସେପ୍ଟେମ୍ବର, ଶେଷ ତ୍ରୈମାସିକ ସୁଦ୍ଧା ଏହି ଋଣ ବର୍ଷକୁ ବର୍ଷ ଭିତିରେ ୧:୨୯ ଗୁଣା ବୃଦ୍ଧି ପାଇଛି । ଋଣ ଯୋଗାଣ ସ୍ଥିର ରହିଥିବା ବେଳେ ଆବଂଟନ ୨୪% ବୃଦ୍ଧି ପାଇଛି । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ଆବଂଟନ ଯଥାକ୍ରମେ ୫୪%, ୨୩% ଓ ୮ ପ୍ରତିଶତ ବୃଦ୍ଧି ପାଇଛି ।
୨୦୨୨ ସେପ୍ଟେମ୍ବର ସୁଦ୍ଧା ଏମ୍‌ଏସ୍‌ଏମ୍‌ଇକୁ ଋଣ ପରିମାଣ ୧୦.୬ ପ୍ରତିଶତ ବୃଦ୍ଧି ପାଇ ୨୨.୯ ଲକ୍ଷ କୋଟି ଟଙ୍କା ହୋଇଛି । ସରକାରୀ କ୍ଷେତ୍ର ଋଣ ୭.୯ ଲକ୍ଷ କୋଟି ଟଙ୍କା ରହିଥିବା ବେଳେ ଘରୋଇ ଋଣ ୧୦.୧ ଲକ୍ଷ କୋଟି ଟଙ୍କା ଓ ଅଣ ବ୍ୟାଙ୍କିଙ୍ଗ୍ ଆର୍ଥିକ କ୍ଷେତ୍ର ଋଣ ୩.୧ ଲକ୍ଷ କୋଟି ଟଙ୍କା ରହିଛି । ଦେଶରେ ୭୭ ଲକ୍ଷ ସକ୍ରିୟ ଏମ୍‌ଏସ୍‌ଏମ୍‌ଇ ଋଣଗ୍ରହୀତା ରହିଛନ୍ତି । ସେମାନଙ୍କ ସଂଖ୍ୟା ବାର୍ଷିକ ଭିତିରେ ୧୧ ପତିଶତ ବୃଦ୍ଧି ପାଇଛି । ଏମ୍‌ଏସ୍‌ଏମ୍‌ଇରେ କ୍ଷୁଦ୍ର ଉଦ୍ୟୋଗ ସର୍ବାଧିକ ୯.୫ ଲକ୍ଷ କୋଟି ଟଙ୍କାର ଋଣ ନେଇଥିବା ବେଳେ ଲଘୁ ଉଦ୍ୟୋଗ ୫.୮ ଲକ୍ଷ କୋଟି ଟଙ୍କା ଓ ମଧ୍ୟମ ଉଦ୍ୟୋଗ ୭.୬ ଲକ୍ଷ କୋଟି ଟଙ୍କାର ଋଣ ନେଇଛନ୍ତି ।
ଅଧିକ ଶିଳ୍ପ ଥିବା ରାଜ୍ୟରେ ଏମ୍‌ଏସ୍‌ଏମ୍‌ଇ ଋଣ ପରିମାଣ ଅଧିକ ରହିଛି । ଶ୍ରେଷ୍ଠ ୧୦ ରାଜ୍ୟ ମଧ୍ୟରେ ରହିଛନ୍ତି ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡୁ, ଉତର ପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକ, ରାଜସ୍ଥାନ, ପଶ୍ଚିମବଙ୍ଗ, ତେଲେଙ୍ଗାନା ଓ ହରିୟାଣା । ୨୦୨୨ ସେପ୍ଟେମ୍ବର ସୁଦ୍ଧା ଦିଆଯାଇଥିବା ଋଣରୁ ୭୨ ପ୍ରତିଶତ ଏହି ୧୦ ରାଜ୍ୟରେ ଦିଆଯାଇଛି । ଏମ୍‌ଏସ୍‌ଏମ୍‌ଇ ଋଣରେ ଗୁଜରାଟ ଓ ହରିୟାଣାର ଭାଗ ଯଥାକ୍ରମେ ୧୫% ଓ ୧୪% ରହିି । ରାଜସ୍ଥାନ ଓ ଗୁଜରାଟରେ ଖିଲାପ ହାର ସର୍ବନିମ୍ନ ଯଥାକ୍ରମେ ୧.୮ ପ୍ରତିଶତ ଓ ୧.୮୫ ପ୍ରତିଶତ ରହିଛି ।
ସିଡ୍‌ବିର ସିଏମ୍‌ଡି ଶ୍ରୀ ଶିବସୁବ୍ରମଣ୍ୟନ ରମଣ କହିଛନ୍ତି ଯେ, “ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ପୁନରୁଦ୍ଧାର ପାଇଁ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପ୍ରଗତିଶୀଳ ସଂସ୍କାରର ଫଳ ବ୍ୟାପକ ବ୍ୟବସାୟିକ କାର୍ଯ୍ୟକଳାପ ଓ ବିଭିନ୍ନ କ୍ଷେତ୍ରର ସଂସ୍ଥା ଦ୍ୱାରା ଋଣ ଗ୍ରହଣରେ ଉନ୍ନତି ପ୍ରତିଫଳିତ ହୋଇଛି । ଏମ୍‌ଏସ୍‌ଏମ୍‌ଇଙ୍କୁ ସଠିକ୍ ସମୟରେ ଋଣ ପ୍ରଦାନ କରି ଚାହିଦାରେ ଦେଖାଦେଇଥିବା ଉନ୍ନତିକୁ ଯଥାର୍ଥ ସମର୍ଥନ କରିବା ଲାଗି ଆମେ ଋଣ ଶିଳ୍ପକୁ ଉତ୍ସାହିତ କରିବାକୁ ଚାହୁଁଛୁ ଯାହା ଦ୍ୱାରା ଏହି କ୍ଷେତ୍ରର ଅଭିବୃଦ୍ଧି ଦୀର୍ଘସ୍ଥାୟୀ ହୋଇପାରିବ ଏବଂ ୫ ଟ୍ରିଲିଅନ୍ ଡଲାର ଅର୍ଥନୀତି ପାଇଁ ସରକାରଙ୍କ ଲକ୍ଷ୍ୟ ପୂରଣ ହୋଇପାରିବ ।’’
ଟ୍ରାନ୍ସୟୁନିୟନ୍ ସିବିଲ୍‌ର ପରିଚାଳନା ନିର୍ଦେଶକ ଓ ସିଇଓ ଶ୍ରୀ ରାଜେଶ କୁମାର କହିଛନ୍ତି ଯେ, “ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ଋଣ ଚାହିଦା ସର୍ବୋଚ୍ଚ ସ୍ତରରେ ରହିଥିବା ବେଳେ ଋଣ ଶିଳ୍ପ ଦ୍ୱାରା ଯୋଗାଣ ସ୍ଥିର ରହିଛି ଏବଂ ଖିଲାପ ହାର କମ୍ ରହିଛି ଏହି ନିର୍ଯ୍ୟାସରୁ ଜଣାପଡ଼ିଛି ଯେ ଯୋଗ୍ୟ ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ଚିହ୍ନଟ କରିବା ପାଇଁ ଅନ୍ତର୍ଦୃଷ୍ଟି ଓ ଡାଟା ଆନାଲିଟିକ୍ସର ଶକ୍ତିକୁ ଋଣ ଶିଳ୍ପ ବ୍ୟବହାର କରିବାରେ ସକ୍ଷମ ହୋଇଛି ଏବଂ ବ୍ୟାପକ ବ୍ୟବସାୟ ଓ ଭୌଗୋଳିକ ବ୍ୟବସାୟ କ୍ଷେତ୍ରରେ ଋଣ ସୁଯୋଗକୁ ବଢ଼ାଉଛି । ସରକାର, ନିୟାମକ ସଂସ୍ଥା ଓ ଋଣ ବ୍ୟବସ୍ଥା ଦ୍ୱାରା ନବସୃଜନରେ ଉନ୍ନତି ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ଉଚ୍ଚ ଅଭିବୃଦ୍ଧି ପଥରେ ସ୍ଥାନିତ କରିଛି । ଏହି ନବସୃଜନ ଆର୍ଥିକ, ଆୟ ଓ ବାଣିଜ୍ୟ ସୂଚନା ଋଣ ପ୍ରଦାନକାରୀ ସଂସ୍ଥାଙ୍କୁ ବ୍ୟବସାୟିକ ସଂସ୍ଥାକୁ ଜାଣିବା ଏବଂ ଏମ୍‌ଏସ୍‌ଏମ୍‌ଇ ଋଣରେ ରହିିଥିବା ବିପଦକୁ ଆକଳନ କରିବାରେ ସକ୍ଷମ ହୋଇଛି ।’’

Share

Leave a Reply

Your email address will not be published. Required fields are marked *

nineteen − 14 =