ଆଜିଠାରୁ ମାଓବାଦୀଙ୍କ ସହିଦ ସପ୍ତାହ ଆରମ୍ଭ

ଭୁବନେଶ୍ୱର: ଆଜିଠାରୁ ମାଓବାଦୀଙ୍କ ସହିଦ ସପ୍ତାହ ପାଳନ କରାଯିବ । ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ମାଓବାଦୀମାନେ ମୃତ ସାଥୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ସହିଦ ସପ୍ତାହ ପାଳନ କରୁଛନ୍ତି । ଏହି ସମୟରେ ମାଓବାଦୀମାନେ ଅନେକ ହିଂସାକାଣ୍ଡ ଘଟାଇଥାନ୍ତି । ସେପଟେ ନବରଙ୍ଗପୁର ଜିଲ୍ଲାର ରାଇଘର ଓ କୁନ୍ଦେଇ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଆଜି ମାଓ ବ୍ୟାନର ଲଗା ଯାଇଥିବା ଦେଖିବାକୁ ମିଳିଛି । ଆଜିଠାରୁ ଅର୍ଥାତ ଜୁଲାଇ ୨୮ ତାରିଖଠାରୁ ଅଗଷ୍ଟ ୩ ତାରିଖ ପର‌୍ୟ୍ୟନ୍ତ ସହିଦ ସପ୍ତାହ ପାଳନ କରିବାକୁ ମାଓବାଦୀ ପକ୍ଷରୁ ଅନୁରୋଧ କରାଯାଇଛି । ରାଇଘର ବ୍ଲକ ଏକ ସୀମାନ୍ତ ତଥା ମାଓ ପ୍ରବଣ ଅଞ୍ଚଳ ହୋଇଥିବା ବେଳେ ମାଓବାଦୀ ପକ୍ଷରୁ ବିଭିନ୍ନ ସମୟରେ ପୋଷ୍ଟର ଓ ବ୍ୟାନର ମାରି ନିଜର ଉପସ୍ଥିତି ଜାହିର କରି ଆସୁଥିବା ଦେଖିବାକୁ ମିଳୁଛି ।

Share

Leave a Reply

Your email address will not be published. Required fields are marked *

5 − four =