ସରିଲା ସର୍ବଦଳୀୟ ବୈଠକ

ଭୁବନେଶ୍ବର()   ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସରିଲା ସର୍ବଦଳୀୟ ବୈଠକ। ବୈଠକରେ ଗୃହରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ନିବେଦନ କରିଛନ୍ତି ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର। ବୈଠକରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର, ବିଜେଡି ବିଧାୟକ ଜୟନାରାୟଣ ମିଶ୍ର, ପ୍ରଦୀପ୍ତ ନାଏକ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଜେଡି ବିଧାୟକ ଦେବୀ ପ୍ରକାଶ ମିଶ୍ର ଓ ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ସବୁଦଳର ନେତାଙ୍କୁ ନେଇ ଆଲୋଚନା ହୋଇଛି। ଆସନ୍ତାକାଲି ବିଧାନସଭା ଅଧିବେଶନ ଆରମ୍ଭ ହେଉଥିବା ବେଳେ ପ୍ରଥମ ଦିନରେ ରାଜ୍ୟପାଳ ଅଭିଭାଷଣ ରଖିବେ। ପ୍ରତିଦିନ ୨ଟି ମୂଲତବୀ ପ୍ରସ୍ତାବରେ ଆଲୋଚନା ପାଇଁ ଚେଷ୍ଟା ହେବ ବୋଲି କହିଛନ୍ତି ସୂର୍ୟ୍ୟନାରାୟଣ ପାତ୍ର।

ବୈଠକ ପରେ ବିଜେପି ନେତା ଜୟନାରାୟଣ ମିଶ୍ର ପ୍ରତିକ୍ରିୟା ରଖି କହିଛନ୍ତି ଗୃହ ପରିଚାଳନାରେ ବିଜେପି ସହଯୋଗ କରିବ । ରାଜ୍ୟ ସ୍ବାର୍ଥକୁ ନେଇ ଗୃହରେ ପ୍ରସଙ୍ଗ ଉଠାଇବ ବିଜେପି । ବାତ୍ୟା ଫୋନି କ୍ଷୟକ୍ଷତି ପ୍ରସଙ୍ଗ ଧାନର ଅଭାବ ବିକ୍ରି, ଆଇନ ଶୃଙ୍ଖଳା ପ୍ରମୁଖ ମୁଦ୍ଦା ଉଠିବ । ଆସନ୍ତାକାଲିଠୁ ଆରମ୍ଭ ହେଉଥିବା ଷୋଡ଼ଶ ବିଧାନସଭାର ବଜେଟ୍ ଅଧିବେଶନ ୨ଟି ପର୍ୟ୍ୟାୟରେ ଜୁନ୍ ୨୫ ରୁ ଅଗଷ୍ଟ ୮ ତାରିଖ ପର୍ୟ୍ୟନ୍ତ ଚାଲିବ ।

Share

Leave a Reply

Your email address will not be published. Required fields are marked *

4 × 2 =