ଖଣି ସମ୍ପ୍ରସାରଣ ପାଇଁ ଅନୁଷ୍ଠିିତ ଟାଟା ଷ୍ଟିଲ ର ତିନୋଟି ଜନଶୁଣାଣି ସଫଳ

# ସ୍ଥାନୀୟ ବାସିନ୍ଦା ବହୁସଂଖ୍ୟାରେ ଯୋଗ ଦେଇ ପ୍ରସ୍ତାବକୁ କଲେ ସମର୍ଥନ

ଯୋଡା: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ନିକଟରେ କରାଯାଇଥିବା ଟାଟା ଷ୍ଟିଲ ଲିମିଟେଡ ର ତିରିଙ୍ଗପାହାଡ଼, ବାମେବାରି ଏବଂ ଯୋଡା ୱେଷ୍ଟ ଲୌହ ଓ ମାଙ୍ଗାନିଜ ଖଣିର ତିନିଗୋଟି ଯାକ ଜନଶୁଣାଣି ସଫଳ ହୋଇଛି I

ଏହି ଖଣି ଗୁଡିକର ବାର୍ଷିକ ଖଣିଜ ଉତ୍ପାଦନ ବୃଦ୍ଧି ଓ ସମ୍ପ୍ରସାରଣ ନିମନ୍ତେ ପୃଥକ ପୃଥକ ସ୍ଥାନରେ ହୋଇଥିବା ତିନିଗୋଟି ଜନଶୁଣାଣି ରେ ସ୍ଥାନୀୟ ଗ୍ରାମବାସୀ ଶହ ଶହ ସଂଖ୍ଯାରେ ଯୋଗ ଦେଇ ନିଜର ମତବ୍ୟକ୍ତ କରିବା ସହ ଖଣି ଗୁଡିକ ର ସମ୍ପ୍ରସାରଣ ପାଇଁ ସବୁଜ ସଙ୍କେତ ଦେଇଥିଲେ I

ଏହି ସଭାରେ, କିଛି ବାସିନ୍ଦା ଶିକ୍ଷା, ସ୍ୱାସ୍ଥ୍ୟ ଓ କ୍ରୀଡା ସମ୍ପର୍କୀୟ ଭିତ୍ତିଭୂମି ତଥା ସ୍ଥାନୀୟ, ପାରିପାର୍ଶ୍ବିକ ଓ ସମଗ୍ର ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ, ସରକାରଙ୍କ ନିକଟରେ ଟାଟା ଷ୍ଟିଲ କୁ ଦାବିପତ୍ର ପ୍ରଦାନ କରିଥିଲେ I ଉଚିତ୍ ଦାବୀ ଗୁଡିକୁ ପୂର୍ଣ୍ଣମାତ୍ରାରେ ଧ୍ୟାନ ଦିଆଯାଇ ଅଗ୍ରାଧିକାର ସହ ସମାଧାନ କରାଯିବା ପାଇଁ ଉଦ୍ୟମ କରାଯିବ ବୋଲି କମ୍ପାନୀ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା I

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟ ଅନୁସାରେ ତିରିଙ୍ଗ ପାହାଡ଼ ଖଣି ସମ୍ପ୍ରସାରଣ ପାଇଁ 61 ଜଣ, ବାମେବାରି ପାଇଁ 75 ଜଣ ଏବଂ ଯୋଡା ୱେଷ୍ଟ ଖଣି ପାଇଁ 120 ଜଣ ସ୍ଥାନୀୟ ଅଧିବାସୀ
ନିଜର ସୁଚିନ୍ତିତ ମତାମତ ପ୍ରଦାନ କରି ସମ୍ପ୍ରସାରଣ ପାଇଁ ସହମତି ପ୍ରଦାନ କରିଥିଲେ I ଏଥିସହିତ 12 ଜଣ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ I

ଶାନ୍ତି ଶୃଙ୍ଖଳାର ସହ ତିନୋଟିଯାକ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା I

ସୂଚନାଯୋଗ୍ୟ ଯେ, ଟାଟା ଷ୍ଟିଲ ଲିମିଟେଡର ତିରିଙ୍ଗପାହାଡ଼ ଲୌହ ଓ ମାଙ୍ଗାନିଜ୍ ଖଣିରୁ ବାର୍ଷିକ ସମୁଦାୟ ୫୨.୩୬ ଲକ୍ଷ ଟନ୍ ଖଣିଜ ଉତ୍ତୋଳନ କରିବା ନିମନ୍ତେ ପ୍ରସ୍ତାବ ଦିଆଯାଇଛି I ଜୁଲାଇ 29 ତାରିଖରେ ହୋଇଥିବା ଏହି ସଭା କୁ କେନ୍ଦୁଝର ଜିଲ୍ଲାର ଅତିରିକ୍ତ ଜିଲାପାଳ ଯଦୁମଣି ମାହାଲା ସଭାପତିତ୍ଵ କରିଥିଲେ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଞ୍ଚଳିକ ଅଧିକାରୀ ପ୍ରଶାନ୍ତ କର ପରିଚାଳନା କରିଥିଲେ ।

ସେହିପରି, ବାମେବାରୀ ଲୌହ ଓ ମାଙ୍ଗାନିଜ୍ ଖଣି ର ସମ୍ପ୍ରସାରଣ ପାଇଁ ବାର୍ଷିକ ସର୍ବାଧିକ ୪୯.୯୪ ଲକ୍ଷ ଟନ୍ ଖଣିଜ ଉତ୍ତୋଳନ କରିବା ନିମନ୍ତେ ପ୍ରସ୍ତାବ ରହିଛି । ଅଗଷ୍ଟ 4 ତାରିଖ ରେ ଅନୁଷ୍ଠିତ ଏହି ସଭା କୁ କେନ୍ଦୁଝର ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଶ୍ରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ସଭାପତିତ୍ଵ କରିଥିଲେ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଞ୍ଚଳିକ ଅଧିକାରୀ ଶ୍ରୀ ପ୍ରଶାନ୍ତ କର ପରିଚାଳନା କରିଥିଲେ ।

ଅନୁରୂପ ଭାବେ, ଅଗଷ୍ଟ 10 ତାରିଖ ରେ ହୋଇଥିବା ଯୋଡାୱେଷ୍ଟ ଲୌହ ଓ ମାଙ୍ଗାନିଜ୍ ଖଣି ସମ୍ପ୍ରସାରଣ ନିମନ୍ତେ ଜନ ଶୁଣାଣୀ ରେ ବାର୍ଷିକ ସର୍ବାଧିକ 104.678 ଲକ୍ଷ ଟନ୍ ଖଣି ଉତ୍ତୋଳନ କରିବା ନିମନ୍ତେ ପ୍ରସ୍ତାବ ରହିଛି । ଏହି ସଭା କୁ ଶ୍ରୀ ଘାସିରାମ ମୁର୍ମୁ, ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ସହର ଉନ୍ନୟନ ସଂସ୍ଥା, କେନ୍ଦୁଝର ସଭାପତିତ୍ବ କରିଥିଲେ ଏବଂ ଶ୍ରୀ ପ୍ରଶାନ୍ତ କର, ଆଞ୍ଚଳିକ ଅଧିକାରୀ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ପରିଚାଳନା କରିଥିଲେ ।

Share

Leave a Reply

Your email address will not be published. Required fields are marked *

ten − nine =