ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ୨୦୨୩ ଏନ୍‌ଏସ୍‌ଏଫ୍‌୨୫୦ଆର୍‌ର ରେସ୍‌-୧ରେ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍‌ର ଚମତ୍କାର ପ୍ରଦର୍ଶନ

ଭୁବନେଶ୍ୱର: ମାଡ୍ରାସ ଇଟଂରନ୍ୟାସନାଲ୍ ସର୍କିଟ୍‌ରେ ଅନୁଷ୍ଠିତ ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟଲେଂଟ୍ କପ୍ ଏନ୍‌ଏସ୍‌ଏଫ୍‌୨୫୦ଆର୍‌ର ପଂଚମ ପର୍ଯ୍ୟାୟର ପ୍ରଥମ ରେସ୍‌ରେ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍‌ର ଚାଳକମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ରେସ୍ ଟ୍ରାକ୍‌ରେ ୧୨ ଜଣ ପ୍ରତିଭାବାନ ଚାଳକମାନେ ବିଶ୍ୱାସର ସହ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦେଖିବାକୁ ମିଳିଥିଲା ।
ରେସ୍‌ରେ ଅଗ୍ରଣୀ ସ୍ଥାନରେ ରହିଥିଲେ କେଭିନ୍ କ୍ୱିଂଟାଲ୍ । ଚେନ୍ନାଇର ଏହି ୧୮ ବର୍ଷୀୟ ଚାଳକ ଅତୁଟ ପ୍ରତିବଦ୍ଧତା ପ୍ରଦର୍ଶନ କରି ଗ୍ରିଡ୍ ୧ରୁ ରେସ୍ ଆରମ୍ଭ କରିଥିଲେ । ଛଅ ଲ୍ୟାପ୍ ବିଶିଷ୍ଟ ରେସ୍‌କୁ ସେ ୧୧:୧୭:୪୧୬ ସମୟ ନେଇ ଶେଷ କରିଥିଲେ । ନିଜର ସ୍ୱତନ୍ତ୍ର ରେସ୍ କୌଶଳ ଓ ଶେଅଳୀ ପାଇଁ ସେ ସାରା ରେସ୍‌ରେ ଆଗରେ ରହିବା ସହ ଶ୍ରେଷ୍ଠ ସ୍ଥାନରେ ରହି ରେସ୍ ଶେଷ କରିଥିଲେ ।
କେଭିନ୍‌ଙ୍‌କ ପଛରେ ରହିଥିଲେ ରକ୍ଷୀତ ଏସ୍ ଡାଭେ । ୧୧:୨୩:୯୨୯ ସମୟ ନେଇ ସେ ଦ୍ୱିତୀୟ ସ୍ଥାନରେ ରହି ରେସ୍ ଶେଷ କରିଥିଲେ । ପ୍ରଥମ ଥର ବିବେକ ରୋହିତ କପାଡ଼ିଆ ତୃତୀୟ ସ୍ଥାନରେ ରହି ରେସ୍ ଶେଷ କରିଥିଲେ । ସେ ରେସ୍ ଶେଷ କରିବାକୁ ୧୧:୨୬:୪୫୬ ସମୟ ନେଇଥିଲେ ।
ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ନିର୍ଦ୍ଦେଶକ-ସେଲ୍‌ସ ଆଣ୍ଡ୍ ମାର୍କେଟିଂ ଶ୍ରୀ ଯୋଗେଶ ମାଥୁର କହିଛନ୍ତି ଯେ, “ଏହି ରେସ୍‌ରେ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଯୁବ ଚାଳକମାନେ ପୁଣି ଥରେ ଅତୁଳନୀୟ ପ୍ରତିଭା ଓ ସଂକଳ୍ପ ପ୍ରଦର୍ଶନ କରିଥିଲେ । ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଏନ୍‌ଏସ୍‌ଏଫ୍‌୨୫୦ଆର୍ ହେଉଚି ଭାରତୀୟ ମୋଟରସ୍ପୋର୍ଟସ୍‌ରେ ରହିଥିବା ସମ୍ଭାବନାର ପ୍ରତିଫଳନ ଏବଂ ଏହି ଯାତ୍ରାର ଏକ ଅଂଶ ହୋଇଥିବାରୁ ଆମେ ନିଜକୁ ଗର୍ବିତ ମନେ କରୁଛୁ ଯାହା ଯୁବ ପ୍ରତିଭାମାନଙ୍କୁ ବିକଶିତ ଶେଷ ଲାଗି ଏକ ଶ୍ରେଷ୍ଠ କ୍ଷେତ୍ର ଭାବେ କାର୍ଯ୍ୟ କରୁଛି । ମୁଁ ମୋ ଚାଳକମାନଙ୍କୁ ନେଇ ବେଶ ଗର୍ବିତ । କେଭିନ ସହଜରେ ରେସ୍‌କୁ ଜିତିଥିବା ବେଳେ ବିବେକ ରୋହିତ ପ୍ରଥମ ଥର ପାଇଁ ପୋଡିୟମ୍‌ରେ ତୃତୀୟ ସ୍ଥାନରେ ପହଂଚିବା ପ୍ରଶଂସନୀୟ ଥିଲା ।”
କେଭିନ ସମର କ୍ୱିଂଟାଲ୍ କହିଛନ୍ତି ଯେ, ‘ଏହି ବିଜୟ ମୋ ପାଇଁ ବେଶ ଗୁରୁତ୍ୱ ବହନ କରୁଛି । ରେସ୍‌ରେ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା । ମୋର ଆରମ୍ଭ ଏତେଟା ଭଲ ହୋଇନଥିଲେ ମଧ୍ୟ ମୁଁ ରେସ୍‌ରେ ଉନ୍ନତି ଆଣି ଶ୍ରେଷ୍ଠ ସ୍ଥାନରେ ପହଂଚିପାରିଥିଲି । ମୋର ଆଜିର ବିଜୟରେ ଗୁରୁତ୍ୱପୂର୍ଣ୍ଣ ରଣନୀତି ଓ ଗାଡ଼ି ଚାଳନା ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଏନ୍‌ଏସ୍‌ଏଫ୍‌୨୫୦ଆର୍‌ର ପ୍ରତିଦ୍ୱନ୍ଦ୍ୱିତାର ସୁଯୋଗ ମିଳିବାରୁ ମୁଁ କୃତଜ୍ଞ ।”

Share

Leave a Reply

Your email address will not be published. Required fields are marked *

7 − 1 =