କ୍ୟାମ୍ପସ ଆକ୍ଟିଭଓୟାର ପକ୍ଷରୁ ରାଉରକେଲାର ଉଦିତନଗରରେ ପ୍ରଥମ ସ୍ୱତନ୍ତ୍ର ରିଟେଲ୍ ଷ୍ଟୋର୍ ଉନ୍ମୋଚିତ

ରାଉରକେଲା: ଭାରତର ଅଗ୍ରଣୀ ସ୍ପୋର୍ଟସ୍ ଓ ଆଥିଲିଜର ଫୁଟ୍‌ଓୟାର ବ୍ରାଣ୍ଡ୍ କ୍ୟାମ୍ପସ୍ ପକ୍ଷରୁ ରାଉରକେଲାର ଉଦିତନଗରରେ ଏହାର ପ୍ରଥମ ସ୍ୱତନ୍ତ୍ର ରିଟେଲ୍ ଷ୍ଟୋର୍ ଖୋଲାଯାଇଛି । ଏହି ଷେ୍‌ଟାର୍‌କୁ ୬୨୫ ବର୍ଗଫୁଟ ସ୍ଥାନରେ ସ୍ଥାପନ କରାଯାଇଛି ଯାହା ଉଦିତନଗରର ସରସ୍ୱତୀ ଭବନର ତଳ ମହଲାରେ ରହିଛି । ଏହି ଷ୍ଟୋର୍‌ରେ ବ୍ୟାପକ ବର୍ଗର ଉଚ୍ଚ ମାନର ଫେସନେବଲ୍ ଓ ସୁଲଭ ମୂଲ୍ୟର ଫୁଟ୍‌ଓୟାର ସମାଧାନ ରହିଛି । ସଦ୍ୟତମ ଗ୍ରାହକ ଚାହିଦା ପୂରଣ କରିବା ସହ ଗ୍ରାହକଙ୍କ ବ୍ରାଣ୍ଡ୍ ଯାତ୍ରାରେ ମୂଲ୍ୟ ଯୋଡ଼ିବା ପାଇଁ କଂପାନିର ଅଭିବୃଦ୍ଧି ଯାତ୍ରାର ଅଂଶ ସ୍ୱରୂପ ଏହି ଷ୍ଟୋର ଖୋଲାଯାଇଛି ।
ନୂତନ ଭାବେ ଉନ୍ମୋଚନ କରାଯାଇଥିବା ଷ୍ଟୋର୍‌ରେ କ୍ୟାମ୍ପସ୍ ଆକ୍ଟିଭ୍‌ଓୟାରର ଚର୍ଚ୍ଚିତ ଓଜି, ନାଇଟ୍ରୋ ଫ୍ଲାଏ ଓ ନାଇଟ୍ରୋ ବୁଷ୍ଟ୍ ଫୁଟ୍‌ଓୟାର ବର୍ଗମାଳା ରହିଛି ଯାହା ଗ୍ରାହକମାନଙ୍କ ଲାଗି ଅତୁଳନୀୟ ସପିଙ୍ଗ ଅନୁଭୂତିକୁ ସୁନିଶ୍ଚିତ କରିବ । ବିଭିନ୍ନ ଆଥଲେଟିକ୍ ଓ ଫେସନ ପ୍ରାଥମିକତା ଆବଶ୍ୟକତା ପୂରଣ କରୁଥିବା ବିବିଧ ବିକଳ୍ପ ସହ ଏହି ଆଉଟ୍‌ଲେଟ୍‌ରେ ସମସ୍ତଙ୍କ ପାଇଁ କିଛି ନା କିଛି ରହିଛି । ଏହି ଷ୍ଟୋର୍‌ର ଉଦ୍‌ଘାଟନ ଉତ୍ସବକୁ ପାଳନ କରିବା ଲାଗି କ୍ୟାମ୍ପସ୍ ଆକ୍ଟିଭ୍‌ଓୟାର ପକ୍ଷରୁ ଗ୍ରାହକମାନଙ୍କ ଲାଗି ସ୍ୱତନ୍ତ୍ର ଅଫର ଘୋଷଣା କରାଯାଇଛି ଯେଉଁଥିରେ ଗ୍ରାହକମାନେ ୩୪୯୯ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର ସପିଙ୍ଗ ଉପରେ ଏକ ଷ୍ଟାଇଲିସ୍ ବ୍ୟାକ୍‌ପ୍ୟାକ୍ ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ । ପ୍ରଥମେ ଭିନ୍ନତାକୁ ଦେଖି ଗ୍ରାହକମାନଙ୍କଠାରେ ମୂଲ୍ୟ ଯୋଗ କରିବାରେ କ୍ୟାମ୍ପସ୍ ଆକ୍ଟିଭ୍ ଓୟାରର ପ୍ରତିବଦ୍ଧତାକୁ ଏହା ପ୍ରଦର୍ଶିତ କରୁଛି ।
ଏହି ଅବସରରେ କ୍ୟାମ୍ପସ୍ ଆକ୍ଟିଭ୍‌ଓୟାରର ସିଇଓ ଶ୍ରୀ ନିଖିଲ ଅଗ୍ରୱାଲ୍ କହିଛନ୍ତି ଯେ, “ରାଉରକେଲାର ଉଦିତନଗରରେ ଆମର ପ୍ରଥମ ସ୍ୱତନ୍ତ୍ର ଆଉଟ୍‌ଲେଟ୍‌ର ଶୁଭାରମ୍ଭ କରି ଆମେ ବେଶ ଉତ୍ସାହିତ ଯାହା ହେଉଛି ପ୍ରତିଟି ପାଦରେ ନିରବଚ୍ଛିନ୍ନ ଭାବେ ଗୁଣାତ୍ମକ ମାନ, ଷ୍ଟାଇଲ୍ ଓ ସୁଲଭତା ସହ ଯୋଡ଼ି ହେଉଥିବା ଫୁଟ୍‌ଓୟାର ପ୍ରଦାନ କରିବା ପ୍ରତି ଆମର ଅତୁଟ ଉତ୍ସର୍ଗୀକୃତ ମନୋଭାବର ପ୍ରମାଣ । ଆମର ନୂଆ ଷ୍ଟୋର ଶ୍ରେଷ୍ଠ ମାନର ସପିଙ୍ଗ ଅନୁଭୂତିି, ଭଲ ଭାବେ ଦେଖିବାର ସୁବିଧା, ଉଚିତ ମୂଲ୍ୟ ଓ ଉନ୍ନତ ଗ୍ରାହକ ସନ୍ତୁଷ୍ଟିର ପ୍ରତିଶ୍ରୁତି ଦେଉଛି । କ୍ୟାମ୍ପସ୍ ଆକ୍ଟିଭ୍‌ଓୟାରରେ ଆମେ ଗ୍ରାହକମାନଙ୍କ ସହିତ ତାଳ ଦେଇ ଆଗକୁ ବଢ଼ୁଛୁ, ସେମାନଙ୍କ ଫେସନ ଆବଶ୍ୟକତାକୁ ବୁଝୁଛୁ ଏବହ ଷ୍ଟାଇଲ, ବି୍‌ଶ୍ୱାସ ଓ ଆତ୍ମ ପରିପ୍ରକାଶର ଏହି ବିପ୍ଳବରେ ଯୋଡ଼ି ହେବା ଲାଗି ସମସ୍ତଙ୍କୁ ଉତ୍ସାହିତ କରୁଛୁ । ଆମ ଯାତ୍ରାରେ ରହିଛି ନିରବଚ୍ଛିନ୍ନ ଶକ୍ତି ଏବଂ ଆମେ ଆମ ବିଶ୍ୱସନୀୟ ଗ୍ରାହକମାନଙ୍କୁ ସେମାନଙ୍କ ଭରସା ଓ ସମର୍ଥନ ପାଇଁ କୃତଜ୍ଞତା ଜଣାଉଛୁ ।’’
କ୍ୟାମ୍ପସ ଆକ୍ଟିଭ୍‌ଓୟାର ଭବିଷ୍ୟତ ଆଡ଼କୁ ଅଗ୍ରସର ହେଉଥିବା ବେଳେ ପ୍ରତି ଅବସରରେ ଗ୍ରାହକମାନଙ୍କ ଷ୍ଟାଇଲ୍‌ରେ ଉନ୍ନତି ଆଣିବା ଏବଂ ବର୍ଦ୍ଧିତ ବଜାରକୁ ଉଲ୍ଲେଖନୀୟ ଉତ୍ପାଦ ଯୋଗାଇ ଦେଇ ପିଢ଼ିକୁ ଅନୁପ୍ରାଣିତ କରିବାକୁ ଚାହୁଛି । ୨୦୦ରୁ ଅଧିକ ଷ୍ଟୋର ସହିତ କ୍ୟାମ୍ପସ ଆକ୍ଟିଭଓୟାର ଅଧିକ ଗ୍ରାହକଙ୍କ ନିକଟରେ ପହଂଚିପାରିଛି ଏବଂ କଂପାନି ଆଗକୁ ବଢ଼ୁଛି । ଭାରତରେ ସବୁଠୁ ପସନ୍ଦର ଆଥିଲିଜର ବ୍ରାଣ୍ଡ୍ ହେବାକୁ କଂପାନି ଚାହିରହିଛି ଏବଂ ପ୍ରତି ସମ୍ରରେ ଗ୍ରାହକମାନଙ୍କୁ ଅଭିନବ ଫେସନେବଲ ଉତ୍ପାଦ ପ୍ରଦାନ କରିବାକୁ ଚାହୁଛି ।

Share

Leave a Reply

Your email address will not be published. Required fields are marked *

3 × three =