ଟିପିଏସ୍ଓଡିଏଲରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ବ୍ରହ୍ମପୁର: ଟିପିଏସ୍ଓଡିଏଲ୍ ( ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ) ପକ୍ଷରୁ ମଙ୍ଗଳବାର ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ସାମୂହିକ ଶପଥ ପାଠ ପାଳିତ ହୋଇଛି। କମ୍ପାନୀର ବ୍ରହ୍ମପୁର କର୍ପୋରେଟ ଅଫିସରେ କର୍ମଚାରୀମାନେ ଏକତ୍ରିତ ହୋଇ ଶପଥ ପାଠ କରିଛନ୍ତି। ସ୍ବାଧୀନ ଭାରତର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀକୁ ୨୦୧୪ ମସିହାଠାରୁ ସାରା ଦେଶ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରି ଆସୁଛି । ଦେଶ ଗଠନରେ ଏହି ଲୌହ ମାନବଙ୍କ ତ୍ୟାଗ, ନିଷ୍ଠା ବିଷୟରେ ଦେଶର ଯୁବ ପିଢ଼ିଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ । ଏହି ଅବସରରେ ଦେଶବ୍ୟାପୀ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଉଥିବା ବେଳେ ଟିପିଏସ୍ଓଡିଏଲ୍ ମଧ୍ୟ ଏହି ଶପଥ ପାଠ ଉତ୍ସବ ପାଳନ କରୁଛି । ଦେଶର ଅଖଣ୍ଡତା ଓ ଏକତା ବଜାୟ ରଖିବା ପାଇଁ କମ୍ପାନୀର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେମାନେ ଶପଥ ପାଠ କରିଛନ୍ତି । ଏହା ସହ ଦେଶର ଏକତା ଭାବନାକୁ ଜାଗ୍ରତ କରିବା ସହ ଦେଶବାସୀଙ୍କ ମଧ୍ୟରେ ଏନେଇ ସଚେତନତା ସୃଷ୍ଟି କରିବା ପାଇଁ ଶପଥ ନେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

2 × 2 =