ଟିପିସିଓଡିଏଲ୍ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ‘ଦୁର୍ନୀତିକୁ କୁହନ୍ତୁ ନାଁ: ଦେଶ ପ୍ରତି ପ୍ରତିବଦ୍ଧ’ ବିଷୟବସ୍ତୁ କୁ ନେଇ ୨୦୨୩ ଅକ୍ଟୋବର ୩୦ରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୩ ପାଳନ କରାଯାଇଛି ।
ନୈତିକ ବ୍ୟବସାୟ ଅଭ୍ୟାସ, ଲାଂଚକୁ ପ୍ରତ୍ୟାଖ୍ୟାନ ଏବଂ ସ୍ୱଚ୍ଛ ଓ ଦାୟିତ୍ୱବୋଧ କର୍ପୋରେଟ୍ ଗଭର୍ଣ୍ଣାସକୁ ସୁନିଶ୍ଚିତ କରି ଏକ ଦୁର୍ନୀତିମୁକ୍ତ ଭବିଷ୍ୟତ ପାଇଁ ପ୍ରତିବଦ୍ଧତାକୁ ଦୋହରାଇବା ଲାଗି କଂପାନିର କର୍ପୋରେଟ୍ କାର୍ଯ୍ୟାଳୟରେ ସପ୍ତାହବ୍ୟାପୀ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଗ୍ରାହକ ଓ ବ୍ୟବସାୟ ସହଯୋଗୀଙ୍କ ସମେତ ବ୍ୟାପକ ବର୍ଗର ଅଂଶୀଦାରଙ୍କ ସହ ଯୋଡ଼ିହେବାର କାର୍ଯ୍ୟକ୍ରମ ରହିଛି । କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) ଅଭିଯାନ ସହ ପ୍ରତ୍ୟକ୍ଷ ସହଯୋଗିତାରେ ଶିକ୍ଷାନୁଷ୍ଠାନ ବିଶେଷ କରି ସ୍କୁଲଗୁଡ଼ିକରେ ଆଉଟରିଚ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ଯାହାର ଲକ୍ଷ୍ୟ ହେଉଛି ନୈତିକ ବ୍ୟବସାୟ ଅଭ୍ୟାସ ପ୍ରତି ପ୍ରତିବଦ୍ଧତାକୁ ସୁଦୃଢ଼ କରିବା ଓ ସଚେତନତା ବୃଦ୍ଧି କରିବା ।
ବିଭିନ୍ନ ଉପଲବ୍ଧ ମାଧ୍ୟମ ଜରିଆରେ ଟିପିସିଓଡିଏଲ୍‌ରେ ନିଜର ଅଭିଯୋଗ ଓ ସମସ୍ୟା ପଞ୍ଜୀକରଣ କରିବା ଲାଗି ଗ୍ରାହକମାନଙ୍କୁ ଉତ୍ସାହିତ କରାଯାଉଛି । ଦେୟମୁକ୍ତ ନମ୍ବର ୧୯୧୨ କିମ୍ବା ୧୮୦୦୩୪୫୭୧୨୨ ଦେୟମୁକ୍ତ ନମ୍ବରରେ କଲ୍ କରି କିମ୍ବା ମଙ୍କଗ୍ଦଗ୍ଧକ୍ଟଜ୍ଞରକ୍ସମବକ୍ସରଅଗ୍ଧକ୍ଟ୍ରମରଦ୍ଭଗ୍ଧକ୍ସବକ୍ଷକ୍ଟୟସଗ୍ଦଷବ.ମକ୍ଟଜ୍ଞରେ ଇ-ମେଲ୍ କରି ସେମାନେ ଅଭିଯୋଗ ଦାଖଲ କରିପାରିବେ ।
ଏହା ସହିତ ଏହି ମାସ ସାରା ବ୍ୟାନର ଓ ପ୍ଲାକାର୍ଡ ବ୍ୟବହାର ସମେତ ବିବିଧ ଟଚ୍‌ପଏଂଟ୍ ଜରିଆରେ ସଚେତନତା ବଢ଼ାଇବା ଲାଗି କଂପାନି ପ୍ରତିବଦ୍ଧ ରହିଛି । ଏହି ସପ୍ତାହରେ ସଚେତନତା କାର୍ଯ୍ୟକ୍ରମ ସହିତ କଂପାନି ପକ୍ଷରୁ ପ୍ରବନ୍ଧ ଓ ପୋଷ୍ଟର ପ୍ରତିଯୋଗିତା ଆୟୋଜନ କରାଯିବ ।
ଏହି ଅବସରରେ ଟିପିସିଓଡିଏଲ୍‌ର ସିଇଓ ଶ୍ରୀ ଅରବିନ୍ଦ ସିଂହ କହିଛନ୍ତି ଯେ, “ଦୁର୍ନୀତିର ମୁକାବିଲା ଲାଗି ନିଜର ପ୍ରତିବଦ୍ଧତାକୁ ଟିପିସିଓଡିଏଲ୍ ଦୋହରାଉଛି । ‘ଦୁର୍ନୀତିକୁ କୁହନ୍ତୁ ନାଁ: ଦେଶ ପ୍ରତି ପ୍ରତିବଦ୍ଧ’ ବିଷୟବସ୍ତୁକୁ ଗ୍ରହଣ କରି ନୈତିକ ବ୍ୟବସାୟ ଅଭ୍ୟାସର ପ୍ରସାର ପାଇଁ ଆମ ଉଦ୍ୟମ ପ୍ରତି ଆମେ ସମର୍ପିତ ରହିଥିବା ବେଳେ ଲାଂଚକୁ ପ୍ରତ୍ୟାଖ୍ୟାନ କରିବା ସହ ସ୍ୱଚ୍ଛତା ଓ ଦାୟିତ୍ୱବାନ କର୍ପୋରେଟ ଗଭର୍ଣ୍ଣାସକୁ ବଜାୟ ରଖିଛୁ ।’’
ସେଂଟ୍ରାଲ୍ ଓଡ଼ିଶାରେ ଏକ ସ୍ୱଚ୍ଛ, ନୈତିକ ଓ ଦୁର୍ନୀତିମୁକ୍ତ ଭବିଷ୍ୟତ ଦିଗରେ ସାମଗ୍ରିକ ଭାବେ କାର୍ଯ୍ୟ କରି ଦୁର୍ନୀତି ବିରୋଧ ଲଢ଼େଇରେ ନିଜର ଅତୁଟ ପ୍ରତିବଦ୍ଧତାକୁ ସୁଦୃଢ଼ କରିବାକୁ ଟିପିସିଓଡିଏଲ୍ ଲକ୍ଷ୍ୟ ରଖିଛି ।

Share

Leave a Reply

Your email address will not be published. Required fields are marked *

20 − nine =