ଆଦାନି ୱିଲ୍‌ମାର ଲିମିଟେଡ୍ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ପ୍ରଥମାର୍ଧରେ ୧୮% ବ୍ୟବସାୟ ବୃଦ୍ଧି ହାସଲ

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷର ପ୍ରଥମାର୍ଧରେ ଆଦାନି ୱିଲମାର ଲିମିଟେଡ୍‌ର ବ୍ୟବସାୟରେ ୧୮ ପ୍ରତିଶତ ବୃଦ୍ଧି ଘଟିଛି । ଉଭୟ ଖାଇବା ତେଲ ଓ ଖାଦ୍ୟ ବିକ୍ରିରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି । ଖାଇବା ତେଲ ବର୍ଗ ବାର୍ଷିକ ଭିତିରେ ୪ ପ୍ରତିଶତ ବୃଦ୍ଧି ପାଇଛି । ଏହି ବର୍ଗରୁ ୯୦୩୮ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରାଯାଇଛି । ପରିମାଣ ଦୃଷ୍ଟିରୁ ଖାଇବା ତେଲରେ ୧୫% ବୃଦ୍ଧି ହୋଇଛି ।
ଅଟା, ଚାଉଳ, ଡାଲି, ବେସନ, ଚିନି, ଚୂଡ଼ା ଓ ସାବୁନ ଭଳି ଖାଦ୍ୟ ଓ ଏଫ୍‌ଏମ୍‌ସିଜି କ୍ଷେତ୍ର ବେଶ ଚମତ୍କାର ପ୍ରଦର୍ଶନ କରିଛି । ଏହି ବର୍ଗରେ ରାଜସ୍ୱ ବର୍ଷକୁ ବର୍ଷ ଭିତିରେ ୨୬ ପ୍ରତିଶତ ବୃଦ୍ଧି ପାଇଛି । ଏହି ବର୍ଗର ରାଜସ୍ୱ ୨୭ ପ୍ରତିଶତ ବୃଦ୍ଧି ପାଇ ୨୩୮୦ କୋଟି ଟଙ୍କା ହୋଇଛି । ବିକ୍ରି ଓ ରାଜସ୍ୱରେ ଖାଦ୍ୟ ଓ ଏଫ୍‌ଏମ୍‌ସିଜିର ଭାଗ ୧୦ ପ୍ରତିଶତ ରହିଥିବା ବେଳେ ବିକ୍ରି ମୂଲ୍ୟରେ ୧୮ ପ୍ରତିଶତ ବୃଦ୍ଧି ହୋଇଛି । ଫର୍ଚୁନ୍ ଓ କୋହିନୂର ବ୍ରାଣ୍ଡ୍ ବଳରେ କଂପାନି ବ୍ୟବସାୟରେ ବୃଦ୍ଧି ଘଟିଛି । ଶିଳ୍ପ ବ୍ୟବସାୟ ବର୍ଗରେ ବ୍ୟବସାୟ ୨୫ ପ୍ରତିଶତ ବୃଦ୍ଧି ହୋଇଛି । କ୍ୟାଷ୍ଟର ଓ ଓଲିଓକେମିକାଲ ବ୍ୟବସାୟରେ ୨୦ ପ୍ରତିଶତ ବୃଦ୍ଧି ଘଟିଛି ।
ଆଦାନି ୱିଲମାର ଲିମିଟେଡ୍‌ର ଏମ୍‌ଡି ଓ ସିଇଓ ଅଙ୍ଗସୁ ମଲ୍ଲିକ କହିଛନ୍ତି ଯେ, “ଖାଇବା ତେଲ କ୍ଷେତ୍ରରେ ଆହ୍ୱାନପୂର୍ଣ୍ଣ ପରିବେଶ ସତ୍ୱେ ସମସ୍ତ ବ୍ୟବସାୟ ବର୍ଗରେ ଆମର ଅଭିବୃଦ୍ଧି ଧାରା ଜାରି ରହିଛି । ପ୍ରତ୍ୟକ୍ଷ ଭାବେ ଗ୍ରାହକମାନଙ୍କ ପାଖରେ ଏବଂ ଗ୍ରାମୀଣ ସହରଗୁଡ଼ିକରେ ପହଂଚିବା ଉପରେ ଗୁରୁତ୍ୱାରୋପ କରାଯାଇଥିବାରୁ ଖାଇବା ତେଲ ଓ ଖାଦ୍ୟ ବର୍ଗରେ କଂପାନିର ବଜାର ଅଂଶ ବୃଦ୍ଧି ପାଇଛି । ଗ୍ରାମୀଣ ବଜାରରେ ପ୍ୟାକେଟ୍ ଖାଦ୍ୟ ଓ ତେଲର ବ୍ୟାପକ ସମ୍ଭାବନା ରହିଛି । ବର୍ତମାନ ଆମ ବିକ୍ରିର ୩୦ ପ୍ରତିଶତ ଗ୍ରାମୀଣ ସହରରେ ହେଉଛି ଯେଉଁଠାରେ ଦେଶର ୭୦ ପ୍ରତିଶତ ଲୋକ ବାସ କରୁଛନ୍ତି । ଗତ ୬ ମାସରେ ଆମେ ୧୩,୦୦୦ରୁ ଅଧିକ ସହରରେ ପହଂଚିଛୁ ଏବଂ ଆମର ଏହି ଅଭିବୃଦ୍ଧି ଜାରି ରହିବ । ଘର ବାହାରରେ ଥିବା ହୋଟେଲ୍‌, ରେସ୍ତୋରାଁ ଓ କାଫେ ବ୍ୟବସାୟରେ ମଧ୍ୟ ତ୍ରୈମାସିକ ଭିତିରେ ୫୦ ପ୍ରତିଶତ ବୃଦ୍ଧି ହୋଇଛି ।
“ଖାଦ୍ୟ ଓ ଏଫ୍‌ଏମ୍‌ସିଜି ବର୍ଗରେ ବ୍ରାଣ୍ଡେଡ୍ ଉତ୍ପାଦରୁ ରାଜସ୍ୱ ନଗତ ୮ ତ୍ରୈମାସିକ ଧରି ନିରନ୍ତର ଭାବେ ୪୦% ହାରରେ ବଢ଼ୁଛି । ବ୍ରାଣ୍ଡେଡ ରପ୍ତାନି ବ୍ୟବସାୟକୁ ମଧ୍ୟ ଆମେ ଗଠନ କରୁଛୁ ଯେଉଁଠାରେ ବିଦେଶରେ ଥିବା ଭାରତୀୟଙ୍କୁ ଆମେ ସେବା ପହଂଚାଇବାକୁ ଚାହୁଛୁଁ । ଆଜିର ଦିନରେ ସ୍ୱାସ୍ଥ୍ୟ ଓ କଲ୍ୟାଣ ଉପରେ ଲୋକମାନେ ଗୁରୁତ୍ୱାରୋପ କରୁଥିବାରୁ ମୁଁ ଖୁସିର ସହ ଜଣାଇବାକୁ ଚାହୁଛି ଯେ ପ୍ରିମିୟମ ବ୍ରାଣ୍ଡ୍ କୋହିନୂର ଅଧୀନରେ ବ୍ରାଉନ୍ ରାଇସ୍‌ର ଶୁଭାରମ୍ଭ କରାଯାଇଛି । ’’

Share

Leave a Reply

Your email address will not be published. Required fields are marked *

20 + one =