ମେଡିକାଲ କଲେଜରେ ଆର୍ଥିକ ପଛୁଆ ବର୍ଗ ପାଇଁ ୧୦ ପ୍ରତିଶତ ସଂରକ୍ଷଣ

ଭୁବନେଶ୍ୱର () ଆର୍ଥିକ ଅନଗ୍ରସର ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ତିନୋଟି ମେଡିକାଲ କଲେଜରେ ୧୦ ପ୍ରତିଶତ ସ୍ଥାନ ସଂରକ୍ଷିତ ହେବ । ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ, କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ, ବୁର୍ଲାର ବୀର ସୁରେନ୍ଦ୍ର ସାଇ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚରେ ୧୦୦ଟି ସିଟ ବୃଦ୍ଧି କରିଛନ୍ତି । ସିଟି ବୃଦ୍ଧି ସହ ଆର୍ଥିକ ଅନଗ୍ରସର ବର୍ଗ ପାଇଁ ୧୦ ପ୍ରତିଶତ ସଂରକ୍ଷଣର ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର ।

କେନ୍ଦ୍ର ସରକାର ଆଜି ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ସିଟ ସଂଖ୍ୟା ୧୦୦ରୁ ୧୨୫କୁ, ସହିଦ ଲକ୍ଷଣ ନାୟକ ମେଡିକାଲ କଲେଜର ସିଟ ସଂଖ୍ୟା ୧୦୦ରୁ ୧୨୫ ଏବଂ ଭିମସାରର ସିଟ ସଂଖ୍ୟା ୧୫୦ରୁ ୨୦୦କୁ ବୃଦ୍ଧି କରିଛନ୍ତି । ଏହିସବୁ ମେଡିକାଲ କଲେଜରେ ଏଣିକି ୧୦ ପ୍ରତିଶତ ସିଟ ଆର୍ଥିକ ଅନଗ୍ରସର ବର୍ଗ ପାଇଁ ସଂରକ୍ଷିତ ରହିବ । ତେବେ ଏହି ସଂରକ୍ଷଣ ୨୦୦୩ର ସଂରକ୍ଷଣ ବ୍ୟବସ୍ଥାର ଉଲଂଘନ କରୁନଥିବା ଆବଶ୍ୟକ । ଏହି ନିର୍ଦ୍ଦେଶନାମା ତୁରନ୍ତ କାର୍ଯ୍ୟକାରୀ କରାଯିବ ।

ସେପଟେ ଓଜେଇଇ ଆବେଦନ ପାଇଁ ଆଜି ଶେଷ ତାରିଖ ଥିବାରୁ ଆବେଦନ ସମୟ ସୀମା ଆଉ ଦୁଇ ଦିନ ବୃଦ୍ଧି କରିବାକୁ ସ୍ୱସ୍ଥ୍ୟ ବିଭାଗ ପକ୍ଷରୁ ଓଜେଇଇ କର୍ତ୍ତୃପକ୍ଷଙ୍କୁ ଆବେଦନ କରାଯାଇଛି । ତିନୋଟି ମେଡିକାଲ କଲେଜରେ ବର୍ଦ୍ଧିତ ସିଟ ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ଆବେଦନର ସୁଯୋଗ ଦେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଅନୁରୋଧ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

nine + 10 =