ବିଶ୍ୱ ପରିବେଶ ଦିବସରେ ଟାଟା ଟି’ ପକ୍ଷରୁ ଜଳବାୟୁ ପରିବର୍ତନ ବିଷୟରେ ଜାଗୋ ରେ’ର ନୂଆ ସଂସ୍କରଣର ଶୁଭାରମ୍ଭ

ଭୁବନେଶ୍ୱର: ଜଳବାୟୁ ପରିବର୍ତନ ବିଷୟରେ ସଚେତନତା ସୃଷ୍ଟି କରିବା ଲାଗି ବିଶ୍ୱ ପରିବେଶ ଦିବସରେ ଟାଟା ଟି ପକ୍ଷରୁ ଜାଗୋ ରେ’ର ନୂଆ ସଂସ୍କରଣର ଶୁଭାରମ୍ଭ କରାଯାଇଛି । ୨୦୦୭ରୁ ଆରମ୍ଭ ହୋଇଥିବା ଟାଟା ଟି’ର ଜାଗୋ ରେ’ ଅଭିଯାନ କ୍ଷେତ୍ର ସ୍ଥଳରେ ପରିବର୍ତନ ଆଣିବା ସହିତ ବୃହତର ସମାଜରେ ପ୍ରଭାବଶାଳୀ ସମାଧାନ ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଦୁର୍ନୀତି, ନିର୍ବାଚନ, ମହିଳା ସଶକ୍ତୀକରଣ ସମ୍ପର୍କିତ ଆହ୍ୱାନ ଓ କୋଭିଡ୍‌-୧୯ ସଚେତନତା ଜରିଆରେ ସାମାଜିକ ଦାୟିତ୍ୱକୁ ଜାଗୋରେ ନୂଆ ଅର୍ଥ ପ୍ରଦାନ କରିଛି । ଜଳବାୟୁ ପରିବର୍ତନ ମୁକାବିଲାର ଜରୁରୀ ସ୍ଥିତିକୁ ଟାଟା ଟି’ ବୁଝିପାରିଛି ଏବଂ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଲୋକମାନଙ୍କ ଭିତରେ ସଚେତନତା ସୃଷ୍ଟି କରିବା ଲାଗି ଏହି ପ୍ଲାଟଫର୍ମ ଉଦ୍ୟମ ଆରମ୍ଭ କରିଛି ।
ଟାଟା ଟି’ ଜାଗୋ ରେ’ର ନୂଆ ଟିଭି ବିଜ୍ଞାପନରେ ଲୋକପ୍ରିୟ ନର୍ସରି ରାଇମ୍‌ସକୁ ବ୍ୟବହାର କରାଯାଇଛି । ଏହା ବ୍ୟକ୍ତିବିଶେଷଙ୍କଠାରୁ ଆରମ୍ଭ କରି ଅଭିଭାବକଙ୍କ ପର୍ଯ୍ୟନ୍ତ ଜଳବାୟୁ ପରିବର୍ତନ ବାର୍ତାକୁ ସହଜରେ ପହଂଚାଉଛି । ଏହି ଅଭିଯାନର ପରିକଳ୍ପନା ପ୍ରସ୍ତୁତ କରିଛି ମୁଲେନ୍ ଲିଂଟାସ୍ ବାଙ୍ଗାଲୋର । ଏହି ବିଜ୍ଞାପନ ସିନେମାରେ ଜ୍ୟାକ୍ ଆଣ୍ଡ୍ ଜିଲ୍‌, ମଛଲି ଜଲ୍ କି ରାଣୀ, ଟ୍ୱିଙ୍କଲ ଟ୍ୱିଙ୍କଲ ଲିଟିଲ ଷ୍ଟାର, ରେନ୍ ରେନ୍ ଗୋ ଆୱେ ଭଳି ଲୋକପ୍ରିୟ ନର୍ସରି ରାଇମ୍‌ସକୁ ବ୍ୟବହାର କରାଯାଇଛି ।
ଜଳବାୟୁ ପରିବର୍ତନର ମୁକାବିଲା ଲାଗି ସହଜ ପଦକ୍ଷେପ ଆପେଣଇବା ଲାଗି ଏହି ଅଭିଯାନରେ ଲୋକମାନଙ୍କୁ ଉତ୍ସାହିତ କରାଯାଇଥିବା ବେଳେ ପଦକ୍ଷେପ ନନେଲେ ସ୍ଥିତି ଜଟିଳ ହୋଇପାରେ ବୋଲି କୁହାଯାଇଛି । ଲୋକମାନେ ଏହି ଅଭିଯାନକୁ ସମର୍ଥନ ଜଣାଇବା ଲାଗି ଜାଗୋରେ ଡଟ୍ କମ୍ ପରିଦର୍ଶନ କରିପାରିବେ ।
ଏହି ଅଭିଯାନ ସମ୍ପର୍କରେ ଟାଟା କଂଜ୍ୟୁମର ପ୍ରଡକ୍ଟସ୍‌ର ସଭାପତି-ପ୍ୟାକେଜଡ୍ ବେଭରେଜେସ୍ (ଭାରତ ଓ ଦକ୍ଷିଣ ଏସିଆ) ପୁନିତ ଦାସ କହିଛନ୍ତି ଯେ, “ଆମ ସମୟର ପ୍ରମୁଖ ସାମାଜିକ ସମସ୍ୟା ଉପରେ ସମାଜରେ ସାମଗ୍ରିକ ସଚେତନତା ସୃଷ୍ଟି କରିବା ଉପରେ ଟାଟା ଟି’ ଜାଗୋ ରେ’ ସର୍ବଦା ବିଶ୍ୱାସ କରୁଛି ଏବଂ ବିଶ୍ୱର ଭବିଷ୍ୟତ ପାଇଁ ଜଳବାୟୁ ପରିବର୍ତନ ବିରୋଧରେ ଲଢ଼େଇର ଆବଶ୍ୟକତାଠାରୁ ଆଉ ଅଧିକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା କିଛି ନାହିଁ । ଜଳବାୟୁ ପରବର୍ତନ ଓ ତାହାର ଖରାପ ପ୍ରଭାବ ବିଷୟରେ ଦୀର୍ଘଦିନରୁ ଚର୍ଚା ହେଉଥିଲେ ମଧ୍ୟ ଏବିଷୟରେ ପିଲାମାନଙ୍କୁ ବୁଝାଇବା ଜରୁରୀ ହୋଇପଡ଼ିଛି । ଟାଟା ଟି ଜାଗୋ ରେ’ର ନୂଆ ଅଭିଯାନରେ ଅଭିଭାବକର ମୂଳ ତତ୍ୱ ପିଲାମନାଙ୍କୁ ସୁରକ୍ଷା ପ୍ରଦାନ କରିବା ଏବଂ ସେମାନଙ୍କୁ ଉତମ ଭବିଷ୍ୟତ ଦେବା ଲାଗି ସବୁ କିଛି କରିବା ଉପରେ ପର୍ଯ୍ୟବେସିତ । ଯଦି ଆମେ ପଦକ୍ଷେପ ଗ୍ରହଣ ନକରିବା ତେବେ ଆମ ପିଲାମାନଙ୍କ ପିଲାଦିନ ଆମ ପିଲାଦିନଠାରୁ କିଭଳି ଭିନ୍ନ ରହିବ, ତାହା ଜଣାଇବା ଲାଗି ଚଳିତ ବର୍ଷ ଅଭିଯାନରେ ନର୍ସରି ରାଇମ୍‌ସକୁ ବ୍ୟବହାର କରାଯାଇଛି । ଆମେ ଆଶା କରୁଛୁ ଯେ ଏହା ଜଳବାୟୁ ପରିବର୍ତନ ସମସ୍ୟାକୁ ବ୍ୟକ୍ତିଗତ ଭାବେ ଲୋକଙ୍କ ପାଖରେ ପହଂଚାଇବ ଓ ଲୋକମାନେ ତା’ ସହିତ ନିଜକୁ ଯୋଡ଼ିପାରି ସମାଜରେ ନିଜ ବ୍ୟବହାରରେ ପରିବର୍ତନ ଆଣିପାରିବେ ।’’
ମୁଲେନ୍ ଲିଟାଂସ୍‌ର ସିଇଓ ହରି କ୍ରିଷ୍ଣନ କହିଛନ୍ତି ଯେ, “ଟାଟା ଷ୍ଟିଲ୍ ଜାଗୋରେ କେବଳ ଏକ ଅଭିଯାନ ନୁହେଁ, ଏହା ହେଉଛି ଉଦେଶ୍ୟ ପ୍ରେରିତ ଏକ ଲମ୍ବା ଆନ୍ଦୋଳନ । ଏକ ଚିନ୍ତାଶୀଳ ନେତୃତ୍ୱ ଭାବେ ଟାଟା ଟି’ ସମାଜକୁ ସର୍ବଦା ଦର୍ପଣ ଦେଖାଉଛି ଏବଂ ଏଥର ଜଳବାୟୁ ପରିବର୍ତନ ବିଷୟକୁ ବ୍ରାଣ୍ଡ୍ ଗ୍ରହଣ କରିଛି । ଏଥର ପ୍ରଭାବଶାଳୀ ଢଙ୍ଗରେ ପିଲାମାନଙ୍କୁ ବିଚାରକୁ ନେଇ ଉଦ୍ୟମ ବଢ଼ାଯାଇଛି । କାରଣ ଏହି ପିଢ଼ି ଆମ ପଦକ୍ଷେପ ଲାଗି ପ୍ରଭାବିତ ହେବେ । ଆମେ ଆମ ସୃଜନଶୀଳ ଡିଭାଇସ୍ ଜରିଆରେ ଏକ ସୁନ୍ଦର ବାର୍ତା ଜାରି କରିଛୁ ଯାହା ଜଳବାୟୁ ପରିବର୍ତନ ବିଷୟରେ ଲୋକପ୍ରିୟ ଶିଶୁମାନଙ୍କ ରାଇମ୍‌ସ ଜଣାଉଛି ଯାହା ଏହାକୁ ଆହୁରି ପ୍ରଭାବଶାଳୀ କରିପାରିଛି । ଆମେ ଚାହୁଛୁ ଏହା ସମାଜରେ ସକାରାତ୍ମକ ପରିବର୍ତନ ଆଣିବାର ନେତୃତ୍ୱ ନେବ ।’’

Share

Leave a Reply

Your email address will not be published. Required fields are marked *

eight + ten =