ପ୍ରୋଟିଆନ୍ ଇ-ଗଭ୍ ଟେକ୍ନୋଲୋଜିସ୍ ଲିମିଟେଡ୍‌ର ଆଇପିଓ ନଭେମ୍ବରରେ ୬ରେ ଖୋଲିବ

ଭୁବନେଶ୍ୱର: ପ୍ରୋଟିଆନ୍ ଇଗଭ୍ ଟେକ୍ନୋଲୋଜି ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ) ୨୦୨୩ ନଭେମ୍ବର ୬, ସୋମବାରରେ ଖୋଲିବ । ଏହି ଅଫରରେ ମୋଟ ୬,୧୯୧,୦୦୦ ଇକ୍ୱିଟି ସେୟାର ସାମିଲ ରହିଛି ଯାହାକୁ ଅଂଶଧନକାରୀମାନେ ବିକ୍ରି କରିବେ । ଆଙ୍କର ନିବେଶକମାନେ ୨୦୨୩ ନଭେମ୍ବର ୩, ଶୁକ୍ରବାର ଦିନ ବିଡ୍ ଦାଖଲ କରିପାରିବେ । ଏହି ଅଫର ନଭେମ୍ବର ୬ରେ ଖୋଲିବ ଏବଂ ନଭେମ୍ବର ୮, ବୁଧବାର ବନ୍ଦ ହେବ ।
ଏହି ଇସ୍ୟୁରେ ଇକ୍ୱିଟି ସେୟାର ପିଛା ମୂଲ୍ୟ ୭୫୨ ଟଙ୍କାରୁ ୭୯୨ ଟଙ୍କା ମଧ୍ୟରେ ରହିବ । ଏକାଥରେ ୧୮ଟି ଇକ୍ୱିଟି ସେୟାର ପାଇଁ ବିଡ୍ ଦାଖଲ କରିହେବ ଏବଂ ଏହା ପରେ ୧୮ଟି ଗୁଣିତକ ହିସାବରେ ଇକ୍ୱିଟି ସେୟାର ଯୋଡ଼ାଯାଇପାରିବ ।
ଏହାର ଅଫର ଫର ସେଲ୍‌ରେ ୩୬୦-ୱାନ୍ ସ୍ପେସିଆଲ ଅପର୍ଚୁନିଟି ଫଣ୍ଡ୍‌ର ୪୫୯,୬୧୭ ଇକ୍ୱିଟି ସେୟାର, ୩୬୦ ୱାନ୍ ସ୍ପେସିଆଲ ଅପର୍ଚୁନିଟି ଫଣ୍ଡ୍‌-ସିରିଜ୍ ୨ର ୩୨୦,୧୭୭ ଇକ୍ୱିଟି ସେୟାର, ୩୬୦ ୱାନ୍ ସ୍ପେସିଆଲ ଅପର୍ଚୁନିଟି ଫଣ୍ଡ୍‌-ସିରିଜ୍ ୩ର ୧୪୮,୧୯୭ ଇକ୍ୱିଟି ସେୟାର, ୩୬୦ ୱାନ୍ ସ୍ପେସିଆଲ ଅପର୍ଚୁନିଟି ଫଣ୍ଡ୍‌-ସିରିଜ୍ ଦର ୩୯୬,୮୪୩ ଇକ୍ୱିଟି ସେୟାର, ୩୬୦ ୱାନ୍ ସ୍ପେସିଆଲ ଅପର୍ଚୁନିଟି ଫଣ୍ଡ୍‌-ସିରିଜ୍ ୫ର ୩୦୯,୨୨୫ ଇକ୍ୱିଟି ସେୟାର, ଏନ୍‌ଏସ୍‌ଇ ଇନଭେଷ୍ଟମେଂଟ୍‌ସ ଲିମିଟେଡ୍‌ର ୧,୭୮୩,୩୯୫ ଇକ୍ୱିଟି ସେୟାର, ୟୁନିଟ୍ ଟ୍ରଷ୍ଟ୍ ଅଫ୍ ଇଣ୍ଡିଅ।।ର ୨୪୩,୧୭୫ ଇକ୍ୱିଟ ସେୟାର, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଲିମିଟେଡ୍‌ର ୭୦୫,୬୭୪ ଇକ୍ୱିଟି ସେୟାର, ଆକ୍ସିସ୍ ବ୍ୟାଙ୍କ ଲିମିଟେଡ୍‌ର ୭୧୨,୦୭୭ ଇକ୍ୱିଟି ସେୟାର, ଡଚ୍ ବ୍ୟାଙ୍କ ଏଜିର ୭୧୨,୦୭୭ ଇକ୍ୱିଟି ସେୟାର ଏବଂ ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ୪୦୦,୫୪୩ ଇକ୍ୱିଟି ସେୟାର ସାମିଲ ରହିଛି ।
ଏହି ଅଫରରେ କର୍ମଚାରୀମାନଙ୍କ ଲାଗି ୧୫୦,୦୦୦ ଇକ୍ୱିଟି ସେୟାର ସଂରକ୍ଷିତ ରଖାଯାଇଛି । ଯୋଗ୍ୟ କର୍ମଚାରୀମାନଙ୍କୁ ସମାନୁପାତିକ ଭିତିରେ ତାହା ବଂଟନ କରାଯିବ । ଯୋଗ୍ୟ କର୍ମଚାରୀମାନଙ୍କୁ ଇକ୍ୱିଟି ସେୟାର ପିଛା ୭୫ ଟଙ୍କାର ରିହାତି ପ୍ରଦାନ କରାଯିବ ।
ଇକ୍ୱିଟି ସେୟାରଗୁଡ଼ିକୁ ବିଏସ୍‌ଇରେ ତାଲିକାଭୁକ୍ତ କରିବା ଲାଗି ରେଡ୍ ହେରିଂ ପ୍ରୋସପେକ୍ଟସ୍‌ରେ ପ୍ରସ୍ତାବ ଦିଆଯାଇଛି । ଏଥିପାଇଁ କଂପାନି ବିଏସ୍‌ଇ ଠାରୁ ଅନୁମତି ହାସଲ କରିଛି । ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍‌, ଇକ୍ୱିରସ୍ କ୍ୟାପିଟାଲ୍ ପ୍ରାଇଭେଟ୍ ଲିମିଟେଡ୍‌, ଆଇଆଇଏଫ୍‌ଏଲ୍ ସିକ୍ୟୁରିଟିଜ୍ ଲିମିଟେଡ୍ ଏବଂ ନୋମୁରା ଫାଇନାନ୍ସିଆଲ ଆଡଭାଇଜରି ଆଣ୍ଡ୍ ସିକ୍ୟୁରିଟିଜ୍ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍ ।

Share

Leave a Reply

Your email address will not be published. Required fields are marked *

thirteen + twelve =