ଟାଟା ଷ୍ଟିଲ୍ ଫାଉଣ୍ଡେସନର ଗ୍ରାମୀଣ ଭିତିଭୂମି ପଦକ୍ଷେପ ଦ୍ୱାରା ୨୦,୦୦୦ରୁ ଅଧିକ ଗ୍ରାମବାସୀ ଉପକୃତ

 ୧୩.୭୫ କିମି ସଡ଼କ ଓ ୩.୧୬ କିମି ଡ୍ରେନ୍ ନିର୍ମାଣ
 ୩୨ ହାଇମାଷ୍ଟ ଲାଇଟ୍‌, ୪୩୦ ଷ୍ଟ୍ରିଟ୍‌ଲାଇଟ୍ ସ୍ଥାପନ
ନରେନ୍ଦ୍ରପୁର: ଗ୍ରାମର ପ୍ରଗତି ଲାଗି ଗ୍ରାମୀଣ ଯୋଗାଯୋଗ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ପକ୍ଷରୁ ଟାଟା ଷ୍ଟିଲ୍ ମେରାମଣ୍ଡଳୀ କାର୍ଯ୍ୟକ୍ଷେତ୍ର ପାରିପାଶ୍ୱିର୍କ ଅଂଚଳରେ ଥିବା ଗ୍ରାମଗୁଡ଼ିକରେ କଙ୍କ୍ରିଟ୍ ରାସ୍ତା ଓ ଡ୍ରେନ୍ ନିର୍ମାଣ କରାଯାଉଛି । ଗୋଷ୍ଠୀ ସମୁଦାୟକୁ ସଶକ୍ତ କରିବା ଲାଗି ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମର ଅଂଶ ବିଶେଷ ଭାବେ ଏହି ଉନ୍ନତମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଯାହା ଗ୍ରାମଗୁଡ଼ିକୁ ସବୁଦିନିଆ ସଂଯୋଗ ପ୍ରଦାନ କରିବ ।
ଟିଏସ୍‌ଏଫ୍ ପକ୍ଷରୁ ନୂଆଗାଁ, କୁସୁପଙ୍ଗା ଓ ନୂଆହତା ଗ୍ରାମ ପଂଚାୟତରେ ୧୩.୭୫ କିମି ସିମେଂଟ୍ କଙ୍କ୍ରିଟ୍ ସଡ଼କ ଓ ୩.୧୬ କିମି କଙ୍କ୍ରିଟ୍ ଡ୍ରେନ୍ ନିର୍ମାଣ କରାଯାଇଛି । ଏଥିରେ ସାମିଲ ରହିଛି ଜାତୀୟ ରାଜପଥ-୫୫ରୁ ସରପା ଗାଁ ପର୍ଯ୍ୟନ୍ତ ୫.୨୫ କିମି ଲମ୍ବ ସିମେଂଟ୍ କଙ୍କ୍ରିଟ୍ ରାସ୍ତା ଓ ୬୫୫ ମିଟର ଡ୍ରେନ୍‌, ସରପାରୁ ଶିବପୁର ଗ୍ରାମ ପର୍ଯ୍ୟନ୍ତ ୬ କିଲୋମିଟର ସିମେଂଟ୍ କଙ୍କ୍ରିଟ୍ ରାସ୍ତା ଓ ୯୨୫ ମିଟର କଙ୍କ୍ରିଟ୍ ଡ୍ରେନ୍ । ସେହିପରି, କୁରୁଟିଂ ଗ୍ରାମରେ ୧.୫ କିମି ସିମେଂଟ୍ କଙ୍କ୍ରିଟ୍ ସଡ଼କ ଓ ୫୯୩ କଙ୍କ୍ରିଟ୍ ଡ୍ରେନ୍ ଏବଂ ଇଟାପ ଓ ଅସନବଣୀ ଗ୍ରାମରେ ୯୯୭ ମିଟର ସିମେଂଟ୍ କଙ୍କ୍ରିଟ୍ ସଡ଼କ ଓ ୧୧୮୦ ମିଟର ଡ୍ରେନ୍ ନିର୍ମାଣ ।
ଟିଏସ୍‌ଏଫ୍‌ର ଏହି ଉନ୍ନତମୂଳକ କାର୍ଯ୍ୟକ୍ରମ ଦ୍ୱାରା ଓଡ଼ାପଡ଼ା, ହିନ୍ଦୋଳ ଓ ବଅଁରପାଳ ବ୍ଲକ୍‌ର କୁରୁଟିଂ, ଅସନବଣୀ, ଇଟାପ, ଶିବପୁର, ନୂଆଗାଁ, ରଘୁନାଥପୁର, ସରପା, ତାଳବାହାଳ ଓ ଗଣ୍ଠିଗାଡ଼ିଆ ଭଳି ନଅଟି ଗ୍ରାମର ୧୫,୦୦୦ରୁ ଅଧିକ ଲୋକ ଉପକୃତ ହୋଇଛନ୍ତି ।
ନିଜ ଗ୍ରାମରେ ଉନ୍ନତ ସଡ଼କ ସଂଯୋଗ ସମ୍ପର୍କରେ ନିଜର ଖୁସିବ୍ୟକ୍ତ କରି ଅସନବଣୀର କେଶବ ପାତ୍ର କହିଛନ୍ତି ଯେ, “ଏହା ଆମ ଗ୍ରାମର ଏକ ଦୀର୍ଘଦିନର ଦାବି ଥିଲା । ବର୍ଷା ଋତୁରେ ଏହି ସଡ଼କର ଅବସ୍ଥା ବେଶ ଖରାପ ହୋଇଯାଉଥିଲା ଯାହା ଫଳରେ ଲୋକମାନଙ୍କୁ ବିଶେଷ କରି ରୋଗୀ, ବୟସ୍କ ଲୋକ ଓ ସ୍କୁଲ ଯାଉଥିବା ପିଲାମାନଙ୍କୁ ବହୁତ ଅସୁବିଧା ଭୋଗିବାକୁୁ ପଡ଼ୁଥିଲା । ଏହି ସହାୟତା ପ୍ରଦାନ କରିଥିବାରୁ ଆମେ ଟାଟା ଷ୍ଟିଲ ଫାଉଣ୍ଡେସନକୁ କୃତଜ୍ଞତା ଜଣାଉଛୁ ।’’
ଟିଏସ୍‌ଏଫ୍ ପକ୍ଷରୁ ନୂଆହତା, ମଙ୍ଗଳପୁର, କୁସୁପଙ୍ଗା ଓ ଶିବପୁର ଗ୍ରାମରେ ୩୦ ଷ୍ଟ୍ରିଟ୍‌ଲାଇଟ୍ ସ୍ଥାପନ କରାଯାଇଛି । ରାତିରେ ଲୋକମାନେ ଯେଭଳି ନିରାପଦରେ ଯିବାଆସିବା କରିପାରିବେ ତାହାକୁ ସୁନିଶ୍ଚିତ କରିବା ଲାଗି ହିନ୍ଦୋଳ, ଓଡ଼ାପଡ଼ା ଓ ବଅଁରପାଳ ବ୍ଲକ୍‌ର ଗୁରୁତ୍ୱପୂର୍ଣ୍ଣ ରାସ୍ତା ଛକଗୁଡ଼ିକରେ ୩୨ ହାଇମାଷ୍ଟ ଲାଇଟ୍ ସ୍ଥାପନ କରାଯାଇଛି । ଏହା ବ୍ୟତୀତ ଟିଏସ୍‌ଏଫ୍ ପକ୍ଷରୁ ଆଖପାଖ ଗ୍ରାମଗୁଡ଼ିକରେ ୪୦୦ ସୋଲାର ଷ୍ଟ୍ରିଟ୍ ଲାଇଟ୍ ଲଗାଯାଇଛି । ଏହି ଦ୍ୱାରା ପ୍ରାୟ ୧୦,୦୦୦ ଲୋକ ଉପକୃତ ହୋଇଛନ୍ତି । ନିକଟରେ ନୂଆଗାଁ, ଖଲିିବେରଣା ଓ ଗଣ୍ଠିଗାଡ଼ିୂଆ ଗ୍ରାମରେ ୩ଟି ଗୋଷ୍ଠୀ କେନ୍ଦ୍ର ସ୍ଥାପନ କରାଯାଇଛି ।
ଟିଏସ୍‌ଏଫ୍ ଦ୍ୱାରା ନିଆଯାଇପାରିଥିବା ଏହି ରୂପାନ୍ତରୀକରଣ ପଦକ୍ଷେପକୁ ନୂଆଗାଁର ସରପଂଚ ନମିତା ସେନାପତି ପ୍ରଶଂସା କରିଛନ୍ତି । ନୂଆଗାଁରୁ ସରପା ପର୍ଯ୍ୟନ୍ତ ରାସ୍ତା ଦିନେ ଅତି ଦୟନୀୟ ଅବସ୍ଥାରେ ଥିଲା, ଯାହା ଟିଏସ୍‌ଏଫ୍ ହସ୍ତକ୍ଷେପ ପରେ ଆସିଥିବା ସକାରାତ୍ମକ ପରିବର୍ତନର ପ୍ରମାଣ ଭାବେ ଉଭା ହୋଇଛି ବୋଲି ସେ କହିଛନ୍ତି ।
କାର୍ଯ୍ୟକ୍ଷେତ୍ର ପାରିପାଶ୍ୱିର୍କ ଅଂଚଳର ଗୋଷ୍ଠୀ ସମୁଦାୟ ଲାଗି କାର୍ଯ୍ୟ କରିବା ହେଉଛି ଟାଟା ଷ୍ଟିଲ ମୂଲ୍ୟବୋଧର ମୁଳଦୁଆ । ସେହି ଭାବନାକୁ ଆଗକୁ ବଢ଼ାଇ ଟାଟା ଷ୍ଟିଲ୍‌ର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) ଶାଖା ଟିଏସ୍‌ଏଫ୍ ଦ୍ୱାରା ଢେଙ୍କାନାଳ ଜିଲ୍ଲାର ଓଡ଼ାପଡ଼ା ବ୍ଲକ୍ ଅନ୍ତର୍ଗତ ନରେନ୍ଦ୍ରପୁର ନିକଟରେ ଥିବା ଟାଟା ଷ୍ଟିଲ୍ ମେରାମଣ୍ଡଳୀ ଆଖପାଖ ଗ୍ରାମଗୁଡ଼ିକରେ ଆବଶ୍ୟକତା ପୂରଣ କରିବାରେ ବିଶେଷ ଭୂମିକା ନିର୍ବାହ କରୁଛି ।
କେତେକ ପ୍ରଭାବଶାଳୀ ପ୍ରକଳ୍ପ ଏହି ଅଂଚଳରରେ ଯୋଗାଯୋଗ ଓ ଭିତିଭୂମିରେ ପରିବର୍ତନ ଆଣିଛି । ଏହି ପଦକ୍ଷେପଗୁଡ଼ିକ ଜରିଆରେ ଟିଏସ୍‌ଏଫ୍ ଉଲ୍ଲେଖନୀୟ ପରିବର୍ତନ ଆଣିବା ସହିତ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ପ୍ରଗତି ଓ ସମୃଦ୍ଧିକୁ ସୁଦୃଢ଼ କରିବାରେ ସର୍ବଦା ପ୍ରତିବଦ୍ଧ ।

Share

Leave a Reply

Your email address will not be published. Required fields are marked *

10 + 8 =