ଆଜିଲସ୍ ଡାଏଗ୍ନୋଷ୍ଟିକ୍ସ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ନିଦାନ ସେବା ପ୍ରଦାନକାରୀ ସଂସ୍ଥା ଆଜିଲସ୍ ଡାଏଗ୍ନୋଷ୍ଟିକ୍ସ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି ।
ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ) ଜରିଆରେ କଂପାନି ପାଣ୍ଠି ହାସଲ କରିବାକୁ ଯୋଜନା ରଖିଛି । ଏହି ଇସ୍ୟୁରେ ଅଫର ଫର୍ ସେଲ୍‌ରେ ଅଂଶଧନକାରୀମାନେ ୧୪,୨୩୩,୯୬୪ ଇକ୍ୱିିଟି ସେୟାର ବିକ୍ରି କରିବେ ।
ଲାବୋରେଟୋରି ସଂଖ୍ୟା ଦୃଷ୍ଟିରୁ ଏହା ହେଉଛି ଭାରତର ସର୍ବବୃହତ ଏବଂ ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ପରିଚାଳନା ରାଜସ୍ୱ ଦୃଷ୍ଟିରୁ ଦ୍ୱିତୀୟ ସର୍ବବୃହତ ନିଦାନ ସେବା ପ୍ରଦାନକାରୀ ।
ଅଫର୍ ଫର୍ ସେଲ୍‌ରେ ଇଟଂରନ୍ୟାସନାଲ୍ ଫାଇନାନ୍ସ କର୍ପୋରେସନ ୨,୯୮୫,୦୭୫ ଇକ୍ୱିଟି ସେୟାର, ଏନ୍‌ୱାଇଏଲ୍‌ଆଇଏମ୍ ଜାକବ୍ ବାଲାସ୍ ଇଣ୍ଡିଆ ଫଣ୍ଡ୍ ୩ ଏଲ୍‌ଏଲ୍‌ସି ୭,୪୬୨,୭୦୦ ଇକ୍ୱିଟି ସେୟାର ଏବଂ ରିସର୍ଜେନ୍ସ ପିଇ ଇନଭେଷ୍ଟମେଂଟ୍ ଲିମିଟେଡ୍ ୩,୭୮୬,୧୮୯ ଇକ୍ୱିଟି ସେୟାର ବିକ୍ରି କରିବେ ।
ଇକ୍ୱିଟି ସେୟାରଗୁଡ଼ିକୁ ବମ୍ବେ ଷ୍ଟକ ଏକ୍ସେଂଚଜ୍ ଓ ନ୍ୟାସନାଲ୍ ଷ୍ଟକ ଏକ୍ସଚେଂଜ୍‌ରେ ତାଲିକାଭୁକ୍ତ କରିବା ଲାଗି ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସପେକ୍ଟସ୍‌ରେ ପ୍ରସ୍ତାବ ରହିଛି ।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍‌, ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍ ଓ ସିଟି ଗ୍ରୁପ୍ ଗ୍ଲୋବାଲ୍ ମାର୍କେଟ୍‌ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ।
କଂପାନି ପକ୍ଷରୁ ନିଦାନ ପରୀକ୍ଷା ସେବା, ୱେଲନେସ୍‌, ପ୍ରତିଷେଧମୂଳକ ସେବା ପ୍ୟାକେଜ୍‌, ହସ୍ପିଟାଲ୍ ଲାବୋରେଟୋରି ପରିଚାଳନା ସେବା ଓ କ୍ଲିନିକାଲ୍ ଗବେଷଣା ପରୀକ୍ଷଣ ପରୀକ୍ଷା ସେବା ପ୍ରଦାନ କରାଯାଉଛି । ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା କଂପାନିର ୪୧୩ ଲାବୋରେଟୋରି ନେଟ୍‌ୱର୍କ ରହିଛି ଯେଉଁଥିରୁ ୪୩ ଲାବୋରେଟୋରିକୁ ଏନ୍‌ଏବିଏଲ୍ ସାର୍ଟିଫିକେସନ ମିଳିଛି । କ୍ରିସିଲ୍ ରିପୋର୍ଟ ଅନୁସାରେ କଂପାନି ପାଖରେ ସର୍ବବୃହତ ଏନ୍‌ଏବିଏଲ୍ ଲାବୋରେଟୋରି ନେଟ୍‌ୱର୍କ ରହିଛି ।

Share

Leave a Reply

Your email address will not be published. Required fields are marked *

2 × 4 =