ଭାରତରେ ଗୃହପାଳିତ ପଶୁ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବା ପାଇଁ ଡ୍ରୁଲ୍‌ସ ପେଟ୍ ଫୁଡ୍ ପକ୍ଷରୁ ମତ୍ୱକାଂକ୍ଷୀ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଗୃହପାଳିତ ପଶୁ ଖାଦ୍ୟ ବ୍ରାଣ୍ଡ୍ ଡ୍ରୁଲ୍‌ସ ପେଟ୍ ଫୁଡ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଗୃହପାଳିତ ପଶୁଙ୍କ ସ୍ୱାସ୍ତ୍ୟ ସେବାରେ ଉନ୍ନତି ଆଣିବା ପାଇଁ ଦୁଇଟି ମହତ୍ୱକାଂକ୍ଷୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଡ୍ରୁଲ୍‌ସ ପକ୍ଷରୁ ଭେଟ୍ କ୍ଲିନିକ୍ ଉନ୍ନତୀକରଣ ସ୍କିମ୍ “ଡ୍ରୁଲ୍‌ସ ଭେଟ ଥ୍ରାଇଭ୍‌ର” ଶୁଭାରମ୍ଭ କରାଯାଇଛି ଯାହା ହେଉଛି ସାରା ଦେଶରେ ଗୃହପାଳିତ ପଶୁଙ୍କ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ୨୫ କୋଟି ଟଙ୍କା ନିବେଶରେ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମ ସାରା ଭାରତରେ ପଶୁ ସ୍ୱାସ୍ଥ୍ୟସେବା ଓ ଚିକିତ୍ସା ଅଭ୍ୟାସର ଦୃଶ୍ୟପଟ୍ଟ ବଦଳାଇଦେବ ଓ ପଶୁ ଯତ୍ନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ସାବ୍ୟସ୍ତ ହେବ ।
ଉନ୍ନତ ନିଦାନ ଓ ଅସ୍ତ୍ରୋପଚାର ଉପକରଣ ଆଦି ସାରା ଦେଶର କ୍ଲିକିନ୍‌ଗୁଡ଼ିକୁ ଯୋଗାଇ ଏହା ଗୃହପାଳିତ ପଶୁ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବ । କଂପାନି ଡ୍ରୁଲ୍‌ସ ଭେଟେରିନାରି ହେଲ୍‌ଥ ଜରିଆରେ ଛୋଟ ପଶୁ ଫାର୍ମାସ୍ୟୁଟିକାଲ୍ କ୍ଷେତ୍ରରେ ପ୍ରବେଶ କରିଛି । ମୁମ୍ବାଇରେ ଅନୁଷ୍ଠିତ ଏସୀୟ ଛୋଟ ପଶୁ ଭେଟେରିନାରି ସଂଘର କାର୍ଯ୍ୟକ୍ରମରେ ବଲିଉଡ୍ ଅଭିନେତ୍ରୀ ମଲାଇକା ଅରୋରା ଏହାର ଶୁଭାରମ୍ଭ କରିଛନ୍ତି ।
ଡ୍ରୋଲ୍‌ସ ପେଟ୍ ଫୁଡ୍ ପ୍ରାଇଭେଟ୍ ଲିମିଟେଡ୍‌ର ସିଇଓ ଡକ୍ଟର ଶଶାଙ୍କ ସିହ୍ନା କହିଛନ୍ତି ଯେ, “ଡ୍ରୁଲ୍‌ସରେ ଆମେ ଗୃହପାଳିତ ପଶୁମାନଙ୍କ ସାମଗ୍ରିକ କଲ୍ୟାଣ ପ୍ରତି ପ୍ରତିବଦ୍ଧ । ଗୃହପାଳିତ ପଶୁ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ଏବଂ ସେମାନଙ୍କୁ ଯଥା ସମ୍ଭବ ଶ୍ରେଷ୍ଠ ସେବା ପ୍ରଦାନ କରିବା ପ୍ରତି ଆମର ରହିଥିବା ପ୍ରତିବଦ୍ଧତାର ପ୍ରମାଣ ହେଉଛି ଆମର ଡ୍ରୁଲ୍‌ସ ଭେଟ୍ କ୍ଲିନିକ୍ ଅପ୍‌ଗ୍ରେଡେସନ୍ ସ୍କିମ୍ ଓ ଡ୍ରୁଲ୍‌ସ ଭେଟେରିନାରି ହେଲ୍‌୍‌ଥ । ସାରା ଦେଶରେ ଥିବା ପଶୁ ଚିକିତ୍ସାଳୟଗୁଡ଼ିକୁ ଏହା ପ୍ରଦାନ କରି ଆମେ ସାରା ଦେଶର ପଶୁପ୍ରେମୀମାନଙ୍କ ପାଖରେ ଉନ୍ନତ ସେବା ପହଂଚାଇବା ସୁନିଶ୍ଚିତ କରିବାକୁ ଚାହୁଛୁ । ବ୍ୟାପକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ଏବଂ ଏହି ବ୍ୟବସ୍ଥାରେ ଏକ ସାମଗ୍ରିକ ସହଯୋଗୀତରେ ପରିଣତ ହେବାର ଉତ୍ସର୍ଗୀକୃତ ମନୋଭାବକୁ “ଡ୍ରୁଲ୍‌ସ ଭେଟେରିନାରି ହେଲ୍‌ଥ“ କାର୍ଯ୍ୟକ୍ରମ ପ୍ରତିଫଳିତ କରୁଛି । ଆମ ପଶୁ ସହଯୋଗୀମାନେ ଦରକାର କରୁଥିବା ସେବା, ଧ୍ୟାନ ଓ ଭଲ ପାଇବା ଯେଭଳି ପାଇବେ ତାହାକୁ ସୁନିଶ୍ଚିତ କରିବା ଲାଗି ଏହି ଦୁଇ ଅଭିଯାନର ଶୁଭାରମ୍ଭ କରାଯାଇଛି ।”
ମୁମ୍ବାଇର ପେଟ୍ ପ୍ରାକ୍ଟିସନର୍ସ ଆସୋସିଏସନ୍ସର ସଭାପତି ଡକ୍ଟର ଧନଞ୍ଜୟ ବାପତ କହିଛନ୍ତି ଯେ, “ଆନ୍ତର୍ଜାତିକ ପଶୁ ଚିକିତ୍ସକଙ୍କ କମିଟି ସହ ମିଶି ଡ୍ରୁଲ୍‌ସ ଭାରତର ପଶୁ ଯତ୍ନ ଓ ଚିକିତ୍ସା ସେବାରେ ଅଗ୍ରଦୂତ ସାଜିଛି । ଗୃହପାଳିତ ପଶୁ ସ୍ୱାସ୍ଥ୍ୟ ସେବାରେ ବିଶ୍ୱସ୍ତରୀୟ ମାନକ ହାସଲ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏଫ୍‌ଏଏସ୍‌ଏଭିଏ ଓ ଡବ୍ଲୁଏସ୍‌ଏଭିଏ ଭଳି ଆନ୍ତର୍ଜାତିକ ସଂସ୍ଥା ସହ ସହଯୋଗିତା ଜରିଆରେ ଡ୍ରୁଲ୍‌ସ ପଶୁ ଚିକିତ୍ସଙ୍କ ପାଖରେ ବିଶ୍ୱର ଶ୍ରେଷ୍ଠ ଅଭ୍ୟାସ ପହଂଚାଇବା ସହ ସେମାନଙ୍କୁ ଆନ୍ତର୍ଜାତିକ ବିଶେଷଜ୍ଞଙ୍କଠାରୁ ଶିଖିବା ସୁଯୋଗ ପ୍ରଦାନ କରୁଛି ।”
କର୍ଣ୍ଣାଟକ ପେଟ୍ ପ୍ରାକ୍ଟିସନର୍ସ ସଂଘର ସଭାପତି ଡକ୍ଟର ଏସ୍ ୟତିରାଜ କହିଛନ୍ତି ଯେ, “ଭାରତରେ ଗୃହପାଳିତ ପଶୁଙ୍କ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ଜରୁରୀ ଏବଂ ଡ୍ରୁଲ୍‌ସ ସେହି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । କଂପାନିର କାର୍ଯ୍ୟକ୍ରମଗୁଡ଼ିକ ଗୃହପାଳିତ ପଶୁ ସେବାକୁ ପହଂଚାଇବାରେ ଉନ୍ନତି ଆଣିବା ଏବଂ ଗୃହପାଳିତ ପଶୁ ସେବା ଯତ୍ନର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଏହା ଗୃହପାଳିତ ପଶୁଙ୍କ କଲ୍ୟାଣ, ଜନ ସ୍ୱାସ୍ଥ୍ୟ ଓ ଅର୍ଥନୀତି ଉପରେ ସକାରାତ୍ମକ ପ୍ରଭାବ ପକାଉଛି । ଭାରତରେ ଗୃହପାଳିତ ପଶୁଙ୍କ ଚିକିତ୍ସା ସେବାରେ ଉନ୍ନତି ଆଣିବା ପାଇଁ ଡ୍ରୁଲ୍‌ସର ପ୍ରତିବଦ୍ଧତାକୁ ମୁଁ ପ୍ରଶଂସା କରୁଛି ।”

Share

Leave a Reply

Your email address will not be published. Required fields are marked *

nineteen − eleven =