ଟାଟା ଷ୍ଟିଲ ମାଇନିଂ ଲିମିଟେଡ୍ ପକ୍ଷରୁ ସୁକିନ୍ଦା ଓ କମର୍ଦା କ୍ରୋମାଇଟ୍ ଖଣିରେ ସାମଗ୍ରିକ ପ୍ରଥମ ସମେତ ୧୦ ପୁରସ୍କାର ହାସଲ

ସୁକିନ୍ଦା: ଖଣି ସୁରକ୍ଷା ମହାନିର୍ଦେଶାଳୟ, ଭୁବନେଶ୍ୱର ଅଂଚଳ ଅଧୀନରେ ଆୟୋଜିତ ୪୦ତମ ଓଡ଼ିଶା ମେଟାଲିଫେରସ୍ ଖଣି ସୁରକ୍ଷା ସପ୍ତାହ ପାଳନ ୨୦୨୨-୨୩ରେ ସାମଗ୍ରିକ ପ୍ରଦର୍ଶନ ବର୍ଗରେ ନିଜ ନିଜ କ୍ଷେତ୍ରରେ ସୁକିନ୍ଦା କ୍ରୋମାଇଟ ଖଣି ଓ କମର୍ଦା କ୍ରୋମାଇଟ୍ ଖଣି ପାଇଁ ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍ (ଟିଏସ୍‌ଏମଏଲ୍‌) ପ୍ରଥମ ପୁରସ୍କାର ହାସଲ କରିଛି ।
ଗ୍ରୁପ୍ ଏ୧ ଅଧିନରେ ଟିଏସ୍‌ଏମଏଲ୍‌ର ସୁକିନ୍ଦା କ୍ରୋମାଇଟ୍ ଖଣି ସାମଗ୍ରିକ ପ୍ରଦର୍ଶନରେ ପ୍ରଥମ ପୁରସ୍କାର, ରକ୍ଷଣାବେକ୍ଷଣରେ ପ୍ରଥମ ପୁରସ୍କାର, ଶ୍ରେଷ୍ଠ ମକ୍ ଡ୍ରିଲ୍ ରିପୋର୍ଟରେ ପ୍ରଥମ ପୁରସ୍କାର, ତାଲିମ, ସ୍ୱାସ୍ଥ୍ୟ ଓ କଲ୍ୟାଣ, ସୁରକ୍ଷା ଓ ନିୟମ ପାଳନ ଓ ସ୍ୱଚ୍ଛତାରେ ଦ୍ୱିତୀୟ ପୁରସ୍କାର ହାସଲ କରିଛି ।
ଗ୍ରୁପ୍ ବି୧ ଅଧିନରେ ସାରୁଆବିଲ୍ କ୍ରୋମାଇଟ୍ ଖଣି ରକ୍ଷଣାବେକ୍ଷଣରେ ପ୍ରଥମ ପୁରସ୍କାର, ଶ୍ରେଷ୍ଠ ମକ୍ ଡ୍ରିଲ୍ ରିପୋର୍ଟ ଓ ଶ୍ରେଷ୍ଠ ଏକ୍‌ଜିକ୍ୟୁଟିଭ୍‌ରେ ପ୍ରଥମ ପୁରସ୍କାର ହାସଲ କରିଛି ।
ଗ୍ରୁପ୍ ବି୨ରେ କମର୍ଦା କ୍ରୋମାଇଟ୍ ଖଣି ସାମଗ୍ରିକ ପ୍ରଦର୍ଶନରେ ପ୍ରଥମ ପୁରସ୍କାର, ରକ୍ଷଣାବେକ୍ଷଣରେ ପ୍ରଥମ ପୁରସ୍କାର, ସାଧାରଣ କାର୍ଯ୍ୟରେ ପ୍ରଥମ ପୁରସ୍କାର, ତାଲିମ, ସ୍ୱାସ୍ଥ୍ୟ ଓ କଲ୍ୟାଣ, ସୁରକ୍ଷା ଓ ନିୟମ ପାଳନ, ସ୍ୱଚ୍ଛତା, ଶ୍ରେଷ୍ଠ ନିରୀକ୍ଷକ ଓ ଶ୍ରେଷ୍ଠ ଏକ୍‌ଜିକ୍ୟୁଟିଭ୍‌ରେ ଦ୍ୱିତୀୟ ପୁରସ୍କାର ହାସଲ କରିଛି ।
ଏହି ଅବସରରେ ଧାନବାଦ୍‌ର ଖଣି ନିରାପତାର ମହାନିର୍ଦେଶକ, ଶ୍ରୀ ପ୍ରଭାତ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଅଂଚଳରେ ସୁରକ୍ଷା ପ୍ରଦର୍ଶନରେ ଉନ୍ନତି ଆଣିବା ଦିଗରେ ଡିଜିଏମ୍‌ଏସ୍ ଓ ଖଣି ମାଲିକଙ୍କ ଭୂମିକା ଉପରେ ନିଜ ମତ ପ୍ରଦାନ କରିଥିଲେ । ଡିଜିଏମ୍‌ଏସ୍ ସହିତ ଖଣି ଶିଳ୍ପର ସୁରକ୍ଷାରେ ଉନ୍ନତି ଆଣିବା ଲାଗି ସେ ପରାମର୍ଶ ମଧ୍ୟ ଦେଇଥିଲେ ।
ଏହି ସଫଳତାକୁ ନେଇ ଖୁସି ବ୍ୟକ୍ତ କରି ଟାଟା ଷ୍ଟିଲ ମାଇନିଂ ଲିମିଟେଡ୍‌ର ପରିଚାଳନା ନିର୍ଦେଶକ ଶ୍ରୀ ପଙ୍କଜ ସତିଜା କହିଛନ୍ତି ଯେ, “ସୁରକ୍ଷା ସପ୍ତାହ ପାଳନ କରିବା ଲାଗି ସୁବିଧା ପ୍ରଦାନ କରିଥିବାରୁ ଡିଜିଏମ୍‌ଏସ୍‌ଙ୍କ ପ୍ରତି ଆମେ କୃତଜ୍ଞ ଯାହାଦ୍ୱାରା ଖଣି କଂପାନିଗୁଡ଼ିକ ସେମାନଙ୍କର ଶ୍ରେଷ୍ଠ ବ୍ୟବସ୍ଥା ବାବଦରେ ପରସ୍ପର ମଧ୍ୟରେ ସୂଚନା ଆଦାନପ୍ରଦାନ କରିବାର ସୁଯୋଗ ପ୍ରଦାନ କରିଛି ।’’
ଖଣି କ୍ଷେତ୍ରରେ ସୁରକ୍ଷା ଓ ନିରନ୍ତରତା ପ୍ରତି ଟାଟା ଷ୍ଟିଲ୍ ମାଇନିଂ ସର୍ବଦା ପ୍ରତିବଦ୍ଧ ଥିବା ଜଣାଇ ଶ୍ରୀ ସତିଜା କହିଛନ୍ତି ଯେ, “ଆମ ପାଇଁ ଆମ ଶ୍ରମଶକ୍ତିର ସୁରକ୍ଷା ଓ ସ୍ୱାସ୍ଥ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଆମେ ସେଦିଗରେ ପ୍ରତିବଦ୍ଧତା ଜାରି ରଖିବୁ ।’’
ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡର ବରିଷ୍ଠ ମହାପ୍ରବନ୍ଧକ-ଖଣି ସୁଶାନ୍ତ କୁମାର ମିଶ୍ର, ଖଣି ପ୍ରବନ୍ଧକ (ସୁକିନ୍ଦା) ଶମ୍ଭୁନାଥ ଝା, ଖଣି ପ୍ରବନ୍ଧକ (ସାରୁଆବିଲ) ନବୀନ ଶ୍ରୀବାସ୍ତବ, ଖଣି ପ୍ରବନ୍ଧକ ଦିବ୍ୟେଦୁଂ ବେହେରା (କମର୍ଦା) ଓ ଏଜିଏମ୍ (ଏସ୍‌ଏଚ୍‌ଇ) ଅଜୟ କୁମାର ବିଶ୍ୱମ୍ବରନାଥ ଓ ଅନ୍ୟ ଅଧିକାରୀମାନେ ପୁରସ୍କାର ଗ୍ରହଣ କରିଥିଲେ ।

Share

Leave a Reply

Your email address will not be published. Required fields are marked *

3 × 1 =