ଜେ ଏନ୍ ଟାଟା: ଏକ ଅଗ୍ରଣୀ ଚିନ୍ତାଧାରାର ବ୍ୟକ୍ତିତ୍ୱ

୨୦୨୪ ମାର୍ଚ୍ଚ ୩ରେ ଜାମସେଟ୍ ଜି ନୁସେରୱାନୀ ଟାଟାଙ୍କ ୧୮୫ତମ ଜୟନ୍ତୀ ଅବସରରେ
ଭୁବନେଶ୍ୱର: ୧୨୦ ବର୍ଷ ପୂର୍ବେ ୧୯୦୪ ମସିହା ଫେବ୍ରୁଆରି ୨୪ ତାରିଖରେ ଭାରତର ଅଗ୍ରଣୀ ଭୂତତ୍ୱବିତ୍ ପ୍ରମଥ ନାଥ ବୋଷ ଓଡ଼ିଶାର ତତ୍କାଳୀନ ରାଜ୍ୟ ମୟୂରଭଞ୍ଜର ଗୋରୁମାହିସାଣି ପାହାଡ଼ରେ ଲୁହାପଥର ଭଣ୍ଡାର ଠାବ କରିବା ନେଇ ଏକ ଚିଠି ଲେଖିଥିଲେ । ଟାଟା ଗ୍ରୁପର ପ୍ରତିଷ୍ଠାତା ଜାମସେଟ୍ ଜି ନୁସେରୱାନୀ ଟାଟାଙ୍କୁ ଏହି ଚିଠି, ଶିଳ୍ପ ଏବଂ ସାମାଜିକ ବିକାଶ କ୍ଷେତ୍ରରେ ଏକ ଶତାବ୍ଦୀରୁ ଅଧିକ ସମୟ ଧରି ହୋଇଥିବା ସହଯୋଗର କାରଣ ପାଲଟିଛି । ମାର୍ଚ୍ଚ ୩ ତାରିଖରେ ଟାଟା ଷ୍ଟିଲ୍ ଏବଂ ଟାଟା ଗ୍ରୁପ୍ ଦ୍ୱାରା ଜେ ଏନ୍ ଟାଟାଙ୍କ ୧୮୫ତମ ଜୟନ୍ତୀ ପାଳନ କରାଯାଉଥିବା ବେଳେ ତାଙ୍କ ଦ୍ୱାରା କର୍ପୋରେଟ୍ ନାଗରିକତାର ସ୍ଥାୟୀତ୍ୱ ପାଇଁ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ଆଜି ପର୍ଯ୍ୟନ୍ତ କଂପାନିକୁ ମାର୍ଗଦର୍ଶନ ଜାରି ରଖିଛି ।
ଜାମସେଟ୍ ଜି ଟାଟା ଉଦ୍ୟୋଗୀଙ୍କ ଠାରୁ ବହୁ ଉର୍ଦ୍ଧ୍ୱରେ ଥିଲେ ଯିଏକି ଭାରତକୁ ବିଶ୍ୱର ଶିଳ୍ପୋଦ୍ୟୋଗିକ ରାଷ୍ଟ୍ରମାନଙ୍କର ସୂଚୀରେ ସ୍ଥାନୀତ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ଭିତରେ ଥିବା ଜାତୀୟତାବାଦର ଭାବନାକୁ ସେ ସର୍ବଦା ଉଚ୍ଚରେ ରଖିଥିଲେ । ଯାହା ତାଙ୍କ ବ୍ୟବସାୟିକ ସଫଳତାର ଫଳ କିପରି ଦେଶ ସମୃଦ୍ଧିର ଏକ ମାର୍ଗ ହେଇପାରିବ ସେହି ଦିଗରେ ଚିନ୍ତା କରୁଥିଲେ । ଏହି ଅନ୍ତର୍ନିହିତ ଗୁଣ ଗୁଡ଼ିକ ତାଙ୍କୁ ଜଣେ ଅସାଧାରଣ ବ୍ୟକ୍ତିତ୍ୱର ଅଧିକାରୀ ଭାବେ ପରିଗଣିତ କରିଥିଲା । କିନ୍ତୁ ଜାମସେଟ୍ ଜିଙ୍କ ଭିତରେ ଥିବା ମାନବିକତାର ଚେତନା ପ୍ରକୃତରେ ତାଙ୍କୁ ଅନନ୍ୟ କରିବା ସହ ଆଧୁନିକ ଭାରତର ହୃଦୟରେ ଏହା ମହାନ ବ୍ୟକ୍ତିତ୍ୱ ଭାବେ ସ୍ଥାନ ଦେଇଛି ।
ବିଦେଶୀ ଶାସନ ଏବଂ ଦାରିଦ୍ର‌୍ୟ ଅଧୀନରେ ସଂଘର୍ଷ କରୁଥିବା ଲୋକଙ୍କ ପ୍ରତି ଜାମସେଟ୍ ଜିଙ୍କ ଉଦାର ଏବଂ କରୁଣା ମନୋଭାବ ଟାଟା ଗ୍ରୁପର ଅନନ୍ୟ ଢାଂଚାକୁ ପରିଣତ କରିଥିଲା । ତାଙ୍କ ବିୟୋଗ ପରେ ମଧ୍ୟ କଂପାନୀର ସଂପତି ମୁଖ୍ୟତଃ ସାମାଜିକ ବିକାଶ ପାଇଁ ସମର୍ପିତ ଟ୍ରଷ୍ଟମାନଙ୍କ ପାଖରେ ରହିଥିଲା ଯାହା ପ୍ରତିଷ୍ଠାତାଙ୍କ ବ୍ୟବସାୟ ଦର୍ଶନର ମୂଳରେ ଥିବା ଜନସ୍ୱାର୍ଥ ଭାବନାକୁ ପ୍ରତିଫଳିତ କରୁଛି । ଟାଟା ଷ୍ଟିଲ୍ ବର୍ତମାନ ମଧ୍ୟ ଏହି ନୀତି ମାଧ୍ୟମରେ ଅନୁପ୍ରାଣିତ ହେଇ ଓଡ଼ିଶା ସମେତ ଏହାର ଅନ୍ୟ ପରିଚାଳିତ ସ୍ଥାନଗୁଡ଼ିରେ ନିଜର କାର୍ଯ୍ୟକଳାପ ମାଧ୍ୟମରେ ଉନ୍ନତି ସାଧନ ସହ ସଠିକ ଆକାର ଦେବା ଦିଗରେ ଚେଷ୍ଟିତ ରହିଛି ।
ଓଡ଼ିଶାରେ ଟାଟା ଷ୍ଟିଲର ଅବସ୍ଥିତିରେ ୧୯୨୮ରେ ମାଙ୍ଗାନିଜ୍ ଓ ୧୯୪୯ରେ କ୍ରୋମ୍ ପଥର ଆବିଷ୍କାର ଭଳି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ରହିଛି, ଯାହା ଫଳରେ ବିଭିନ୍ନ ସ୍ଥାନରେ ଖଣି କାର୍ଯ୍ୟ ଆରମ୍ଭ ହୋଇଥିଲା । ୨୦୧୬ରେ ଗୋପାଳପୁର ଶିଳ୍ପ ପାର୍କ କାର୍ଯ୍ୟକ୍ଷମ ହେବା, ୨୦୧୫ରେ କଳିଙ୍ଗନଗର ଇସ୍ପାତ କାରଖାନାର ପ୍ରଥମ ପର୍ଯ୍ୟାୟ ଏବଂ ୨୦୧୭ରେ ଭୂଷଣ ଷ୍ଟିଲ୍ (ଯାହା ବର୍ତମାନ ଟାଟା ଷ୍ଟିଲ୍ ମେରାମଣ୍ଡଳୀ) ଏବଂ ୨୦୨୨ରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ ସମେତ ସମସ୍ତ ଶିଳ୍ପ ଧାରାର ବିକାଶ ସହିତ ଏହି ଅଗ୍ରଗତିର କାହାଣୀ ଜାରି ରହିଛି ।
୨୦୩୦ ସୁଦ୍ଧା ରାଜ୍ୟରେ ଅଶୋଧିତ ଇସ୍ପାତ କ୍ଷମତା ୩୦ ଏମ୍‌ଟିପିଏ ଅଭିବୃଦ୍ଧି ଯୋଜନାକୁ ସଫଳ ରୂପାୟନର ଲକ୍ଷ୍ୟ ସହ ଟାଟା ଷ୍ଟିଲ୍ ଓଡ଼ିଶା ସହ ଏକ ସୁଦୃଢ଼ ସହଯୋଗିତା ପାଇଁ ଲକ୍ଷ୍ୟ ରଖିଛି । ଲୁହାପଥର ଖଣିର ସଂପ୍ରସାରଣ, ସୁବର୍ଣ୍ଣରେଖା ବନ୍ଦର ଭଳି ପ୍ରମୁଖ ଭିତିଭୂମି ପ୍ରକଳ୍ପର ବିକାଶ ଏହି ମହତ୍ୱାକାଂକ୍ଷୀ ଅଭିବୃଦ୍ଧିକୁ ସୁଦୃଢ଼ କରୁଛି । ଭାରତରେ କାର୍ବନ ନିର୍ଗମନ ହ୍ରାସ, ସମୁଚିତ ଜଳର ବ୍ୟବହାର, ଶିଳ୍ପର ମାନରେ ବୃଦ୍ଧି ସହ ବାୟୁର ଗୁଣବତାରେ ଉନ୍ନତି ଆଣିବା ଏବଂ କର୍ମଚାରୀ ଓ ଗୋଷ୍ଠୀର ସାମଗ୍ରିକ କଲ୍ୟାଣ ବୃଦ୍ଧି କରିବା ପାଇଁ କଂପାନି ପ୍ରତିଶ୍ରୁତିବଦ୍ଧ ।
ଏତତବ୍ୟତୀତ ଟାଟା ଷ୍ଟିଲ ସିଏସଆର କାର୍ଯ୍ୟକଳାପ ମାଧ୍ୟମରେ ଉଦାହରଣ ସୃଷ୍ଟିକାରୀ କର୍ପୋରେଟ୍ ନାଗରିକତା ପ୍ରଦର୍ଶନ କରିଛି, ଯାହା ଓଡ଼ିଶାର ଅଗଣିତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ, ଶିକ୍ଷା, ଭିତିଭୂମିକୁ ସୁଦୃଢ଼ କରିଛି ଏବଂ ଅଗଣିତ ବ୍ୟକ୍ତିଙ୍କ ଜୀବନରେ ଉନ୍ନତି ଆଣିଛି । ଶିକ୍ଷା, ସ୍ୱାସ୍ଥ୍ୟସେବା, ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମାଧ୍ୟମରେ ସ୍ଥାନୀୟଙ୍କୁ ସଶକ୍ତ କରିବା ଏବଂ ବିଦ୍ୟାଳୟ ପ୍ରତିଷ୍ଠା, ସ୍ୱାସ୍ଥ୍ୟସେବା ପ୍ରକଳ୍ପ, ଜୀବିକା କାର୍ଯ୍ୟକ୍ରମ ଏବଂ ପରିବେଶ ପ୍ରକଳ୍ପ ଗୁଡିକ ମାଧ୍ୟମରେ ସ୍ଥାୟି ସମାଧାନ ପ୍ରଦାନ ଏଥିରେ ସାମିଲ ରହିଛି ।
ଓଡ଼ିଶାରେ ଟାଟା ଷ୍ଟିଲର ପଦକ୍ଷେପ ଏକ କର୍ପୋରେଟ୍ ଆଭିମୁଖ୍ୟର ଉଦାହରଣ ଯାହା ପରିବେଶ ପରିଚାଳନା ଏବଂ ଗୋଷ୍ଠୀ ନିୟୋଜନ ସହିତ ଅର୍ଥନୈତିକ ପ୍ରଗତିକୁ ସନ୍ତୁଳିତ କରୁଛି ଏବଂ ଜେଏନ୍ ଟାଟାଙ୍କ ଦ୍ୱାରା ପ୍ରେରିତ କଂପାନୀର ବ୍ୟାପକ ଅଭିବୃଦ୍ଧି ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି ।

Share

Leave a Reply

Your email address will not be published. Required fields are marked *

14 + one =