ସୋନି ପକ୍ଷରୁ ନୂଆ ଏସ୍‌ଆରଏସ୍‌-ଏକ୍ସଭି ୫୦୦ ପୋର୍ଟେବଲ୍ ପାର୍ଟି ସ୍ପିକର ଉନ୍ମୋଚିତ

ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ନୂଆ ଏସ୍‌ଆରଏସ୍‌-ଏକ୍ସଭି୫୦୦ ପୋର୍ଟେବଲ ପାର୍ଟି ସ୍ପିକରକୁ ଉନ୍ମୋଚନ କରାଯାଇଛି ଯାହା ଲୋକମାନଙ୍କୁ ଯେକୌଣସି ସ୍ଥାନରେ ଲମ୍ବା ସମୟ ପର୍ଯ୍ୟନ୍ତ ପାର୍ଟି କରିବାରେ ସହାୟକ ହେବ । ଏହି ସ୍ପିକରରେ ଶକ୍ତିଶାଳୀ ସାଉଣ୍ଡ, ଇନ-ବିଲ୍‌ଟ ଲାଇଟ୍‌, ଦୀର୍ଘସ୍ଥାୟୀ ବ୍ୟାଟେରି ଥିବା ବେଳେ ଏଥିରେ ଏକ କାରାଓକ ମାଇକ ପ୍ଲଗ ରହିଛି ଯାହାକୁ ଯେକୌଣସି ସମୟରେ ବ୍ୟବହାର କରି ଗୀତ ଗାଇହେବ । ନିଜ ବନ୍ଧୁ ଓ ପରିବାର ବର୍ଗଙ୍କ ମନୋରଂଜନ କରିବା ଲାଗି ଯାହା ସବୁ ଦରକାର ତାହା ଏସଆରଏସ-ଏକ୍ସଭି୫୦୦ରେ ରହିଛି ।
ଏସ୍‌ଆର୍ଏସ-ଏକ୍ସଭି୫୦୦୦ରେ ଗ୍ରାହକମାନେ ଉଚ୍ଚ ମାନର ସାଉଣ୍ଡ ଓ ଶକ୍ତିଶାଳୀ ବାସ ଜରିଆରେ ନିଜ ପାର୍ଟିର ଅନୁଭବକୁ ବଢ଼ାଇପାରିବେ । ଏଥିରେ ଦୁଇଟି ଟ୍ୱିଟର ରହିଛି ଯାହା ସାଉଣ୍ଡକୁ ବଢ଼ାଇବ । ଏଥିରେ ଥିବା ବ୍ୟାଟେରି ବେଶ ଶକ୍ତିଶାଳୀ । ଏହାକୁ ପୁରା ଚାର୍ଜ କଲେ ତାହା ୨୫ ଘଂଟା ଭଳି ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିବ । ଏହାକୁ ୧୦ ମିନିଟ ଚାର୍ଜ କଲେ ତାହା ଅଢ଼େଇ ଘଂଟା ଚାଲିପାରିବ । ଏଥିରେ ବ୍ୟାଟେରି କେୟାର ସୁବିଧା ଥିବାରୁ ଓଭରଚାର୍ଜ ପାଇଁ ଚିନ୍ତା କରିବାକୁ ପଡ଼ିବନି ।

କାରାଓକ୍ ଓ ଗିଟାରକୁ ଏଥିରେ ଯୋଡ଼ି ହେବ । ଏହା ସହିତ ଇକୋ ଏବଂ ପଛରେ କି’ ଜରିଆରେ ସ୍ପିକରକୁ ପରିଚାଳନା କରିବା ସୁବିଧା ରହିଛି । ଦ୍ୱିତୀୟ ଇନପୁଟ ଜରିଆରେ ଆପଣ ଅନ୍ୟ ସହିତ ଡୁଏଟ ମଧ୍ୟ ଗାଇପାରିବେ । ଏଥିରେ ଥିବା ଇନ-ବିଲ୍‌ଟ ଲାଇଟ୍ ଜରିଆରେ ଆପଣ ନିଜ ପାର୍ଟିର ପରିବେଶ ଅନୁସାରେ ଆଲୋକ ବ୍ୟବସ୍ଥା କରିପାରିବେ । ଫିଏଷ୍ଟେବଲ ମୋବାଇଲ୍ ଆପ୍ ଜରିଆରେ ଆଲୋକକୁ ବଦଳାଇହେବ । ଏହାର ପଛ ପ୍ୟାନେଲରେ ଏକ ୟୁଆଇ ରହିଛି । ଏହା ବ୍ୟତୀତ ଏହା ପଛରେ ଥିବା ୟୁଏସବି ସଂଯୋଗ ଜରିଆରେ ସ୍ମାର୍ଟଫୋନକୁ ପ୍ଲେ ଓ ଚାର୍ଜ କରାଯାଇପାରିବ ।

ଏହି ସ୍ପିକର ୱାଟର ରେଜିଷ୍ଟାନ୍ସ ହୋଇଥିବାରୁ ବର୍ଷାରେ ମଧ୍ୟ ଏହାକୁ ବିଶ୍ୱାସର ସହ ବ୍ୟବହାର କରିହେବ । ପୋର୍ଟେବିଲିଟିକୁ ନଜରରେ ରଖି ଏହାକୁ ୍ରସ୍ତୁତ କରାଯାଇଛି । ଆପ ଷ୍ଟୋର କିମ୍ବା ଗୁଗୁଲ ପ୍ଲେରୁ ସୋନି/ ମ୍ୟୁଜିକ ସେଂଟର ଓ ଫିଏଷ୍ଟେବଲ ଆପ ଜରିଆରେ ଏହାକୁ ଯେକେଣସି ସ୍ଥାନରେ ରହି ପରିଚାଳନା କରିହେବ । ପରିବେଶକୁ ଦୃଷ୍ଟିରେ ରଖି ଏହାର ଡିଜାଇନ ପ୍ରସ୍ତୁତ କରାଯାଇଛି । ସୋନି ଲାଗି ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ରିସାଇକଲ୍‌ଡ ପ୍ଲାଷ୍ଟିକକୁ ଏଥିରେ ବ୍ୟବହାର କରାଯାଇଥିବା ବେଳେ ବଡିରେ ଆଂଶିକ ବ୍ୟବହାର କରାଯାଇଛି । ସୋନି ଏହାର ଉତ୍ପାଦ ଜରିଆରେ ପରିବେଶ ଉପରେ ପଡ଼ୁଥିବା ପ୍ରଭାବକୁ କମ କରିବା ଉପରେ ଜୋର ଦେଉଛି ।
ଏସଆରଏସ-ଏକ୍ସଭି୫୦୦ ପାର୍ଟି ସ୍ପିକରର ଦାମ ୩୧,୯୯୦ ଟଙ୍କା ରହିଛି ଏବଂ ଏହା ୨୦୨୩ ଫେବ୍ରୁଆରି ୨୩ ଠାରୁ ସୋନି ରିଟେଲ ଷ୍ଟୋର, ୱେବସାଇଟ, ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଷ୍ଟୋର ଓ ଇ-କମର୍ସ ପ୍ଲାଟଫର୍ମରେ ଉପଲବ୍ଧ ହେବ ।

Model

Best Buy (in INR)

Availability Date

SRS-XV500

Rs.31,990/-

24th February 2024 onwards

Share

Leave a Reply

Your email address will not be published. Required fields are marked *

6 − one =