ନିଯୁକ୍ତି ସୁଯୋଗ ହାସଲରେ ଯୁବବର୍ଗଙ୍କୁ ସଶକ୍ତ କରିବା ଲାଗି ୱି ଓ ଜବ୍ ହୈ ମଧ୍ୟରେ ସହଯୋଗିତା

ଭୁବନେଶ୍ୱର: ଇନ୍‌ଫୋ ଏଜ୍ ଇଣ୍ଡିଆ ଲିମିଟେଡ୍‌ର ସହାୟକ ସଂସ୍ଥା ଜବ୍ ହୈ ପକ୍ଷରୁ ଦେଶର ଅଗ୍ରଣୀ ଟେଲିକମ୍ କଂପାନି ୱି ସହିତ ସହଯୋଗିତା ସ୍ଥାପନ କରାଯାଇଛି । ନିଯୁକ୍ତି ଆଶାୟୀଙ୍କୁ ସୁଯୋଗ ପାଖରେ ପହଂଚାଇବା କ୍ଷେତ୍ରରେ ବିପ୍ଳବ ଆଣିବାକୁ ଏହି ସହଯୋଗିତାରେ ଲକ୍ଷ୍ୟ ରଖାଯାଇଛି । ୱି ଆପ୍‌ରେ ଥିବା ୱି ଜବ୍‌ସ ଆଣ୍ଡ୍ ଏକୁକେସନ ସହିତ ଜବ୍ ହୈ ସମନ୍ୱୟ ହୋଇରହିବ । ଜବ୍ ହୈ ରେ ଏବେ ଦିଲ୍ଲୀ, ନୋଏଡା, ଗୁଡଗାଁଓ, ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ, ମୁମ୍ବାଇ, ଅହମ୍ମଦାବାଦ, ଜୟପୁର, ଚଣ୍ଡିଗଡ଼, ଭୋପାଳ, କୋଚି, ପୁନେ, ନାଗପୁର ଭଳି ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ସହରର ଏକ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ପଞ୍ଜୀକୃତ ରହିଛି ।
ଜବ୍ ହୈ ପକ୍ଷରୁ ଦେଶର ୫୦ରୁ ଅଧିକ ସହରରେ ୪୫ ପ୍ରକାରରୁ ଅଧିକ ନିଯୁକ୍ତି ପ୍ରଦାନ କରାଯାଉଛି ଯେଉଁଥିରେ ଟେଲିକଲର, ସେଲ୍‌ସ, ବିଜନେସ୍ ଡେଭେଲପମେଂଟ୍‌, ବ୍ୟାଙ୍କ ଅଫିସ, ଗ୍ରାଫିକ ଡିଜାଇନର, ଡେଲିଭରି, ସିକ୍ୟୁରିଟି ଗାର୍ଡ ଭଳି ଚାକିରି ରହିଛି । ବିଭିନ୍ନ ଅଂଚଳର ପ୍ରାର୍ଥୀମାନଙ୍କୁ ସାହାର୍ଯ୍ୟ କରିବା ଲାଗି ଜବ୍ ହୈ ଡଟ୍ କମ୍ ର ସେବା ସମ୍ପୂର୍ଣ୍ଣ ମାଗଣା ରଖାଯାଇଥିବା ବେଳେ ୧୦ଟି ଆଂଚଳିକ ଭାଷାରେ ତାହା ଉପଲବ୍ଧ ହୋଇଛି ।
ୱି ସହିତ ଜବ୍ ହୈର ସମନ୍ୱୟ ହୋଇଥିବାରୁ ପ୍ରାର୍ଥୀମାନେ ପଞ୍ଜୀକୃତ ହେଉଥିବା ନିଯୁକ୍ତି ବିଷୟରେ ଆଗୁଆ ସୂଚନା ପାଇପାରିବେ ଏବଂ ନିଯୁକ୍ତିଦାତାଙ୍କ ନଜରକୁ ଆସିପାରିବେ, ଫଳରେ ସଠିକ୍ ନିଯୁକ୍ତି ମିଳିବା ସହଜ ହୋଇପାରିବ । ଏହି ସହଯୋଗିତାରେ ଜଣେ ପ୍ରାର୍ଥୀ ଆବେଦନ କରିବାର ଦୁଇ ଦିନ ଭିତରେ ସାକ୍ଷାତକାରର ଆୟୋଜନ କରାଯିବ । ସାକ୍ଷାତକାର ଲାଗି ପ୍ରାର୍ଥୀ ଜଣକ ନିଯୁକ୍ତିଦାତାଙ୍କ ସହ ସିଧାସଳଖ ଆଲୋଚନା କରିପାରିବେ । ପ୍ରାର୍ଥୀ ଜଣକ ଆବେଦନ କରିଥିବା ନିଯୁକ୍ତିର ସ୍ଥିତି ବିଷୟରେ ମଧ୍ୟ ଜାଣିପାରିବେ ।
ଜବ୍ ହୈ ର ବ୍ୟବସାୟ ମୁଖ୍ୟ ରୌସନ ଭାରତୀ କହିଛନ୍ତି ଯେ, “ସାରା ଭାରତରେ ବ୍ଲୁ କୋଲାରରେ ଶ୍ରେଷ୍ଠ ନିଯୁକ୍ତି ପ୍ରଦାନ କରିବାକୁ ଆମେ ଉତ୍ସର୍ଗୀକୃତ ରହିଛୁ । ଏହି ସହଯୋଗିତାରେ ଆମେ ଆଶା କରୁଛୁ ଯେ ଲୋକମାନେ ଯେଉଁ ନିଯୁକ୍ତି ପାଇଁ ଉପଯୁକ୍ତ ସେହି ଚାକିରି ପାଇବାରେ ସେମାନେ ସଶକ୍ତ ହେବେ । ଉଭୟ ସଂସ୍ଥାର ସମ୍ବଳ ଓ ନେଟୱର୍କକୁ ଉପଯୋଗ କରି ପ୍ରାର୍ଥୀମାନେ ବିଭିନ୍ନ ନିଯୁକ୍ତିଦାତାଙ୍କ ଧ୍ୟାନ ଆକର୍ଷଣ କରିପାରିବେ, ଫଳରେ ସଠିକ ନିଯୁକ୍ତିଦାତାଙ୍କ ନଜରରେ ଆସିବାର ସମ୍ଭାବନାରେ ଉନ୍ନତି ହୋଇପାରିବ ।’’
ପ୍ରାର୍ଥୀମାନେ ୱାର୍କ ଫ୍ରମ୍ ହୋମ୍‌, ସାମୟିକ ଚାକିରି, ନୂଆ ଚାକିରି ଆଦିକୁ ଜବ୍ ହୈ ପୋର୍ଟାଲ୍ ଓ ଆପ୍‌ରେ ପାଇପାରିବେ । ଏହା ଜରିଆରେ ସେମାନେ ନିଜର ସିଭି ଓ ଅଡିଓ ରିଜ୍ୟୁମ୍ ତିଆରି କରିପାରିବେ । ୱିର ପ୍ରିପେଡ୍ ଗ୍ରାହକମାନେ ନିଜ ସହରରେ ଥିବା ନିଯୁକ୍ତି ସୁଯୋଗକୁ ଜାଣିପାରିବେ । ମହିଳାମାନଙ୍କ ଲାଗି ମଧ୍ୟ ବହୁ ପରିମାଣର ନିଯୁକ୍ତି ପଞ୍ଜୀକୃତ ହେଉଛି ।

Share

Leave a Reply

Your email address will not be published. Required fields are marked *

nineteen + nineteen =