ଟାଟା ଏଆଇଏର ନୂଆ ଫର୍ଚୁନ ଗ୍ୟାରେଂଟି ରିଟାୟାରମେଂଟ୍ ରେଡିନେସ୍ ପ୍ଲାନ୍‌

ଭୁବନେଶ୍ୱର: ଅବସରକାଳୀନ ଅଭିଳାଷ ଆର୍ଥିକ ସ୍ୱାଧୀନତା ସହିତ ଗଭୀର ଭାବେ ଜଡ଼ିତ ଯାହା ସୁବର୍ଣ୍ଣ ବର୍ଷଗୁଡ଼ିକରେ ସମୃଦ୍ଧ ଜୀବନ ବିତାଇବାରେ ଆମକୁ ସକ୍ଷମ କରିଥାଏ । ସେହି ସମୟରେ କୌଣସି ଅଭାବନୀୟ ପରିସ୍ଥିତିରେ ନିଜ ପ୍ରିୟଜନଙ୍କ ଉପରେ ବୋଝ ନହୋଇ ଆର୍ଥିକ ସ୍ଥିରତା ହାସଲ କରିବା ଲାଗି ଲୋକମାନେ ଅବସରକାଳୀନ ଯୋଜନା ପ୍ରସ୍ତୁତ କରୁଛନ୍ତି । ଏହାକୁ ନଜରରେ ରଖି ଟାଟା ଏଆଇଏ ପକ୍ଷରୁ ପ୍ରସ୍ତୁତ କରାଯାଇଛି ଟାଟା ଏଆଇଏ ଫର୍ଚୁନ ଗ୍ୟାରେଂଟି ରିଟାୟାରମେଂଟ୍ ରେଡି ପ୍ଲାନ୍ ଯାହାକୁ ଲୋକମାନଙ୍କୁ ଅବସର ଜୀବନକୁ ସୁବର୍ଣ୍ଣ ବର୍ଷରେ ପରିଣତ କରିବା ଲାଗି ଅତି ଯତ୍ନର ସହ ପ୍ରସ୍ତୁତ କରାଯାଇଛି ।
ଟାଟା ଏଆଇଏ ଫର୍ଚୁନ ଗ୍ୟାରେଂଟି ରିଟାୟାରମେଂଟ୍ ରେଡିନେସ୍ ପ୍ଲାନ୍‌ରେ ବହୁ ପ୍ରକାର ସୁବିଧାସୁଯୋଗ ରହିଛି । ସେହି ମାଇଁ ପେନ୍‌ସନ୍‌, ପାର୍ଟନର ପେନ୍‌ସନ୍ ଏବଂ ପାର୍ଟନର ପେନ୍‌ସନ୍ ପ୍ଲସ ଭଳି ବିକଳ୍ପ ରହିଛି । ପ୍ରତି ବିକଳ୍ପର ଆବଶ୍ୟକତା ଭିନ୍ନ ଭିନ୍ନ ରହିଛି ଯାହା ଜରିଆରେ ଆପଣ ନିଜ ଓ ନିଜ ସାଥୀଙ୍କ ଅବସରକାଳୀନ ଯୋଜନାକୁ ଭଲ ଭାବେ ପ୍ରସ୍ତୁତ କରିପାରିବେ । ଏହି ପ୍ଲାନରେ ୬ ପ୍ରତିଶତ ଗ୍ୟାରେଂଟି ଯୋଗଦାନ ସୁବିଧା ରହିଛି ଯାହା ଆପଣଙ୍କୁ ନିଶ୍ଚିତ ଅବସରକାଳୀନ ପାଣ୍ଠି ପ୍ରଦାନ କରିବ । ପଲିସି ଶେଷରେ ଏକକାଳୀନ ମୋଟା ଅଙ୍କର ଭେଷ୍ଟିଂ ଆଡିସନ୍ ବି ମିଳିବ । ଏଥିରେ ଥରେ, ସୀମିତ କିମ୍ବ ନିୟମିତ ପ୍ରିମିୟମ୍ ପ୍ରଦାନ କରିବାର ବ୍ୟବସ୍ଥା ରହିଛି । ସେହି ନମନୀୟତା ଆପଣଙ୍କ ସ୍ୱତନ୍ତ୍ର ଆର୍ଥିକ ସ୍ଥିତି ଅନୁସାରେ ଖାପଖାଇବ ।
କଂପାନି ପକ୍ଷରୁ ପ୍ଲାନ୍‌ରେ କେତେକ ରିହାତି ମଧ୍ୟ ପ୍ରଦାନ କରାଯାଉଛି । ଯେପରିକି ସ୍ମାର୍ଟ ଲେଡି ରିହାତି ଯେଉଁଥିରେ ମହିଳାଙ୍କ କ୍ଷେତ୍ରରେ ପ୍ରଥମ ବର୍ଷ ପ୍ରିମିୟମ ଉପରେ ୨ ପ୍ରତିଶତ ରିହାତି ଦିଆଯାଉଛି । ସେହିପରି କିନ୍ନରମାନଙ୍କ ଲାଗି ପ୍ରଥମ ବର୍ଷ ପ୍ରିମିୟମ ଉପରେ ୨ ପ୍ରତିଶତ ରିହାତି ରହିଛି । ସୁପର ୩୫ ରିହାତି ବର୍ଗରେ ୩୫ ବର୍ଷରୁ କମ୍ ବୟସର ଗ୍ରାହକମାନଙ୍କୁ ପ୍ରଥମ ବର୍ଷ ପ୍ରିମିୟମ ଉପରେ ୨ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦିଆଯାଉଛି । ଏହି ଉତ୍ପାଦର ପ୍ରବେଶ ବୟସ ୩୦ ବର୍ଷ ହୋଇଥିବା ବେଳେ ମାଚ୍ୟୁରିଟି ବର୍ଷ ହେଉଛି ୮୫ ।
ଏହି ପ୍ଲାନ୍‌ରେ ଗ୍ରାହକ ଚୟନ କରିଥିବା ବିକଳ୍ପ ଅନୁସାରେ ବୀମା ରାଶି ପାଇବେ । ପାର୍ଟନର ପେନସନ ପ୍ଲାନରେ ପ୍ରମୁଖ ସାଥୀଙ୍କ ଦେହାନ୍ତ ହେଲେ ପ୍ରିମିୟମ ପ୍ରଦାନ ଅବଧି ଛାଡ଼ କରାଯିବ । ଟାଟା ଏଆଇଏ ଫର୍ଚୁନ ଗ୍ୟାରେଂଟି ରିଟାୟାରମେଂଟ ରେଡିନେସ ପ୍ଲାନ୍‌ରେ ଗ୍ୟାରେଂଟି ଲାଭ ସହିତ ବ୍ୟକ୍ତିଗତ ଆବଶ୍ୟକତାକୁ ସୁହାଇବା ଭଳି ନମନୀୟତା ମଧ୍ୟ ରହିଛି । ବିଭିନ୍ନ ବିକଳ୍ପ, ରିହାତି ଓ ସୁବିଧା ଜରିଆରେ ଏହା ଲୋକମାନଙ୍କୁ ଓ ଦମ୍ପତିମାନଙ୍କୁ ସଶକ୍ତ କରୁଛି ।

Share

Leave a Reply

Your email address will not be published. Required fields are marked *

19 + twelve =