ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ ପକ୍ଷରୁ “ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କ ପ୍ଲାଟିନମ ରୁପେ କ୍ରେଡିଟ କାର୍ଡ”ର ଉନ୍ମୋଚନ

ଭୁବନେଶ୍ୱର: ରୁପେ କ୍ରେଡିଟ୍ କାର୍ଡ ଅନ୍ ୟୁପିଆଇରେ ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ ଲାଇଭ୍ ହୋଇଥିବା ବେଳେ ବ୍ୟାଙ୍କ ପକ୍ଷରୁ ନ୍ୟାସନାଲ ପେମେଂଟ୍ କର୍ପୋରେସନ ଅଫ୍ ଇଣ୍ଡିଆ (ଏନ୍‌ସିପିଆଇ) ସହଯୋଗରେ ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ ପ୍ଲାଟିନମ୍ ରୁପେ କ୍ରେଡିଟ୍ କାର୍ଡକୁ ଉନ୍ମୋଚନ କରାଯାଇଛି ।
ରୁପେ ନେଟୱର୍କର ପିଓଏସ୍ ଡିଭାଇସ୍ ବ୍ୟବହାର କରୁଥିବା ମର୍ଚାଂଟ୍ ଓ ଇ-କମର୍ସ ୱେବସାଇଟ୍‌ରେ ନିରବଚ୍ଛିନ୍ନ ପେମେଂଟ୍ କରିବା ସହ ଗ୍ରାହକମାନେ ଯେକୌଣସି ୟୁପିଆଇ ସକ୍ଷମ ଆପ୍‌ରେ ନିଜର ଇଣ୍ଡସଇଣ୍ଡ ବ୍ୟାଙ୍କ ରୁପେ କ୍ରେଡିଟ୍ କାର୍ଡକୁ ଲିଙ୍କ୍ କରି ୟୁପିଆଇ ପେମେଂଟ୍ କରିପାରିବେ । ୟୁପିଆଇ ସହ ଇଣ୍ଡସଇଣ୍ଡ ବ୍ୟାଙ୍କ ରୁପେ କ୍ରେଡିଟ୍ କାର୍ଡକୁ ଯୋଡ଼ି ଲୋକମାେନେ ଉଭୟ ଅନଲାଇନ୍ ଓ ଅଫ୍‌ଲାଇନ୍ ପ୍ଲାଟଫର୍ମରେ ନିରବଚ୍ଛିନ୍ନ କାରବାର କରିପାରିବେ ।
ଗ୍ରାହକମାନେ ରିୱାର୍ଡ ପଏଂଟ୍‌କୁ ଷ୍ଟେଟମେଂଟ୍ କ୍ରେଡିଟ୍‌, ଏୟାର ମାଇଲ୍‌ସରେ ରୂପାନ୍ତରୀତ କରିପାରିବେ ଏବଂ ଇଣ୍ଡସମୋମେଂଟସ୍ ଜରିଆରେ ବିବିଧ ଭାଉଚର ବିକଳ୍ପ ହାସଲ କରିପାରିବେ ।
ଏ ସମ୍ପର୍କରେ ଇଣ୍ଡସଇଣ୍ଡ ବ୍ୟାଙ୍କର କଂଜ୍ୟୁମର ବ୍ୟାଙ୍କିଙ୍ଗ ଓ ମାର୍କେଟିଂ ମୁଖ୍ୟ ଶ୍ରୀ ସୌମିତ୍ର ସେନ କହିଛନ୍ତି ଯେ, “ଏନପିସିଆଇ ସହଯୋଗରେ ଇଣ୍ଡସଇଣ୍ଡ ବ୍ୟାଙ୍କ ପ୍ଲାଟିନମ ରୁପେ କ୍ରେଡିଟ କାର୍ଡକୁ ଉପସ୍ଥାପନ କରି ଆମେ ବେଶ ଆନନ୍ଦିତ । ଭାରତରେ ୟୁପିଆଇର ସାର୍ବଜନୀନ ଗ୍ରହଣୀୟତାକୁ ଦୃଷ୍ଟିରେ ରଖି କ୍ରେଡିଟ କାର୍ଡ ସହ ୟୁପିଆଇକୁ ଯୋଡ଼ିବା ଆହୁରି ଅଧିକ ସୁବିଧା ଓ ଲାଭ ପ୍ରଦାନ କରି ଗ୍ରାହକଙ୍କ ପେମେଂଟ୍ ଅନୁଭୂତିରେ ଉନ୍ନତି ଆଣିବ । ଏହି କାର୍ଡ ସହିତ ଆମେ ୟୁପିଆଇ ଜରିଆରେ ଲାଭ ଓ ରିୱାର୍ଡର ଦୁନିଆର ଦ୍ୱାର ଖୋଲିଛୁ ଯାହା ଗ୍ରାହକଙ୍କ ଆର୍ଥିକ ଅଭିଳାଷକୁ ନିକଟରେ ପହଂଚାଇ, ନିଜର ହାତପାଆନ୍ତାରେ ନିରବଚ୍ଛିନ୍ନ କାରବାର କରିବାର ଶକ୍ତି ଦେବାକୁ ସୁନିଶ୍ଚିତ କରିବ ।”
ଏନପିସିଆଇର ରିଲେସନସିପ ମ୍ୟାନେଜମେଂଟ ଆଣ୍ଡ ମାର୍କେଟିଂ ମୁଖ୍ୟ ଶ୍ରୀ ରଜିତ ପିଲାଇ କହିଛନ୍ତି ଯେ, “ରୁପେ ନେଟୱର୍କରେ ଇଣ୍ଡସଇଣ୍ଡ ଏହାର ଯାତ୍ରା ଆରମ୍ଭ କରିଥିବା ବେଳେ ବ୍ୟାଙ୍କ ସହ ସହଯୋଗିତାକୁ ଆହୁରି ସୁଦୃଢ଼ କରି ଆମେ ଉତ୍ସାହିତ । ଇଣ୍ଡସଇଣ୍ଡ ବ୍ୟାଙ୍କର ପ୍ଲାଟିନମ ରୁପେ କ୍ରେଡିଟ କାର୍ଡରେ ୟୁପିଆଇର ସୁବିଧା ସହିତ କ୍ରେଡିଟ କାର୍ଡର ରିୱାର୍ଡିଂ ଅନୁଭୂତି ରହିଛି । ରୁପେ ପ୍ରଗତିଶୀଳ ଭାବେ ନିଜକୁ ଏକ ଆଧୁନିକ, ସମସାମୟିକ ଓ ଜୀବନ୍ତ ବ୍ରାଣ୍ଡରେ ପରିଣତ କରିଛି ଯାହାର ସୁହଇବା ଭଳି ସୁବିଧା ସହିତ ଉନ୍ନତ ପ୍ରଯୁକ୍ତି ବ୍ୟାପକ ଭାବେ ଗ୍ରହଣୀୟତା ଓ ସୁରକ୍ଷାକୁ ସୁନିଶ୍ଚିତ କରୁଛି । ସଂଖ୍ୟା ଓ ବଜାର ଅଂଶ ଦୃଷ୍ଟିରୁ ରୁପେ କ୍ରେଡିଟ କାର୍ଡ ଗ୍ରହଣୀୟତା ବଢ଼ୁଥିବା ବେଳେ ଭାରତରେ ଋଣ ଉପଲବ୍ଧତାରେ ଉନ୍ନତି ଆଣିବାର ମିସନକୁ ଆମେ ତ୍ୱରାନ୍ୱିତ କରିଛୁ ଯାହା ଫଳରେ ଆର୍ଥିକ କାରବାର ସହ ଭାରତୀୟ ଗ୍ରାହକଙ୍କ ସମ୍ପର୍କରେ ରୂପାନ୍ତରଣ ଘଟିଛି ।”

Share

Leave a Reply

Your email address will not be published. Required fields are marked *

sixteen + 18 =