ଟିବିଓ ଟିଇକେ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ଅଗ୍ରଣୀ ଟ୍ରାଭେଲ ବଂଟନ ପ୍ଲାଟଫର୍ମ ଟିବିଓ ଟିଇକେ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଏଚ୍‌ଆର୍‌ପି) ଦାଖଲ କରାଯାଇଛି । କଂପାନି ୪୦୦ କୋଟି ଟଙ୍କା ହାସଲ କରିବା ଲାଗି ଇନିସିଆଲ ପବ୍ଲିକ ଅଫର (ଆଇପିଓ) କାଗଜପତ୍ର ଦାଖଲ କରିଛି । ଅଫର ଫର ସେଲ୍‌ରେ କଂପାନି ୧୫,୬୩୫,୯୯୬ ଇକ୍ୱିଟି ସେୟାର ଉପଲବ୍ଧ କରାଇବ ।
ଏହି ଇସ୍ୟୁର ଯେଉଁ ପାଣ୍ଠି ମିଳିବ ତାହାକୁ ପ୍ଲାଟଫର୍ମକୁ ସୁଦୃଢ଼ କରିବା ଏବଂ ତାହାର ଅଭିବୃଦ୍ଧିରେ ବ୍ୟୟ କରାଯିବ । ନୂଆ ଗ୍ରାହକ ଓ ଯୋଗାଣକାରୀ ଯୋଡ଼ିବା, ଅଧିଗ୍ରହଣ ସୁଯୋଗ ଚିହ୍ନଟ କରିବା ଏବଂ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ପାଣ୍ଠି ବ୍ୟବହାର କରାଯିବ ।
ଅଫର ଫର ସେଲ୍‌ରେ ଗୌରବ ଭଟନାଗରଙ୍କ ୨,୦୩୩,୯୪୪ ପର୍ଯ୍ୟନ୍ତ ଇକ୍ୱିଟି ସେୟାର, ମନିଷ ଢ଼ିଙ୍ଗରାଙ୍କ ୫୭୨,୦୫୬ ଇକ୍ୱିଟି ସେୟାର, ଏଲଏପି ଟ୍ରାଭେଲର ୨,୬୦୬,୦୦୦ ଇକ୍ୱିଟି ସେୟାର, ଟିବିଓ କୋରିଆର ୩,୭୬୭,୨୦୦ ଇକ୍ୱିଟି ସେୟାର ଓ ଅଗଷ୍ଟା ଟିବିଓ ପକ୍ଷରୁ ୬,୬୫୬,୭୯୬ ଇକ୍ୱିଟି ସେୟାର ବିକ୍ରି କରାଯିବ ।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍‌, ଗୋଲ୍ଡମ୍ୟାନ୍ ସଚ୍‌ସ (ଇଣ୍ଡିଆ) ସିକ୍ୟୁରିଟିଜ୍ ପ୍ରାଇଭେଟ୍ ଲିମିଟେଡ୍ ଓ ଜେଏମ୍ ଫାଇନାନ୍ସିଆଲ ଲିମିଟେଡ୍ ।
ଇକ୍ୱିଟି ସେୟାରଗୁଡ଼ିକୁ ବିଏସଇ ଲିମିଟେଡ୍ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ଲିମିଟେଡ୍‌ରେ ତାଲିକାଭୁକ୍ତ କରିବା ଲାଗି ସେବି ନିକଟରେ ଦାଖଲ କରାଯାଇଥିବା ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସପେକ୍ଟସରେ ପ୍ରସ୍ତାବ ରହିଛି । ନିକଟରେ ଜେନେରାଲ ଆଟଲାଂଟିକ୍ ପକ୍ଷରୁ ଘୋଷଣା କରାଯାଇଥିଲା ଯେ ୨୦୨୩ ଅକ୍ଟୋବରରେ ଏହା ଟିବିଓର ଅଂଶଧନ ଅଧିଗ୍ରହଣ କରିଥିଲା ।
୨୦୨୩ ଜୁନ୍ ୩୦ ସୁଦ୍ଧା ୧୦୦ରୁ ଅଧିକ ଦେଶରେ ଏକ ନିୟୁତରୁ ଅଧିକ ଯୋଗାଣଙ୍କ ସହିତ ୧,୪୭,୦୦୦ରୁ ଅଧିକ ଗ୍ରାହକଙ୍କ ସହ ଯୋଡ଼ିହୋଇଛି । ଟିବିଓ ଏହାର ପ୍ଲାଟଫର୍ମ ଜରିଆରେ ୭୫୦୦ରୁ ଅଧିକ ସ୍ଥାନକୁ ଦେନିକ ୩୩,୦୦୦ ବୁକିଂ ପ୍ରଦାନ କରୁଛି । ହୋଟେଲ, ଏୟାରଲାଇନ୍ସ, କାର୍ ରେଂଟାଲ୍‌, ଟ୍ରାନ୍ସଫର, କ୍ରୁଜ୍‌, ବୀମା, ରେଳ, ଟ୍ରାଭେଲ ଏଜେନ୍ସି, ସ୍ୱାଧୀନ ଟ୍ରାଭେଲ ଅପରେଟର, ଟୁର ଅପରେଟର, ଟ୍ରାଭେଲ ମ୍ୟାନେଜମେଂଟ୍ କଂପାନି, ଅନଲାଇନ ଟ୍ରାଭେଲ କଂପାନି, ସୁପର ଆପ, ଲୟାଲଟି ଆପ୍ ପାଇଁ ବ୍ୟବସାୟକୁ ସହଜ କରିଛି ଟିବିଓ ।

Share

Leave a Reply

Your email address will not be published. Required fields are marked *

one + four =