ଯାଜପୁରରେ ଅଫିସ ଯିବାକୁ ବାରଣ

ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଯାଜପୁର ଜିଲ୍ଲାରେ ସାଧାରଣ ଲୋକଙ୍କୁ ସରକାରୀ ଅଫିସ ଯିବାକୁ ମନା କରାଯାଇଛି । ଆସନ୍ତା ୮ ତାରିଖ ମଧ୍ୟରାତ୍ର ଯାଏ ଅଫିସ ଯିବାକୁ ବାରଣ କରିଛନ୍ତି ଜିଲ୍ଲାପାଳ । ଗତ ୪୮ ଘଣ୍ଟା ମଧ୍ୟରେ ଜିଲ୍ଲାରେ ୮୧ କରୋନା ପଜିଟିଭ ଚିହ୍ନଟ ପରେ ଜିଲ୍ଲାପାଳ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ସବୁଠୁ ବଡ଼ କଥା ହେଲା ୮୧ ଜଣଙ୍କ ମଧ୍ୟରୁ ଜଣେ ବରିଷ୍ଠ ସରକାରୀ ଅଫିସର ଥିବା ସୂଚନା ମିଳିଛି ।

ପ୍ରକାଶ ଯେ, ରାଜ୍ୟରେ ସୋମବାର ଆଉ ୨୪୫ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୩୧ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୩୧ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

Share

Leave a Reply

Your email address will not be published. Required fields are marked *

5 × three =