ଭୁବନେଶ୍ବରରୁ ୨୩ ଲୋକାଲ କେସ

ଭୁବନେଶ୍ୱର() ଭୁବନେଶ୍ୱରରେ ପୁଣି ୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସବୁଠାରୁ ବଡ଼ କଥା ହେଲା ଯେ, ୨୫ ଜଣଙ୍କ ମଧ୍ୟରୁ ୨୩ ଲୋକାଲ କେସ ହୋଇଥିବା ଜଣାଯାଇଛି । ବାକି ୨ ଜଣ ହୋମ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ଜଣାଯାଇଛି ।

୨୩ ଲୋକାଲ କେସରୁ ମଞ୍ଚେଶ୍ୱର ଅଞ୍ଚଳରୁ ୫ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ସାମନ୍ତରାପୁରରୁ ୨ ଚିହ୍ନଟ ହୋଇଥିବାବେଳେ ଜଣେ କ୍ୱାରେଣ୍ଟାଇନ ସେଣ୍ଟରର କର୍ମଚାରୀ ବୋଲି ଜଣାଯାଇଛି । ଚକେଇସିଆଣି ମଞ୍ଚନାଥ ହାଇସ୍କୁଲ ନିକଟରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଚକେଇସିଆଣି ହାଡ଼ବାଇ ବସ୍ତି ଅଞ୍ଚଳରୁ ୨ ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି । ପାସପୋର୍ଟ ଅଫିସ ନିକଟ ବାଲିତୋଟାସାହି ବସ୍ତିରୁ ୪ ପଜିଟିଭ ହୋଇଥିବାବେଳେ ଶିରିପୁର ଲକ୍ଷ୍ମୀବଜାର ବସ୍ତିରୁ ଆଜି ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହାଛଡ଼ା ଏକ ଘରୋଇ ହସ୍ପିଟାଲର ଜଣେ ୨୨ ବର୍ଷୀୟା ମହିଳା କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଶୋକ ନଗର ଅଞ୍ଚଳର ଜଣେ ୫୦ ବର୍ଷୀୟା ମହିଳା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୀଳାଦ୍ରିବିହାର ବୁଦ୍ଧପାର୍କ ଅଞ୍ଚଳରୁ ଜଣେ ମହିଳା ପଜିଟିଭ ଚିହ୍ନଟ ହୋଇଛନ୍ତି । ସରକାରୀ ହସ୍ପିଟାଲର ଜଣେ କର୍ମଚାରୀ ଓ ନୟାପଲ୍ଲୀରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

6 − 5 =