ପଦୋନ୍ନତିରେ ବିଳମ୍ବ ଓ ଅସାଧୁ ଉପାୟ ନେଇ କ୍ଷୁବ୍ଧ ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର () ପଦୋନ୍ନତି କ୍ଷେତ୍ରରେ ନିମ୍ନ ଓ ମଧ୍ୟମ ବର୍ଗର କର୍ମଚାରୀମାନଙ୍କ କ୍ଷେତ୍ରରେ ହେଉଥିବା ଅଯଥା ବିଳମ୍ବ, ହଇରାଣ ହରକତ ତଥା ଅସାଧୁ ଉପାୟ ଅବଲମ୍ବନ ହେଉଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ବିରକ୍ତ ପ୍ରକାଶ କରିବା ସହିତ ଯଥା ସମୟରେ କର୍ମଚାରୀମାନଙ୍କୁ ପଦୋନ୍ନତି ଦେବାପାଇଁ କହିଛନ୍ତି । ଏମାନଙ୍କ ପଦୋନ୍ନତି ପ୍ରକ୍ରିୟା ଚଳିତମାସ ୩୧ ତାରିଖ ସୁଦ୍ଧା ଶେଷ କରାଯାଇ ନୂଆବର୍ଷରେ ପଦୋନ୍ନତି ଦେବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଡିସେମ୍ବର ୩୧ ତାରିକ ସୁଦ୍ଧା ଏ ସଂକ୍ରାନ୍ତରେ ଅନୁପାଳନ, ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପ୍ରେରଣ କରିବା ପାଇଁ ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ ଏବଂ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପଦୋନ୍ନତି ଅପେକ୍ଷାରେ ଥିବା ଜିଲ୍ଲା, ବିଭାଗୀୟ ମୁଖ୍ୟ ଏବଂ ରାଜ୍ୟ ସ୍ତରୀୟ ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ଲାଗି ଏହା ଖୁୁୁସି ଖବର ।

ପଦୋନ୍ନତି ଅପେକ୍ଷାରେ ଥିବା କୌଣସି ଯୋଗ୍ୟ ଅଧିକାରୀ/କର୍ମଚାରୀ ଯେଭଳି ନିଜ ନିଜର ପଦୋନ୍ନତି ପାଇଁ ଧାଁ ଦଉଡ ନକରିବେ ସେଥିପ୍ରତି ପ୍ରଚଳିତ ବ୍ୟବସ୍ଥାରେ ଆବଶ୍ୟକ ପରିବର୍ତ୍ତନ ଓ ଶୃଙ୍ଖଳା ଅଣାଯିବା ପାଇଁ ପରାମର୍ଶ ଦେବା ସହିତ ଅହେତୁକ ବିଳମ୍ବ କ୍ଷେତ୍ରରେ ସମ୍ପୃକ୍ତ ମୁଖ୍ୟ ମାନଙ୍କୁ ଦାୟୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୫-ଟିର ଗୁରୁତ୍ୱପୂର୍ଣ୍ଣ ଅଂଶଦାର ଭାବରେ ଦାୟିତ୍ୱ ନିର୍ବାହ କରୁଥିବା ସରକାରୀ କର୍ମଚାରୀଙ୍କୁ ଏଚ୍‍ଆରଏମ୍‍ଏସ୍‍ ସୁବିଧା ଥାଇ ପଦୋନ୍ନତି ଦେବା କ୍ଷେତ୍ରରେ ଅହେତୁକ ବିଳମ୍ବ ଘଟୁଥିବାରୁ ଆବଶ୍ୟକ ସ୍ଥଳେ ଏଥିରେ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ଠିକ୍‍ ସମୟରେ ପଦୋନ୍ନତି ଦିଆଗଲେ ଦଳଗତ କାର୍ଯ୍ୟ ପାଇଁ କର୍ମଚାରୀମାନେ ଉତ୍ସାହିତ ହୋଇପାରିବେ ।

Share

Leave a Reply

Your email address will not be published. Required fields are marked *

two × five =