ଟାଟା ଷ୍ଟିଲ ଫାଉଣ୍ଡେସନର ଶିକ୍ଷା ଅଭିଯାନ ଦ୍ୱାରା ୩୪,୦୦୦ରୁ ଅଧିକ ଅବହେଳିତ ପିଲା ମୁଖ୍ୟ ସ୍ରୋତରେ ସାମିଲ

୫ ବର୍ଷ ମଧ୍ୟରେ ଓଡ଼ିଶାର ୧,୧୦,୭୦୯ ଜଣ ପିଲା ଶିକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କର ଶିକ୍ଷା ଅଭାବକୁ ପୂରଣ କରିଛନ୍ତି
୨୦୧୫ରୁ କାର୍ଯ୍ୟକ୍ଷମ ହୋଇଥିବା ଏହି କାର୍ଯ୍ୟକ୍ରମରେ ୬ଟି ବ୍ଲକକୁ ଶିଶୁ ଶ୍ରମିକ ମୁକ୍ତ ଜୋନ୍ ଘୋଷଣା
ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲା ଓଡାପଡ଼ା ବ୍ଲକର ବିଜୟ ବେହେରା (ଛଦ୍ମନାମ) ନାମକ ଜଣେ ୧୨ ବର୍ଷୀୟ ବାଳକ ସ୍କୁଲଠାରୁ ଦୂରତା ଓ ଉଚ୍ଚଶିକ୍ଷା ସହ ଜଡ଼ିତ ଖର୍ଚ୍ଚ ଯୋଗୁଁ ପାଠପଢ଼ା ଜାରି ରଖିବାକୁ ସଂଘର୍ଷ କରୁଥିଲେ । ଶେଷରେ ଓଡ଼ାପଡା ବ୍ଲକ କୋଟ୍ଟାମ ପଂଚାୟତର ଏହି ବାଳକ ଜଣକ ଅଧାରୁ ସ୍କୁଲ ପାଠପଢ଼ା ଛାଡ଼ିଦେଇଥିଲେ ।

ତେବେ ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସ୍‌ଏଫ୍‌)ର ସ୍ୱେଚ୍ଛାସେବୀମାନେ ନିୟମିତ ପରିଦର୍ଶନ ସମୟରେ ତାଙ୍କ ବିଷୟରେ ଜାଣିବାକୁ ପାଇଥିଲେ ଏବଂ ଟିଏସ୍‌ଏଫ୍ ର ଏନଜିଓ ପାର୍ଟନର ଆସ୍ପାୟାର ଓ ଜରିପାଳ ଗ୍ରାମର ଜୁଆଙ୍ଗ ସମ୍ପ୍ରଦାୟର ସହଯୋଗରେ ପ୍ରତିଷ୍ଠା ହୋଇଥିବା ଜୁଆଙ୍ଗସାହିସ୍ଥିତ ଅଣ-ଆବାସିକ ସେତୁ ପାଠ୍ୟକ୍ରମ (ଏନଆରବିସି) କେନ୍ଦ୍ରରେ ତାଙ୍କର ନାମ ଲେଖାଇଥିଲେ । ଟିଏସ୍‌ଏଫ୍‌ର ଏଜୁକେସନ୍ ସିଗ୍ନେଚର ପ୍ରୋଗ୍ରାମ (ଇଏସପି)ର ଏକ ଅଂଶ ଭାବରେ ପରିଚାଳିତ ଏହି ବିଦ୍ୟାଳୟଗୁଡ଼ିକ ବିଜୟଙ୍କ ପରି ସ୍କୁଲ ବାହାରେ ଥିବା ପିଲାମାନଙ୍କୁ ଆନୁଷ୍ଠାନିକ ଶିକ୍ଷା ସହ ପୁନଃ ଯୋଡ଼ିବାରେ ସହାୟକ ହେଉଛି ।

ଏନଆରବିସି କେନ୍ଦ୍ରରେ ୬ ମାସ ପାଠ ପଢ଼ିବା ପରେ ସେ ଏବେ କୋଟାମ ସରକାରୀ ହାଇସ୍କୁଲରେ ଜଣେ ଗର୍ବିତ ଛାତ୍ର ।
“ସମାନ ଏବଂ ଗୁଣାତ୍ମକ ମାଧ୍ୟମିକ ଶିକ୍ଷା\’’ ପ୍ରଦାନ ଲକ୍ଷ୍ୟରେ ପରିକଳ୍ପିତ ଇଏସପି ଯାଜପୁର, କେନ୍ଦୁଝର, ସୁନ୍ଦରଗଡ଼ ଏବଂ ଢେଙ୍କାନାଳ ଜିଲ୍ଲାର ୩୮୨୯ଟି ସରକାରୀ ବିଦ୍ୟାଳୟରେ ଏହାର ଉପସ୍ଥିତି ବିସ୍ତାର କରିଛି, ଯାହା ଓଡ଼ିଶାର ଅଧିକାଂଶ ଆଦିବାସୀ ଅଞ୍ଚଳର ୬୬୩୭ଟି ଜନବସତି ମଧ୍ୟରେ ବ୍ୟାପ୍ତ ରହିଛି ।

ଯାଜପୁରର ଡୁବୁରି କ୍ଲଷ୍ଟରରେ ଥିବା ଆସ୍ପାୟାରର କମ୍ୟୁନିଟି ଫେସିଲିଟେଟର ସିଲି ବାରିକ କୁହନ୍ତି, \”ଯେତେବେଳେ କୌଣସି ପିଲାକୁ ସ୍କୁଲ ବାହାରେ ଚିହ୍ନଟ କରାଯାଏ, ଆମେ ତାକୁ ଗାଁ ଶିକ୍ଷା ରେଜିଷ୍ଟର (ଭିଇଆର)ରେ ସାମିଲ କରିଥାଉ । ପରବର୍ତୀ ସମୟରେ ଆମେ ସେମାନଙ୍କ ଅଭିଭାବକମାନଙ୍କ ସହିତ ସ୍କୁଲର ଗୁରୁତ୍ୱ ବିଷୟରେ ଆଲୋଚନା କରୁ । ଯଦି ସେଠାରେ କିଛି ପ୍ରତିବାଦ ହୁଏ ତେବେ ଶିଶୁ ଅଧିକାର ସୁରକ୍ଷା ମଂଚ ନାମକ ଏକ ସ୍ଥାନୀୟ କମିଟି ସେମାନଙ୍କୁ ମନାଇବା ପାଇଁ ପଦକ୍ଷେପ ନେଇଥାଏ । ଅଭିଭାବକଙ୍କ ସହମତି ମିଳିବା ପରେ ପିଲା ସ୍କୁଲକୁ ଫେରିବାକୁ ଆମେ ସୁନିଶ୍ଚିତ କରିଥାଉ ।’’

ଇସପି ସାଧାରଣତଃ ତିନୋଟି ବିଷୟବସ୍ତୁ ଉପରେ ଧ୍ୟାନ ଦେଇଥାଏ । ସେଗୁଡିକ ହେଲା ଶିକ୍ଷାକୁ ସାର୍ବଜନୀନ କରିବା, ଶିକ୍ଷାଦାନ ଓ ସୁପରିଚାଳନା । ଇଏସପି ଅଧୀନରେ ଓଡ଼ିଶାର ୬ଟି ବ୍ଲକ ଯଥା ଦାନଗଦି, ସୁକିନ୍ଦା, ହରିଚନ୍ଦନପୁର, ଯୋଡ଼ା, କୋଇଡ଼ା ଓ କୁତ୍ରା ୫ ବର୍ଷ ମଧ୍ୟରେ ଶିଶୁ ଶ୍ରମିକ ମୁକ୍ତ ଜୋନ ମାନ୍ୟତା ହାସଲ କରିଛନ୍ତି ।

ଢେଙ୍କାନାଳର ବିଜୟଙ୍କ ଭଳି ଦାନଗଦିର ଅଜୟ ମୁଣ୍ଡା (ଛଦ୍ମନାମ) ମଧ୍ୟ ପଚଂମ ଶ୍ରେଣୀ ପରେ ସ୍କୁଲ ପାଠପଢ଼ା ଛାଡି ଦାନଗଦିର ଟମକାଠାରେ ଥିବା ଆବାସିକ ସେତୁ ପାଠ୍ୟକ୍ରମ (ଆରବିସି) ମାଧ୍ୟମରେ ନିଜର ରାସ୍ତା ବଦଳାଇଥିଲେ । ବର୍ତମାନ ସେ ଯାଜପୁରର ରଗଡିସ୍ଥିତ ସରକାରୀ ପଲିଟେକ୍ନିକରେ ମାଇନିଂ ଇଞ୍ଜିନିୟରିଂ ପଢୁଛନ୍ତି । ଅଜୟ ନିଜ ପରିବର୍ତନଶୀଳ ଯାତ୍ରା ବିଷୟରେ ବର୍ଣ୍ଣନା କରି କହିଛନ୍ତି, \”ମୁଁ କେବେ ବିଶ୍ୱାସ କରିନଥିଲି ଯେ ମୋତେ ପୁଣି ଥରେ ପାଠ ପଢ଼ିବାର ସୁଯୋଗ ମିଳିବ । ଦିଦି (ଇଏସପି ଟିମର ଜଣେ ସଦସ୍ୟ) ଆମ ପରିବାର ସହ ଯୋଗାଯୋଗ କରିଥିଲେ । ମୋ ପିତାମାତାଙ୍କ ସହ କଥା ହୋଇଥିଲେ ଏବଂ ମୁଁ ଆରବିସିରେ ନାମ ଲେଖାଇଥିଲି । ଆଜି ମୁଁ ମାଇନିଂ ଇଞ୍ଜିନିୟରିଂରେ ଆଗକୁ ବଢ଼ୁଛି ।’’

ଇଏସପିର ପ୍ରତିଶ୍ରୁତିର ପ୍ରମାଣ ସ୍ୱରୂପ ଓଡ଼ିଶାର ୩୪,୦୮୯ରୁ ଅଧିକ ପିଲା, ମୁଖ୍ୟତଃ ଏସଟି ଏବଂ ଏସସି ସମ୍ପ୍ରଦାୟର ପିଲାମାନେ ପୁଣି ସ୍କୁଲକୁ ଫେରିଛନ୍ତି । ଆମ ଦେଶରେ ଏକ ନିରାଶାଜନକ ବାସ୍ତବତା ହେଉଛି ବର୍ଷ ବର୍ଷ ଧରି ପାଠ ପଢ଼ିବା ପରେ ମଧ୍ୟ ଅର୍ଦ୍ଧସାକ୍ଷର ଥିବା ପିଲାଙ୍କ ସଂଖ୍ୟା ଅଧିକ । ଏହାର ସମାଧାନ ପାଇଁ ଇଏସପି ୨୦୧୫ ମସିହାରେ ଶିକ୍ଷାରେ ଉନ୍ନତି କାର୍ଯ୍ୟକ୍ରମ (ଏଲଇପି) ଆରମ୍ଭ କରିଥିଲା । ଗ୍ରାମୀଣ ଭାରତ ପରିପ୍ରେକ୍ଷୀରେ ବିଶ୍ୱସ୍ତରୀୟ ଶିକ୍ଷାଗତ ଅଭ୍ୟାସକୁ ଗ୍ରହଣ କରି ଏହି କାର୍ଯ୍ୟକ୍ରମ “ପଢ଼ିବାକୁ ଶିଖିବା\’ ଏବଂ “ଶିଖିବାକୁ ପଢ଼ିବା\’ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବାକୁ ଚେଷ୍ଟା କରୁଛି ।

ଟିଏସ୍‌ଏଫର ଶିକ୍ଷା କାର୍ଯ୍ୟକ୍ରମ ମୁଖ୍ୟ ସ୍ମିତା ଅଗ୍ରୱାଲ କହିଛନ୍ତି, \”ଶିକ୍ଷାକ୍ଷେତ୍ରରେ ଆମର କାର୍ଯ୍ୟ ମୁଖ୍ୟତଃ ଆଦିବାସୀ ଏବଂ ଦଳିତ ସମ୍ପ୍ରଦାୟର ସବୁଠାରୁ ଅବହେଳିତ, ପ୍ରଥମ ପିଢ଼ିର ଶିକ୍ଷାର୍ଥୀ, ଶିଶୁ ଶ୍ରମିକ ଜାଲରୁ ମୁକୁଳିବା, ମାଧ୍ୟମିକ ବିଦ୍ୟାଳୟ ସମାପ୍ତ କରିବା ଦିଗରେ ସେମାନଙ୍କର ଶୈଶବ ଏବଂ ପ୍ରଗତିକୁ ପୁନରୁଦ୍ଧାର କରିବା । ଏହା ଦ୍ୱାରା ସେମାନଙ୍କର ଏବଂ ସେମାନଙ୍କ ପରିବାର ଏବଂ ସେମାନଙ୍କ ସମ୍ପ୍ରଦାୟର ଜୀବନରେ ପରିବତନ ଆଣିବା ଉପରେ ଗୁରୁତ୍ୱ ଦିଆଯାଉଛି ।’’

କେବଳ ୨୦୨୩ ଆର୍ôଥକ ବର୍ଷରେ ଓଡ଼ିଶାର ପ୍ରାୟ ୧,୧୦,୭୦୯ ଜଣ ପିଲା ଇଏସପି ମାଧ୍ୟମରେ ସେମାନଙ୍କର ମୌଳିକ ଶିକ୍ଷଣ ଅଭାବକୁ ଅତିକ୍ରମ କରିଛନ୍ତି, ଯେଉଁଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ସରକାରଙ୍କ ମୌଳିକ ସାକ୍ଷରତା ଏବଂ ସଂଖ୍ୟା ବିଜ୍ଞାନ ଅଭିଯାନ ସହିତ ମିଶି କାର୍ଯ୍ୟ କରୁଛି, ଯାହାର ଲକ୍ଷ୍ୟ ହେଉଛି କୋଭିଡ ପ୍ରଭାବରେ ଶିକ୍ଷାରେ ହୋଇଥିବା କ୍ଷତିକୁ ହ୍ରାସ କରିବା । ମହାମାରୀର ଶୀର୍ଷରେ ଥିବା ସମୟରେ, ଟିଏସଏଫର ଲକଡାଉନ ଲର୍ଣ୍ଣିଂ ପ୍ରୋଗ୍ରାମ ମାଧ୍ୟମରେ ୧,୫୦,୦୦୦ ପିଲାଙ୍କ ନିକଟରେ ପହଂଚି ଏହି ପଦକ୍ଷେପ ଗ୍ରହଣୀୟତା ପ୍ରଦର୍ଶନ କରିଥିଲା ।
ପରବର୍ତୀ ସମୟରେ ଫିନଲାଣ୍ଡର ତୁର୍‌କୁ ବିଶ୍ୱବିଦ୍ୟାଳୟ ସହଯୋଗରେ ଏହି ପ୍ରୟାସକୁ ସମୃଦ୍ଧ କରାଯାଇଥିଲା । ୨୦୨୨ମସିହାରେ ୨୦ଟି ବିଦ୍ୟାଳୟରେ ଆରମ୍ଭ ହୋଇଥିବା ଏହି ପରୀକ୍ଷାମୂଳକ କାର୍ଯ୍ୟକ୍ରମ ଦ୍ରୁତ ଗତିରେ ବିସ୍ତାର ହୋଇ ଓଡ଼ିଶାର ଯାଜପୁର ଜିଲ୍ଲାର ୫୩ଟି ବିଦ୍ୟାଳୟରେ ପହଂଚିଥିବା ବେଳେ ଆଗାମୀ ଆର୍ôଥକ ବର୍ଷରେ ଏହା ଆହୁରି ଅଧିକ ସ୍କୁଲରେ ପହଂଚିବ । ତୁର୍‌କୁ ବିଶ୍ୱବିଦ୍ୟାଳୟ ସହିତ ଏହି ସହଯୋଗର ଏକ ବିଶେଷତ୍ୱ ହେଉଛି ଅନ୍ତର୍ଜାତୀୟ ଶିକ୍ଷଣୀୟ ଉପକରଣ ଏବଂ ସ୍ଥାନୀୟ ଶିକ୍ଷାଦାନର ମିଶ୍ରଣ । ଏଥିରେ ପରୀକ୍ଷାମୂଳକ ଶିକ୍ଷା, ଡିଜିଟାଲ ସହାୟତା, ଇଂଟରନେଟ୍ ସମ୍ବଳ ଏବଂ ଭିଡିଓକୁ ସମନ୍ୱିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ବିଶେଷକରି ଗଣିତ ଓ ବିଜ୍ଞାନ ଭଳି ଆହ୍ୱାନପୂର୍ଣ୍ଣ ବିଷୟରେ ୪୧୪୯ରୁ ଅଧିକ ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀ ଉନ୍ନତଶିକ୍ଷା ପଦ୍ଧତିର ଅନୁଭବ ହାସଲ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

7 + sixteen =