ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ପ୍ୟାରେଡ ଉତ୍ସବ

୭୦ତମ ସାଧାରଣତନ୍ତ୍ର ଦିବସ ପାଇଁ ଆଜି ସାରା ଓଡିଶା ଉତ୍ସବମୁଖର ହୋଇଉଠିଛି । ରାଜଧାନୀ ଭୁବନେଶ୍ୱର ଠାରୁ ଆରମ୍ଭ କରି ଜିଲ୍ଲା, ସବଡିଭିଜନ ସମେତ ପୁରପଲ୍ଲୀରେ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି ।

ଭୁବନେଶ୍ୱର ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ୟାରେଡ୍ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ । ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଆୟୋଜିତ ଏହି ବର୍ଣ୍ଣାଢ୍ୟ ଉତ୍ସବରେ ରାଜ୍ୟପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସକାଳ ଠିକ୍ ୮.୩୦ବେଳେ ରାଜ୍ୟପାଳ ପ୍ୟାରେଡ ସ୍ଥଳରେ ପହଂଚିବା ମାତ୍ରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଘରୋଇ ବିଭାଗ ଶାସନ ସଚିବ ତଥା ଉନ୍ନୟନ କମିଶନର ଅସିତ କୁମାର ତି୍ରପାଠୀ ଏବଂ ପୋଲିସ ଡିଜି ଡାକ୍ତର ଆରପି ଶର୍ମା ପ୍ରମୁଖ ରାଜ୍ୟପାଳଙ୍କୁ ସଭାମଂଚ ଉପରକୁ ପାଛୋଟି ନେଇଥିଲେ । ରାଜ୍ୟପାଳ ଜାତୀୟ ପତାକା ଉତ୍ତୋଳନ କରିବା ପରେ ସେଠାରେ ଏକ ବର୍ଣ୍ଣଢ୍ୟ ପ୍ୟାରେଡ ଅନୁଷ୍ଠିତ ହୋଇଥିଲା । ଭୁବନେଶ୍ୱର ବିଭିନ୍ନ ସ୍କୁଲ କଲେଜ ସମେତ ପୋଲିସ ବାହିନୀ, ହୋମ ଗାର୍ଡ, ଅଗ୍ନିଶମ ବିଭାଗ, ୧୨୦ଇନଫାର୍ଣ୍ଟି ବାଟାଲିଆନ , ନାଲକୋ, ସ୍ୱାସ୍ଥ୍ୟ ବିଭାଗ, ଆର୍ଟ ଅଫ ଗିଭିଙ୍ଗି , ସୂଚନା ଓ ଲୋକ ସମ୍ପର୍କ ବିଭାଗ ସମେତ ଅନ୍ୟାନ୍ୟ ବିଭାଗର ପ୍ରଜ୍ଞାପନ ମେଢ ପ୍ୟାରେଡରେ ପ୍ରଦର୍ଶିତ ହୋଇଥିଲା । ଏହି ଆର୍କଷଣୀୟ ପ୍ୟାରେଡ ଉତ୍ସବକୁ ଦେଖିବା ପାଇଁ ଗାନ୍ଧିମାର୍ଗରେ ବିପୁଳ ଜନ ସମାଗମ ହୋଇଥିଲା । ପୋଲିସ ପକ୍ଷରୁ କଡା ନିରାପତା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

16 + 4 =