ଏହି ସର୍ତ୍ତ ରଖି ଅଧ୍ୟକ୍ଷ ପଦରେ ରହିବାକୁ ରାଜି ହୋଇଛନ୍ତି ରାହୁଲ

କଂଗ୍ରେସ ଅଧ୍ୟକ୍ଷ ପଦରେ ରହିବାକୁ ରାଜି ହୋଇଛନ୍ତି ରାହୁଲ ଗାନ୍ଧି । ହେଲେ କିଛି ସର୍ତ୍ତ ରଖି ସଭାପତି ଦାୟିତ୍ୱ ସମ୍ଭାଳିବାକୁ ରାଜି ହେଲେ ରାହୁଲ । ମାସେ ଭିତରେ ତାଙ୍କର ବିକଳ୍ପ ଖୋଜିବାକୁ ରାହୁଲ ସର୍ତ ରଖିଥିବା ସୂଚନା ମିଳିଛି ।

ଲୋକସଭା ନିର୍ବାଚନରେ ବଡ ଝଟକା ପରେ କଂଗ୍ରେସରେ ସଭାପତି ପଦ ଛାଡିବାକୁ ରାହୁଲ ଗାନ୍ଧି ଅଡିବସିଥିବାବେଳେ ତାଙ୍କୁ ମନାଇବା ପାଇଁ ପ୍ରିୟଙ୍କା ଗାନ୍ଧି, ରଣଦୀପ ସୁର୍ୟ୍ୟେୱାଲା, ସଚିନ ପାଇଟଲ,ଅଶୋକ ଗେହଲଟ ଭେଟିଥିଲେ ।

ରାହୁଲଙ୍କୁ କୁହାଯାଇଛି, ବର୍ତ୍ତମାନ ସୁଦ୍ଧା ଦଳକୁ ବିକଳ୍ପ ମିଳିନାହିଁ । ତେଣୁ ସେ ନିଜ ଇଚ୍ଛା ଅନୁସାରେ ଦଳରେ ଯାହା ବି ପରିବର୍ତନ କରିପାରିବେ । ଯେଭଳି ଚାହିଁଲେ ସେଭଳି ଦଳ ଚଳାଇପାରିବେ । ଏହାପରେ ରାହୁଲ ଗାନ୍ଧି ନିଜ ଆଭିମୁଖ୍ୟରେ ନରମ ମନୋଭାବ ପୋଷଣ କରିଥିବା ଆଶା କରାଯାଉଛି ।

Share

Leave a Reply

Your email address will not be published. Required fields are marked *

19 + 4 =