ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖରିଫ ଧାନ ସଂଗ୍ରହ ନେଇ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ କେନ୍ଦ୍ର ବଳକାଚାଉଳ ଉଠାଇନଥିବା ବେଳେ ଏବେ ଖରିଫ ଋତୁ ଧାନକୁ କିପରି ସୂଚାରୁ ରୂପେ କେନ୍ଦ୍ର ନେବ ସେନେଇ ଚିଠିରେ ଉଲ୍ଲେଖ ରହିଛି । ଖରିଫ ଋତରେ ୫୨ ଲକ୍ଷ ମେଚ୍ରିକ ଟନ୍ ଚାଉଳ ସଂଗ୍ରହ ନେଇ ଆକଳନ କରିଛି ରାଜ୍ୟ । ପ୍ରତି ବର୍ଷ ରାଜ୍ୟକୁ ୨୪ ଲକ୍ଷ ଚାଉଳ ଟନ ଧାନର ଆବଶ୍ୟକତା ରହିଥିବାବେଳେ ଓଡିଶା ଉତ୍ପାଦନ କରୁଛି ୫୨ ଲକ୍ଷ ମେଟ୍ରିକ ଟନ୍ । ତେବେ ବଳକା ଚାଉଳକୁ କେନ୍ଦ୍ର ସଠିକ ସମୟରେ ଓଡ଼ିଶାରୁ ଉଠାଇବା ନେଇ ମୁୁଖ୍ୟମନ୍ତ୍ରୀ ଚିଠିରେ ଅବଗତ କରିଛି ।

Share

Leave a Reply

Your email address will not be published. Required fields are marked *

twenty + five =