ନବୀନଙ୍କ ମନ୍ତ୍ରିମଣ୍ଡଳରେ କାହାକୁ ମିଳିଲା କେଉଁ ବିଭାଗ

ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବେ ପରେ ଦାୟିତ୍ବ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ୨୧ ନୂଆ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରିଛନ୍ତି । କେଉଁ କ୍ୟାବିନେଟ ମନ୍ତ୍ରୀଙ୍କୁ କେଉଁ ବିଭାଗ ଓ କେଉଁ ରାଷ୍ଟ୍ର ମନ୍ତ୍ରୀଙ୍କୁ କେଉଁ ବିଭାଗ ମିଳିଲା ଜାଣନ୍ତୁ ଏହି ରିପୋର୍ଟରୁ ।
ଜଗନ୍ନାଥ ସାରକାଙ୍କୁ ଏସସିଏସଟି, ସଂଖ୍ୟାଲଘୁ, ଆଇନ ବିଭାଗ ମିଳିଛି । ନିରଞ୍ଜନ ପୂଜାରୀଙ୍କୁ ଅର୍ଥ ଓ ସଂସଦୀୟ ବ୍ୟାପାର ବିଭାଗ ଦିଆଯାଇଛି । ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ମିଳିଛି । ପ୍ରମିଲା ମଲ୍ଲିକଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ କରାଯାଇଛି । ଉଷା ଦେବୀଙ୍କୁ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କରାଯାଇଛି । ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ଇସ୍ପାତ, ଖଣି ଓ ପୂର୍ତ୍ତ ବିଭାଗ ମିଳିଛି ।
ସେହିପରି ପ୍ରତାପ ଦେବଙ୍କୁ ଶିଳ୍ପ, MSME ଓ ଶକ୍ତି ବିଭାଗ ମନ୍ତ୍ରୀ କରାଯାଇଛି । ଅତନୁ ସବ୍ୟସାଚୀ ନାୟକଙ୍କୁ  ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗ ମନ୍ତ୍ରୀ କରାଯାଇଛି । ପ୍ରଦୀପ କୁମାର ଅମାତଙ୍କୁ ଜଙ୍ଗଲ ଓ ପରିବେଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗ ମିଳିଛି । ନବ କିଶୋର ଦାସଙ୍କୁ ପୂର୍ବ ପରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦାୟିତ୍ବ ମିଳିଛି । ଅଶୋକ ଚନ୍ଦ୍ର ପଣ୍ଡା ବିଜ୍ଞାନ ଓ କାରିଗରୀ, ସାମାଜିକ ସୁରକ୍ଷା ବିଭାଗ ଦାୟିତ୍ବ ତୁଲାଇବେ । ରାଜେନ୍ଦ୍ର ଢୋଲକିଆଙ୍କୁ ଯୋଜନା ଓ ସଂଯୋଜନା ବିଭାଗ ମିଳିଥିବା ବେଳେ ଟୁକୁନି ସାହୁଙ୍କୁ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ କରାଯାଇଛି ।

ସମୀର ରଞ୍ଜନ ଦାସ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ଦାୟିତ୍ବ ତୁଲାଇବେ । ଅଶ୍ବନୀ କୁମାର ପାତ୍ରଙ୍କୁ ସଂସ୍କୃତି, ପର୍ଯ୍ୟଟନ ଏବଂ ଓଡ଼ିଆ ଭାଷା ତଥା ଅବକାରୀ ବିଭାଗ ରାଷ୍ଟ୍ରମନ୍ତ୍ରୀ କରାଯାଇଛି । ପ୍ରୀତି ରଞ୍ଜନ ଘଡ଼େଇ ଗ୍ରାମ୍ୟ ଉନ୍ନୟନ ଓ ଦକ୍ଷତା ବିକାଶ ରାଷ୍ଟ୍ରମନ୍ତ୍ରୀ ହୋଇଛନ୍ତି । ଶ୍ରୀକାନ୍ତ ସାହୁଙ୍କୁ ଶ୍ରମ ଓ ନିଯୁକ୍ତି ତଥା ରାଜ୍ୟ ବୀମା ଦାୟିତ୍ବ ମିଳିଥିବା ବେଳେ ତୁଷାରକାନ୍ତି ବେହେରାଙ୍କ ଆଇଟି, ଇଲେକ୍ଟ୍ରୋନିକ୍ସ, ଯୁବ ବ୍ୟାପାର ସହିତ ଗୃହ ରାଷ୍ଟ୍ର ବିଭାଗ ମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି । ରୋହିତ ପୂଜାରୀଙ୍କୁ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ କରାଯାଇଥିବା ବେଳେ ରୀତା ସାହୁଙ୍କୁ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ କରାଯାଇଛି । ବାସନ୍ତୀ ହେମ୍ବ୍ରମଙ୍କୁ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ବିଭାଗ ମନ୍ତ୍ରୀ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

three × 5 =