ଶପଥ ନେବା ପୂର୍ବରୁ ମହାପ୍ରଭୁଙ୍କ ଆର୍ଶୀବାଦ ନେଲି: ନବୀନ

ପୁରୀ()  ଶପଥ ଗ୍ରହଣ ପୂର୍ବରୁ ଶ୍ରୀକ୍ଷେତ୍ର ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ଆଶୀର୍ବାଦ କାମନା କରିଛନ୍ତି ନବୀନ ପଟ୍ଟନାୟକ । ୫ମ ପାଳି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ସାରିବା ପରେ ନବୀନ କହିଛନ୍ତି , ଓଡ଼ିଶାବାସୀଙ୍କ ପାଇଁ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିପାରିଛି । ଶପଥ ନେବା ପୂର୍ବରୁ ମହାପ୍ରଭୁଙ୍କ ଆର୍ଶୀବାଦ ନେଲି , ଆସନ୍ତାକାଲି ୫ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବି ବୋଲି ନବୀନ କହିଛନ୍ତି ।

୧୯ ଯୁଦ୍ଧରେ ବିରୋଧୀଙ୍କୁ ଚିତ୍ କରି ନବୀନ ପଞ୍ଚମଥର ପାଇଁ ରାଜ୍ୟର କ୍ଷମତାଭାର ସମ୍ଭାଳିବାକୁ ଯାଉଛନ୍ତି । ଆଉ ଏହି ପଞ୍ଚମ ପାଳିକୁ ସ୍ମରଣୀୟ କରିବା ପାଇଁ ଆସନ୍ତା କାଲି ପ୍ରଦର୍ଶନୀ ପଡ଼ିଆରେ ଶପଥ ସମାରୋହ ଉତ୍ସବ ଆୟୋଜନ କରାଯାଉଛି ।

Share

Leave a Reply

Your email address will not be published. Required fields are marked *

14 − 7 =