ସନ୍ନିଙ୍କ ଉପରେ ଠକେଇ ଅଭିଯୋଗ ପଢନ୍ତୁ…

ସନ୍ନି ଲିଓନି ପ୍ରାୟତଃ ତାଙ୍କର ବୋଲ୍ଡ ଫଟୋ ଏବଂ ଭିଡ଼ିଓ ନେଇ ମିଡ଼ିଆରେ ଚର୍ଚ୍ଚା ବିଷୟ ପାଲଟିଥାନ୍ତି। କିନ୍ତୁ ଏବେ ତାଙ୍କ ଉପରେ ଲାଗିଛି ଠକେଇ ଅଭିଯୋଗ। ୨୦୧୫ ମସିହାରେ ରିଲିଜ୍ ହୋଇଥିବା ପଟେଲ କି ପଞ୍ଜାବୀ ସାଦି ଫିଲ୍ମରେ ଅଭିନେତ୍ରୀ ସନ୍ନି ଲିଓନି ଏକ ଆଇଟମ୍ ନମ୍ବର କରିବା ପାଇଁ ୫ଲକ୍ଷ ଟଙ୍କା ନେଇଥିଲେ। କିନ୍ତୁ ଟଙ୍କା ନେଇ ମଧ୍ୟ ସେହି ଡ୍ୟାନ୍ସ ନମ୍ବର କରିନଥିଲେ ସନ୍ନି। ଯାହା ପାଇଁ ଫିଲ୍ମର ପ୍ରଯୋଜକ ଏବେ ତାଙ୍କ ବିରୋଧରେ ଆଣିଛନ୍ତି ଠକେଇ ଅଭିଯୋଗ। କିନ୍ତୁ ବର୍ତ୍ତମାନ ପର୍ୟ୍ୟନ୍ତ ଅଭିନେତ୍ରୀ ଏ ସମ୍ବନ୍ଧୀୟ କୌଣସି ପ୍ରତିକ୍ରିୟା ରଖିନଥିବା ବେଳେ ପ୍ରଯୋଜକଙ୍କ ଦ୍ବାରା ପଠାଯାଇଥିବା ଲିଗାଲ ନୋଟିସର ମଧ୍ୟ କୌଣସି ଉତ୍ତର ରଖିନଥିଲେ।
୨୦୧୫ ମସିହାରେ ଭାରତ ପଟେଲଙ୍କ ଦ୍ବାରା ନିର୍ମିତ ପଟେଲ କି ପଞ୍ଜାବି ସାଦି ଫିଲ୍ମ ରିଲିଜ୍ ହୋଇଥିଲା। ଏଥିରେ ମୁଖ୍ୟ ଚରିତ୍ର ଭାବେ ପରେଶ ରାୱାଲ ଏବଂ ଋଷି କପୁର ନଜର ଆସିଥିଲେ। ଏଥିରେ ଏକ ଖାସ ଆଇଟମ୍ ନମ୍ବର ପାଇଁ ସନ୍ନି ଲିଓନିଙ୍କୁ ସ୍ଥିର କରାଯାଇଥିଲା। ଏହି ଆଇଟମ୍ ନମ୍ବର ପାଇଁ ସନ୍ନି ୪୦ ଲକ୍ଷ ଟଙ୍କା ପାରିଶ୍ରମିକ ମାଗିଥିବା ବେଳେ ତାଙ୍କୁ ପ୍ରଯୋଜକ ୫ ଲକ୍ଷ ଟଙ୍କା ଆଡଭାନ୍ସ ଦେଇଥିଲେ। କିନ୍ତୁ ଶେଷ ମୂହୁର୍ତ୍ତରେ ସନ୍ନି ଗୀତ ସୁଟ କରବା ପାଇଁ ମନା କରିଥିବା ବେଳେ ପ୍ରଯୋଜକଙ୍କ ଆଡଭାନ୍ସ ଟଙ୍କା ମଧ୍ୟ ଫେରସ୍ତ କରିନଥିଲେ। ତେବେ ଘଟଣା ସମ୍ବନ୍ଧୀୟ ସନ୍ନିଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

Share

Leave a Reply

Your email address will not be published. Required fields are marked *

11 + 6 =