ମୁଖ୍ୟମନ୍ତ୍ରୀଙ୍କୁ ଉପରାଷ୍ଟ୍ରପତିଙ୍କ ପ୍ରଶଂସା

ନୂଆଦିଲ୍ଲୀ () ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ 33 ପ୍ରତିଶତ ସ୍ଥାନ ସଂରକ୍ଷଣ ପ୍ରସ୍ତାବ ସପକ୍ଷରେ ସହମତି ଲୋଡିବାକୁ ଆଜି ବିଜେଡିର ଉଭୟ ଲୋକସଭା ଓ ରାଜ୍ୟସଭା ସାଂସଦମାନେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କୁ ଭେଟିଛନ୍ତି । ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ପ୍ରତାପ ଦେବ, ତଥାଗତ ଶତପଥିଙ୍କ ନେତୃତ୍ୱରେ 20 ଜଣ ସାଂସଦ ଉପରାଷ୍ଟ୍ରପତିଙ୍କୁ ଭେଟିଥିଲେ । ଏହି ପ୍ରସ୍ତାବ ପାଇଁ ନୀତିଗତ ସମର୍ଥନ ଲୋଡ଼ି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଲେଖିଥିବା ପତ୍ର ହସ୍ତାନ୍ତର କରିଥିଲେ ।

ଉପରାଷ୍ଟ୍ରପତି ଏହି ବିଲ ବାବଦରେ ସକାରାତ୍ମକ ମତ ରଖିଥିଲେ । ଏଥିପାଇଁ ସେ ନବୀନ ପଟନାୟକଙ୍କୁ ପ୍ରଶଂସା କରିଥିଲେ । ଏଥିସହ ଏହି ବିଲ ପାଇଁ ଯେଉଁଥି ଯେତେବେଳେ ଆବଶ୍ୟକ ପଡିବ ଉପରାଷ୍ଟ୍ରପତି ଭାବେ ସେ ନିଜର ସମର୍ଥନ ଦେବେ ବୋଲି ଜଣାଇଥିବା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

ମହିଳା ମାନଙ୍କ ପାଇଁ ବିଧାନସଭାରେ ୩୩ ଭାଗ ସ୍ଥାନ ସଂରକ୍ଷଣ କରିବା ସମ୍ପର୍କରେ ଏକ ସଂକଳ୍ପ ଓଡିଶା ବିଧାନସଭାର ଗତ ଅଧିବେଶନରେ ପ୍ରଥମ ଗୃହୀତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଏହି ସଂକଳ୍ପ ଆଗତ କରିଥିଲେ । ଏହା ପରେ ଅନ୍ୟାନ୍ୟ ରାଜ୍ୟ ବିଧାନସଭା ଓ ସଂସଦରେ ଏହା ଗୃହୀତ ହେବା ପାଇଁ ନବୀନ ଏକ ଅଭିଯାନ ଆରମ୍ଭ କରି ସବୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ସହଯୋଗ ଲୋଡିଛନ୍ତି ।

Share

Leave a Reply

Your email address will not be published. Required fields are marked *

1 + eight =