କେନ୍ଦ୍ରର ଆଇକନିକ ପର୍ଯ୍ୟଟନସ୍ଥଳି ତାଲିକାରେ ନାହିଁ ଓଡିଶା

ଭୁବନେଶ୍ବର () ବିଶ୍ବସ୍ତରୀୟ ସାଂସ୍କୃତିକ ପରମ୍ପରା ଓ ଐତିହ୍ୟର ଗନ୍ତାଗର ଓଡିଶା । କଳା ଓ ଭାଷ୍କର୍ଯ୍ୟ ପରିପୂର୍ଣ୍ଣ ମନ୍ଦିର ଦେଶ ବିଦେଶରୁ ପର୍ଯ୍ୟଟକଙ୍କୁ ଟାଣିଆଣିଥାଏ । କୋଣାର୍କ ସୂର୍ଯ୍ୟ ମନ୍ଦିର ଠାରୁ ଆରମ୍ଭ କରି ଏସିଆ ମହାଦେଶର ସର୍ବବୃହତ ହ୍ରଦ ଚିଲିକା । ଚିଲିକାକୁ ଆସୁଥିବା ବିଦେଶୀ ପକ୍ଷୀ ଏବଂ ଏହାର ଲବଣାକ୍ତ ଜଳ ବିଶ୍ବରେ ବିରଳ । ହେଲେ ଦୁର୍ଭାଗ୍ୟର ବିଷୟ, ରାଜ୍ୟର ଗୋଟିଏ ହେଲେ କିର୍ତ୍ତି କେନ୍ଦ୍ର ସରକାରଙ୍କ ଦ୍ବାରା 2019-20 ବଜେଟରେ ପ୍ରସ୍ତାବିତ 17ଟି ଆଇକନିକ ପର୍ଯ୍ୟଟନସ୍ଥଳି ତାଲିକାରେ ସ୍ଥାନ ପାଇନାହିଁ ।

କେନ୍ଦ୍ର ସରକାରଙ୍କ ଏଭଳି ଅଜ୍ଞାନତାକୁ ନେଇ ରାଜ୍ୟ ସରକାର ଉଦବେଗ ପ୍ରକାଶ କରିଛନ୍ତି । ପ୍ରାକୃତିକ ଓ ଭାଷ୍କର୍ଯ୍ୟପୂର୍ଣ୍ଣ କିର୍ତ୍ତିରାଜୀ ମଣ୍ଡନ କରୁଥିବା ଓଡିଶାର କୋଣାର୍କ ଓ ଚିଲିକା ଭଳି ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳିକୁ ଏହି ତାଲିକାରୁ ବାଦ ଦିଆଯାଇଛି, ସେନେଇ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପ୍ରଶ୍ନ ଉଠାଇଛନ୍ତି । ରାଜ୍ୟ ସରକାର ଏହି ପ୍ରସଙ୍ଗରେ କେନ୍ଦ୍ର ସହ ଆଲୋଚନା କରିବା ସହ ବିଭିନ୍ନ ଫୋରମରେ ଏହି ପ୍ରଶ୍ନ ଉଠାଇବ ବୋଲି ସେ କହିଛନ୍ତି ।

ପୂର୍ବତନ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମଧ୍ୟ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ 17ଟି ଆଇକନିକ ପର୍ଯ୍ୟଟନସ୍ଥଳି ମଧ୍ୟରେ ଓଡିଶା ସ୍ଥାନ ନପାଇବା ଦୁର୍ଭାଗ୍ୟଜନକ । ବିଜେଡି ମଧ୍ୟ ଏହି ପ୍ରସଙ୍ଗରେ ଉଦବେଗ ପ୍ରକାଶ କରିବା ସହ ସଂସଦରେ ଏହି ପ୍ରସଙ୍ଗ ଉତଥାପନ କରି କେନ୍ଦ୍ର ସରକାର ପ୍ରସ୍ତୁତ କରିଥିବା ତାଲିକାରେ ସଂଶୋଧନ କରିବାକୁ ଦାବି କରିବ ।

ରାଜ୍ୟ ଓ ରାଜ୍ୟ ବାହାରେ ରହୁଥିବା ସଂସ୍କୃତି ପ୍ରେମୀ କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ଏହି ତାଲିକା ପ୍ରସ୍ତୁତ ସମୟରେ ଓଡିଶା ସହ ଆଲୋଚନା କରାଯାଇନଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ କେନ୍ଦ୍ର ସରକାର 12ଟି ରାଜ୍ୟରେ 17ଟି ପର୍ଯ୍ୟଟନସ୍ଥଳିକୁ ଆଇକନିକ ପର୍ଯ୍ୟଟନସ୍ଥଳି ବିକାଶ ପ୍ରକଳ୍ପ ଅଧିନରେ ଚିହ୍ନଟ କରିଛନ୍ତି । ସେମଧ୍ୟରେ ଉତ୍ତରପ୍ରଦେଶର ତାଜମହଲ ଓ ଫତେପୁର ସିକ୍ରି, ମହାରାଷ୍ଟ୍ରର ଅଜନ୍ତା ଓ ଏଲୋରା, ଦିଲ୍ଲୀର ହୁମାୟୁନଙ୍କ ସମାଧି, ଲାଲକିଲା ଓ କୁତବ ମିନାର, ଗୋଆର କୋଲଭା ବେଳାଭୂମୀ, ଗୁଜୁରାଟର ସୋମନାଥ ମନ୍ଦିର ଓ ଦୋଳଭିରା ଏବଂ ମଧ୍ୟପ୍ରଦେଶର ଖଜୁରାହୋ । ତାମିଲନାଡୁର ମହାବଳିପୂରମ, ଆସାମର କାଜିରଙ୍ଗା, ବିହାରର ମହାବୋଧି ଏବଂ କେରଳର କୁମରାକୋମ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛି ।

Share

Leave a Reply

Your email address will not be published. Required fields are marked *

seven − 1 =