ଆଜିଠୁ ଲର୍ଣ୍ଣିଂ ଲାଇସେନ୍ସ ଲାଗି ସ୍ଲଟ ବୁକିଂ

ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଡ୍ରାଇଭିଂ ଲର୍ଣ୍ଣିଂ ଟେଷ୍ଟ ପାଇଁ ଆରମ୍ଭ ହୋଇଛି ସ୍ଲଟ୍ ବୁକିଂ । ସକାଳ ୭ରୁ ରାତି ୧୦ ମଧ୍ୟରେ ଏଥିପାଇଁ ବୁକିଂ କରିପାରିବେ ଆବେଦନକାରୀ । ପରବିହନ ଆପ୍ରେ ବୁକିଂ କରିହେବ । ମାର୍ଚ୍ଚ ୧୮ ତାରିଖରୁ ବନ୍ଦ ଥିଲା ସ୍ଲଟ୍ ବୁକିଂ । ଡ୍ରାଇଭିଂ ଲର୍ଣ୍ଣିଂ ଟେଷ୍ଟ ପାଇଁ ପୂର୍ବରୁ ଯେଉଁମାନେ ଆବେଦନ କରିଥିଲେ, ତାହା ବାତିଲ ହେବ । ପୁଣି ଥରେ ସେମାନଙ୍କୁ ଆବେଦନ କରିବାକୁ ହେବ । ଯେଉଁମାନେ ଡ୍ରାଇଭିଂ ଲର୍ଣ୍ଣିଂ ଟେଷ୍ଟ ପାଇଁ ଦେୟ ପ୍ରଦାନ କରିଥିଲେ, ତାହା ବଳବତ୍ତର ରହିବ । ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବ ଲର୍ଣ୍ଣିଂ ଟେଷ୍ଟ୍ ।

Share

Leave a Reply

Your email address will not be published. Required fields are marked *

7 − 2 =