ବିଜେଡିର ପାଟକୁରା ଅଭିଯାନ : 17ରେ ପାଟକୁରା ଗସ୍ତରେ ଯାଇପାରନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର () ପାଟକୁରା ନିର୍ବାଚନକୁ ନେଇ ବିଜେଡି ବେଶ ଆଶାବାଦୀ । ବିଜୁବାବୁଙ୍କ ଗଡ କେନ୍ଦ୍ରାପଡା ଏବଂ ସେପଟେ ପୂର୍ବତନ ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପରେ ତାଙ୍କ ପତ୍ନୀ ବିଜେଡିରୁ ପ୍ରାର୍ଥୀ ହୋଇଥିବାରୁ ତାଙ୍କ ପ୍ରତି ସାଧାରଣରେ ରହିଛି ଅନୁକମ୍ପା । ଏଥିପାଇଁ ଦଳର ତୁଙ୍ଗ ନେତାମାନଙ୍କୁ ବିଭିନ୍ନ ପଞ୍ଚାୟତ ଦାୟିତ୍ବ ଦିଆଯାଇଥିବା ବେଳେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନର ପ୍ରତିଟି ରଣନୀତି ଉପରେ ନଜର ରଖିଛନ୍ତି । ପ୍ରାୟ ପ୍ରତିଦିନ ପାଟକୁରାକୁ ନେଇ ସମୀକ୍ଷା ଚାଲିଛି । ଆଜି ମଧ୍ୟ ସାବିତ୍ରୀଙ୍କ ପୁଅ ସଂଜୟ ଅଗ୍ରୱାଲ, ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ପୂର୍ବତନ କେନ୍ଦ୍ରାପଡା ବିଧାୟକ କିଶୋର ତରାଇଙ୍କୁ ଡାକି ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ଆସନ୍ତା 17 କିମ୍ବା 18ରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସଂପର୍କରେ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି ।

କେନ୍ଦ୍ରାପଡାର ତିନୋଟି ବ୍ଲକକୁ 5ଜଣ ବରିଷ୍ଠ ନେତାଙ୍କୁ ଦାୟିତ୍ବ ଦିଆଯାଇଛି । ଡେରାବିଶ ବ୍ଲକର 23ଟି ପଂଚାୟତ ମଧ୍ୟରୁ 12ଟି ପଂଚାୟତ ଦାୟିତ୍ବରେ ମନ୍ତ୍ରୀ ଅରୁଣ ସାହୁ ଓ 14ଟି ପଂଚାୟତ ଦାୟିତ୍ବରେ ଅଛନ୍ତି ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା । ଏହି ଦୁଇ ନେତାଙ୍କ ତତ୍ବାବଧାନରେ ଆହୁରି 13ଜଣ ଯୁବ ନେତାଙ୍କୁ ଦୁଇ ଦୁଇଟି ପଂଚାୟତ ଦାୟିତ୍ବ ଦିଆଯାଇଛି । ବରିମୂଳ ଓ ନହାଙ୍ଗା ଦାୟିତ୍ବରେ ଅଛନ୍ତି ଅନୁଭବ ପଟ୍ଟନାୟକ  । ଛୋଟି ଓ ମଙ୍ଗଳପୁର ଦାୟିତ୍ବରେ ସଂଜୀବ ମଲ୍ଲିକ । ବେଣିପୁର ଓ ରଘୁଦେଇପୁର ଦାୟିତ୍ବରେ ରାଜୁ ଦାସ । ଗୁହାଳସିଂହ ଓ କୁଶିଆପଲା ଦାୟିତ୍ବରେ ସମୀର ଦାସ, କୁଆପଦ ଓ ବାଶପୁର ଦାୟିତ୍ବରେ ପ୍ରଶାନ୍ତ ଜଗଦେବ, କୁର୍ଜଙ୍ଗ ଓ ଛତ୍ର ଚକଡା ଦାୟିତ୍ବରେ ଜନ୍ମେଜୟ ଲେଙ୍କା, ଏନ୍ଦୋର ଓ ଲକ୍ଷ୍ମୀନାରାୟଣପୁର ଦାୟିତ୍ବରେ ରାଜକିଶୋର ଦାସ, ବାଲିଆ ଓ ନରସିଂହପୁର ଦାୟିତ୍ବରେ ସୁବାଷ ସିଂହ, ଗୋଲରହାଟ ଓ ପଲେଇ ଦାୟିତ୍ବରେ ରଘୁନନ୍ଦନ ଦାସ, ଚାନ୍ଦୋଲ ଓ ମୁକୁନ୍ଦପୁର ଦାୟିତ୍ବରେ ଉମାକାନ୍ତ ସାମନ୍ତରାୟ, ରାଟଡିଆ ଖଣ୍ଡାସାହି ଓ ଖମାଳ ଦାୟିତ୍ବରେ ପ୍ରଫୁଲ୍ଲ ସିଂହ, ଦାନପୂର ଓ ଜମାର ବରିମୂଳ ଦାୟିତ୍ବରେ ବ୍ରଜ ପ୍ରଧାନ ଏବଂ ଇନ୍ଦାଳ ଓ ହରିଅଙ୍କ ଦାୟିତ୍ବରେ ମୁକ୍ତିକାନ୍ତ ମଣ୍ଡଳ ରହିଛନ୍ତି ।

ମାର୍ଶାଘାଇ ବ୍ଲକ ଦାୟିତ୍ବରେ ଅଛନ୍ତି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ । ଏହି ଦୁଇ ନେତାଙ୍କ ତତ୍ବାବଧାନରେ ମାର୍ଶାଘାଇର ଇତିପୁର ଓ ଜଳାପୋକା ଦାୟିତ୍ବରେ ଦେବାଶିଷ ମାରାଣ୍ଡି, ବାଛ୍ରେଇ ଓ ବନ୍ଧକଟା ଦାୟିତ୍ବରେ ବିଭୁତି ବଳବନ୍ତରାୟ, ମହେନ୍ଦିନଗର ଓ ଜମାପଡା ଦାୟିତ୍ବରେ ଅନନ୍ତ ନାରାୟଣ ଜେନା ଏବଂ କରିଲୋପାଟଣା ଦାୟିତ୍ବରେ ଅଛନ୍ତି ରାଜେନ୍ଦ୍ର ସାହୁ ।

ସେହିଭଳି ଗରଦପୁର ବ୍ଲକର ପଦ୍ମପୁର ଓ ବେଡାରୀ ପଂଚାୟତ ଦାୟିତ୍ବରେ ପ୍ରଣବ ବଳବନ୍ତରାୟ, ପାଟକୁରା ଓ ଗରଦପୁର ଦାୟିତ୍ବରେ ଅଶୋକ ବଳ, ପଖଡା ଓ କଳାବୁଡ ଦାୟିତ୍ବରେ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ତଳକୁଶୁମା ଓ ପାଳସୁଧା ଦାୟିତ୍ବରେ ବିକ୍ରମ ପଣ୍ଡା, ବନ୍ତାଳ ଓ ତେଣ୍ଡାକୁଡ ଦାୟିତ୍ବରେ ହର ସାହୁ, ମଧୁଶାସନ ଓ ବଡ ବେତଣା ଦାୟିତ୍ବରେ ବ୍ୟୋମକେଶ ରାୟ, ଭଗବାନପୁର ଓ ବଙ୍ଗାଲପୁର ଦାୟିତ୍ବରେ ସୁବାଷ ବେହେରା, ସାନ ଆଢଙ୍ଗ ଓ ନଦିଆବରେଇ ଦାୟିତ୍ବରେ ଉମେଶ ଗଡନାୟକ ଏବଂ ଟିକନପୁର ଏବଂ ରାମଚନ୍ଦ୍ରପୁର ଦାୟିତ୍ବରେ ସୁଶାନ୍ତ ସିଂହ ଅଛନ୍ତି । ଏହି18ଟି ପଂଚାୟତର ତତ୍ବାବଧାନ କରିବେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

ଦଳୀୟ ଅକଳନ ଅନୁଯାୟୀ ବିଜେଡିର ରଣନୀତି କାମ ଦେଲେ ସର୍ବନିମ୍ନ ୩୦ରୁ ୪୦ ହଜାର ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥି ସାବିତ୍ରୀ ଅଗ୍ରୱାଲ ଜିତିବେ । କେନ୍ଦ୍ରାପଡା ଲୋକସଭା ଫଳ ଆଧାରରେ ଦଳ ଏଭଳି ଆକଳନ କରୁଛି । ସେଥିପାଇଁ ଅନୁଭବୀ ମନ୍ତ୍ରୀ ଓ ବିଧାୟକଙ୍କୁ ପଞ୍ଚାୟତ ପର୍ଯ୍ୟନ୍ତ ଦାଇତ୍ବ ଦିଆଯାଇଛି । ତୃଣମୂଳ ସ୍ତରରେ ରହିଥିବା ସମସ୍ୟା ଏବଂ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ସଂପର୍କରେ ଆଜି ସୁପ୍ରିମୋ ସଂଜୟ, ଅତନୁ, କିଶୋରଙ୍କ ସହ ଆଲୋଚନା କରିଛନ୍ତି । ଏଥିସହିତ ଆସନ୍ତା 17 କିମ୍ବା 18 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରସ୍ତୁତି ବାବଦରେ ବି ଆଲୋଚନା ହୋଇଛି ।

Share

Leave a Reply

Your email address will not be published. Required fields are marked *

sixteen − 9 =