ଆସନ୍ତାକାଲି ଯାଜପୁର ଓ ଭଦ୍ରକରେ ବନ୍ୟା ଆସିପାରେ

ଭୁବନେଶ୍ୱର() ଲଗାଣ ବର୍ଷାରେ ବେହାଲ ଉପକୂଳ ଓ ଉତ୍ତର ଓଡ଼ିଶା ।  ଯାଜପୁର ଓ ଭଦ୍ରକର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ରହିଛି ।  ଆସନ୍ତାକାଲି ସକାଳ ସୁଦ୍ଧା ବୈତରଣୀ ନଦୀ ବନ୍ୟା ସୃଷ୍ଟି କରିପାରେ । ତେବେ ଲଗାଣ ବର୍ଷାକୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇ କହିଛନ୍ତି ଯେ, କେନ୍ଦୁଝରରେ ବୈତରଣୀ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଛି ।  ଆନନ୍ଦପୁରରେ ବିପଦ ସଙ୍କେତ ଉପରେ ବୈତରଣୀ ନଦୀ ପ୍ରବାହିତ ହେଉଛି ।  ଆଖୁଆପଦାରେ ବି ବିପଦ ସଙ୍କେତ ଉପରେ ବୈତରଣୀ ପ୍ରବାହିତ ହେଉଛି ।  ତେଣୁ ଆସନ୍ତାକାଲି ସକାଳ ସୁଦ୍ଧା ଯାଜପୁର ଓ ଭଦ୍ରକରେ  ବନ୍ୟା ଆସିପାରେ ।   ଏନେଇ ଭଦ୍ରକକୁ ଗୋଟିଏ ଏନଡିଆରଏଫ ଓ ଗୋଟିଏ ଓଡ୍ରାଫ ଟିମ ପଠାଯାଇଛି ।  ଯାଜପୁରକୁ ଖୁବଶୀଘ୍ର ଏନଡିଆରଏଫ ଓ ଓଡ୍ରାଫ ଟିମ ପଠାଯିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

2 × 1 =