ଜାତୀୟସ୍ତରରେ ମୀରାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ନୂଆଦିଲ୍ଲୀ() ଦେଶରେ କିନ୍ନରମାନଙ୍କ ଉନ୍ନତି ଓ କଲ୍ୟାଣ ପାଇଁ ପ୍ରଥମ ଥର ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠନ କରାଯାଇଥିବା ଜାତୀୟ ପରିଷଦର ପୂର୍ବ ଜୋନର ସଦସ୍ୟ ରୂପେ ମୀରା ପରିଡ଼ାଙ୍କୁ ମନୋନୀତ କରାଯାଇଛି । ପରିଷଦର ୫ଟି ଜୋନ ପାଇଁ କିନ୍ନର ଗୋଷ୍ଠୀର ସଦସ୍ୟ ମନୋନୀତ କରାଯାଇଛି । ମନୋନୀତ ଏହି ୫ଟି ଜୋନର ସଦସ୍ୟମାନଙ୍କର ୩ ବର୍ଷର କାର୍ୟ୍ୟକାଳ ରହିବ । ଓଡ଼ିଶାରୁ ପୂର୍ବ ଜୋନର ସଦସ୍ୟ ରୂପେ ମନୋନୀତ ମୀରା ପରିଡ଼ା କିନ୍ନର ସମ୍ପ୍ରଦାୟର ଉନ୍ନତି ପାଇଁ ଦୀର୍ଘଦିନରୁ କାର୍ୟ୍ୟ କରୁଛନ୍ତି । ତଥା ବିଜେଡି ଦଳରେ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି । ଜାତୀୟ ପରିଷଦର ପୂର୍ବ ଜୋନର ସଦସ୍ୟ ରୂପେ ମନୋନୀତ ହେବା ପରେ ତାଙ୍କର ଦାୟିତ୍ୱ ବୃଦ୍ଧି ପାଇଛି ବୋଲି ସେ ପ୍ରତିକି୍ରୟାରେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

5 × one =