୧ଟା ୩୦ରେ ହେଲା ନାହିଁ ଆସ୍ଥା ଭୋଟ

ବାଙ୍ଗାଲୋର() ପୁଣି ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ବେଖାତିର କଲେ ବାଚସ୍ପତି । ଆଜି ଦିନ ୧ଟା ୩୦ ମଧ୍ୟରେ ଆସ୍ଥା ଭୋଟ ହେବା ନେଇ ରାଜ୍ୟପାଳ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏବେ ବାଚସ୍ପତି ଏହାକୁ ବେଖାତିର କରି ଆଲୋଚନା ହେଲା ପରେ ଆସ୍ଥା ଭୋଟ ହେବ ବୋଲି କହିଛନ୍ତି । ଏହାସହ ସେ ଗୃହକୁ ମୁଲତବି ମଧ୍ୟ ଘୋଷଣା କରିଛନ୍ତି ।

ଦିନ ୧ଟା ୩୦ ସୁଦ୍ଧା ବହୁମତ ପ୍ରମାଣ ଦେବା ଲାଗି ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟପାଳ । ତେବେ ୧ଟା ୩୦ ସୁଦ୍ଧା ଗୃହରେ ବିତର୍କ ଶେଷ ହୋଇନଥିଲା । ଫଳରେ ବାଚସ୍ପତି ଗୃହକୁ ୩ଟା ପର୍ୟ୍ୟନ୍ତ ମୁଲତବୀ କରିଦେଇଛନ୍ତି ।

ଗତକାଲି ସନ୍ଧ୍ୟାରେ କିନ୍ତୁ ଗୃହକୁ ମୁଲତବୀ କରିଦେଇଥିଲେ ବାଚସ୍ପତି । ଏହାପରେ ଆଜି ବହୁମତ ପ୍ରମାଣ ଦେବା ଲାଗି ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ । ଆଜି ୧୧ଟାରେ ଗୃହ କାର୍ୟ୍ୟ ଆରମ୍ଭ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

16 + ten =