ଜିଲ୍ଲାକୁ ରପ୍ତାନି ହବରେ ପରିଣତ କରିବା ଓ ଭାରତର ଏମ୍‌ଏସ୍‌ଏମ୍‌ଇ ରପ୍ତାନିକୁ ସୁଦୃଢ଼ କରିବା ପାଇଁ ଆମାଜନ୍ ଏବଂ ଡିଜିଏଫ୍‌ଟି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)କୁ ସକ୍ଷମ କରିବା ଏବଂ ଦେଶରୁ ଇ-କମର୍ସ ରପ୍ତାନିକୁ ପ୍ରୋତ୍ସାହିତ କରିବା ପାଇଁ ଆମାଜନ ଇଣ୍ଡିଆ ଭାରତ ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ (ଡିଜିଏଫଟି) ସହ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି । ଏହି ବୁଝାମଣାପତ୍ରର ଏକ ଅଂଶ ଭାବେ ଡିଜିଏଫଟି ଦ୍ୱାରା ଚିହ୍ନଟ ହୋଇଥିବା ୭୫ଟି ଜିଲ୍ଲାରେ ଏମ୍‌ଏସ୍‌ଏମ୍‌ଇମାନଙ୍କ ପାଇଁ ଆମାଜନ ଏବଂ ଡିଜିଏଫଟି ପର୍ଯ୍ୟାୟକ୍ରମେ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ, ପ୍ରଶିକ୍ଷଣ ଏବଂ କର୍ମଶାଳା ସୃଷ୍ଟି କରିବେ । ଏହା ହେଉଛି ୨୦୨୩ ମାର୍ଚ୍ଚରେ ପ୍ରଣୟନ କରାଯାଇଥିବା ବୈଦେଶିକ ବାଣିଜ୍ୟ ନୀତିରେ ଦର୍ଶାଯାଇଥିବା ଜିଲ୍ଲାଗୁଡିକୁ ରପ୍ତାନି ହବ୍ ପଦକ୍ଷେପର ଏକ ଅଂଶ । ଗ୍ରାମୀଣ ଏବଂ ଦୁର୍ଗମ ଜିଲ୍ଲାର ସ୍ଥାନୀୟ ଉତ୍ପାଦକକୁ ବିଶ୍ୱ ଯୋଗାଣ ଶୃଙ୍ଖଳା ସହିତ ଯୋଡ଼ିବା ପାଇଁ ଏହି ପଦକ୍ଷେପରେ ପ୍ରୟାସ କରାଯାଉଛି । ଡିଜିଏଫ୍‌ଟିର ମହାନିର୍ଦ୍ଦେଶକ ଶ୍ରୀ ସନ୍ତୋଷ ଷଡ଼ଙ୍ଗୀ, ଅମାଜନର ଉପାଧ୍ୟକ୍ଷ ପବ୍ଲିକ ପଲିସି ଚେତନ କ୍ରିଷ୍ଣାସ୍ୱାମୀ ଏବଂ ଆମାଜନ ଇଣ୍ଡିଆର ଗ୍ଲୋବାଲ ଟ୍ରେଡ୍ ନିର୍ଦ୍ଦେଶକ ଭୂପେନ ୱାକନକରଙ୍କ ଉପସ୍ଥିତିରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା ।
ଆମାଜନ ଏବଂ ଡିଜିଏଫଟି ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ଇ-କମର୍ସ ରପ୍ତାନି ଉପରେ ସଚେତନ କରିବା ଏବଂ ସେମାନଙ୍କୁ ସମଗ୍ର ବିଶ୍ୱର ଗ୍ରାହକଙ୍କୁ ବିକ୍ରି କରିବାକୁ ସକ୍ଷମ କରିବା ଉପରେ ଧ୍ୟାନ ଦେବେ । ଇମେଜିଂ, ସେମାନଙ୍କ ଉତ୍ପାଦର ଡିଜିଟାଲ କ୍ୟାଟାଲଗିଂ, ଟିକସ ପରାମର୍ଶ ଆଦି ସେବା ପାଇବା ପାଇଁ ଏମ୍‌ଏସ୍‌ଏମ୍‌ଇମାନେ ନିୟୋଜିତ ହୋଇପାରିବେ ବୋଲି ଆମାଜନ ଅନେକ ତୃତୀୟ ପକ୍ଷ ସେବା ପ୍ରଦାନକାରୀଙ୍କୁ ହାସଲ କରିବାରେ ସକ୍ଷମ କରିବ । ଏହା ଦ୍ୱାରା ଭାରତୀୟ ଉଦ୍ୟୋଗୀମାନେ ନିଜର ଇ-କମର୍ସ ରପ୍ତାନି ବ୍ୟବସାୟ ଏବଂ ଗ୍ଲୋବାଲ ବ୍ରାଣ୍ଡ ନିର୍ମାଣ କରିପାରିବେ ।
ଡିଜିଏଫଟିର ଅତିରିକ୍ତ ସଚିବ ତଥା ମହାନିର୍ଦ୍ଦେଶକ ଶ୍ରୀ ସନ୍ତୋଷ ଷଡ଼ଙ୍ଗୀ କହିଛନ୍ତି ଯେ,‘\”ଜିଲ୍ଲା ଏକ ରପ୍ତାନି ହବ୍‌’’ ପଦକ୍ଷେପ ହେଉଛି ପ୍ରତ୍ୟେକ ଜିଲ୍ଲାକୁ ରପ୍ତାନି କେନ୍ଦ୍ରରେ ପରିଣତ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣର କାର୍ଯ୍ୟକାରିତା । ସମଗ୍ର ଭାରତରେ ପ୍ରତ୍ୟେକ ଜିଲ୍ଲାର ସମ୍ଭାବନାର ଉପଯୋଗ କରିବା ଏବଂ ଏମଏସଏମଇ, କୃଷକ ଏବଂ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ବିଦେଶୀ ବଜାରରେ ରପ୍ତାନି ସୁଯୋଗର ଲାଭ ପାଇବାରେ ସକ୍ଷମ କରିବା ପାଇଁ ଆମେ ରାଜ୍ୟ ସରକାର ଏବଂ ବେସରକାରୀ ସଂସ୍ଥାମାନଙ୍କ ସହିତ ମିଳିତ ଭାବେ କାର୍ଯ୍ୟ କରୁଛୁ । ଜିଲ୍ଲାରୁ ଇ-କମର୍ସ ରପ୍ତାନିକୁ ପ୍ରୋତ୍ସାହିତ କରିବା ପାଇଁ ଡିଜିଏଫଟି ବିଭିନ୍ନ ଇ-କମର୍ସ ପ୍ଲାଟଫର୍ମ ସହ ମିଶି ଜିଲ୍ଲାରେ ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ ଅଧିବେଶନ ଆୟୋଜନ କରୁଛି । ୨୦୩୦ ସୁଦ୍ଧା ଭାରତରୁ ୨୦୦-୩୦୦ ବିଲିୟନ ଡଲାରର ଇ-କମର୍ସ ରପ୍ତାନି ଲକ୍ଷ୍ୟ ହାସଲ କରିବା ଲାଗି ଡିଜିଏଫଟି ପକ୍ଷରୁ ଆମାଜନ ସହ ସହଯୋଗିତା ସ୍ଥାପନ କରାଯାଇଛି ।’’
ଆମାଜନ ଇଣ୍ଡିଆର ଗ୍ଲୋବାଲ ଟ୍ରେଡ ନିର୍ଦ୍ଦେଶକ ଭୂପେନ ୱାକାନକର କହିଛନ୍ତି ଯେ, ‘ ଆମେ ଦୃଢ଼ ଭାବରେ ବିଶ୍ୱାସ କରୁ ଯେ ସମଗ୍ର ଭାରତରେ ଲକ୍ଷ ଲକ୍ଷ ଏମଏସଏମଇ ପାଇଁ ରପ୍ତାନି ସୁଯୋଗ ପ୍ରଦାନ ପାଇଁ ପ୍ରଯୁକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏବଂ ନିକଟରେ ଏଫଟିପି -୨୩ ମଧ୍ୟରେ ଇ-କମର୍ସ ରପ୍ତାନି ଉପରେ ଗୁରୁତ୍ୱ ଦିଆଯିବା ପ୍ରଯୁକ୍ତି ସକ୍ଷମ ରପ୍ତାନି କାର୍ଯ୍ୟକଳାପ ପାଇଁ ଏକ ଆଶାଜନକ ସମୟ । ଆମେ ଡିଜିଏଫଟି ସହିତ ଏହି ସହଯୋଗକୁ ନେଇ ଉତ୍ସାହିତ ଏବଂ ଆମେ ପ୍ରକୃତରେ ଭାରତୀୟ ଏମଏସଏମଇ ଏବଂ ଉଦ୍ୟୋଗୀମାନଙ୍କୁ ଶକ୍ତିଶାଳୀ ବିଶ୍ୱସ୍ତରୀୟ ବ୍ରାଣ୍ଡ ସୃଷ୍ଟି କରିବାରେ ସାହାଯ୍ୟ କରିବା ପାଇଁ ଆମର ଭୂମିକା ଗ୍ରହଣ କରିବାକୁ ଅପେକ୍ଷା କରିଛୁ । ୨୦୨୫ ସୁଦ୍ଧା ଭାରତରୁ ସମୁଦାୟ ୨୦ ବିଲିୟନ ଡଲାର ଇ-କମର୍ସ ରପ୍ତାନି ସକ୍ଷମ କରିବା ଲକ୍ଷ୍ୟରେ କାର୍ଯ୍ୟ କରୁଥିବା ବେଳେ ସମସ୍ତ ପ୍ରକାରର ବ୍ୟବସାୟ ପାଇଁ ରପ୍ତାନିକୁ ସରଳ ଏବଂ ଅଧିକ ଉପଲବ୍ଧ କରିବା ଉପରେ ଆମର ଧ୍ୟାନ ରହିଛି ।’’

Share

Leave a Reply

Your email address will not be published. Required fields are marked *

6 + nine =